
ଗ୍ୱୌହାଟୀ, ୨୯ ମାର୍ଚ୍ଚ (ହି.ସ.)। ଭାରତୀୟ
ଜନତା ପାର୍ଟିର ଷ୍ଟାର ପ୍ରଚାରକ ଏବଂ କେନ୍ଦ୍ରୀୟ ଗୃହମନ୍ତ୍ରୀ ଅମିତ ଶାହ ଆଜି ଆସମର ଢେକିଆଜୁଲି, ଟିହୁ ଓ ନଲବାଡିରେ ନିର୍ବାଚନ
ପ୍ରଚାର କରିବେ। ଭାଜପାର ନିର୍ବାଚନ ପ୍ରଚାରକୁ ଗତି ଦେବା ପାଇଁ ଶାହ ଦୁଇ ଦିନିଆ ଗସ୍ତରେ
ଶନିବାର ସନ୍ଧ୍ୟାରେ ଗ୍ୱୌହାଟି ପହଞ୍ଚିଥିଲେ।
ସେ ଶନିବାର ଗ୍ୱୌହାଟିରେ ଭବ୍ୟ ରୋଡ୍ ଶୋ କରିଥିଲେ, ଯେଉଁଥିରେ ବହୁ ସଂଖ୍ୟକ ଲୋକଙ୍କ
ଅଂଶଗ୍ରହଣ ଦେଖାଯାଇଥିଲା। ଏହି ରୋଡ୍ ଶୋ ନିର୍ବାଚନୀ ପରିବେଶକୁ ଆହୁରି ଗତି ଦେଇଛି। ଆଜି ସେ
ଟିହୁରେ ନିର୍ବାଚନ ପ୍ରଚାର କରିବେ, ଯେଉଁଠାରେ ସେ ଜନସଭାକୁ ସମ୍ବୋଧନ କରିବା ସହିତ ପାର୍ଟି କର୍ମୀମାନଙ୍କ
ସହିତ ମଧ୍ୟ ଆଲୋଚନା କରିବେ।
ଆଜି ସେ ଆସମ ସରକାରଙ୍କ ମନ୍ତ୍ରୀ ଏବଂ ଭାଜପା ପ୍ରାର୍ଥୀ
ଜୟନ୍ତମଲ୍ଲ ବରୁଆ, ଚନ୍ଦ୍ରମୋହନ ପଟୱାରୀ ଓ ଅଶୋକ ସିଂଘଲଙ୍କ ପାଇଁ ନିର୍ବାଚନ ପ୍ରଚାର କରିବେ। ଗୃହମନ୍ତ୍ରୀଙ୍କ
କାର୍ଯ୍ୟକ୍ରମ ପାଇଁ ବ୍ୟାପକ ପ୍ରସ୍ତୁତି କରାଯାଇଛି। ତାଙ୍କ କାର୍ଯ୍ୟକ୍ରମକୁ ଦୃଷ୍ଟିରେ ରଖି
ରାଜ୍ୟରେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଛି।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା