ପ୍ରଧାନମନ୍ତ୍ରୀ ଗୁଜରାଟର ମାଧବପୁର ମେଳା ପାଇଁ ଶୁଭେଚ୍ଛା ଜଣାଇଲେ, ସାଂସ୍କୃତିକ ଏକତାକୁ ଗୁରୁତ୍ୱପୂର୍ଣ୍ଣ ବୋଲି କହିଲେ
ନୂଆଦିଲ୍ଲୀ, ୨୯ ମାର୍ଚ୍ଚ (ହି.ସ.)- ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗୁଜରାଟର ପୋରବନ୍ଦରରେ ଅନୁଷ୍ଠିତ ହେଉଥିବା ମାଧବପୁର ମେଳା ଅବସରରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ସେ କହିଛନ୍ତି ଯେ, ଏହି ମହୋତ୍ସବ ଭାରତର ସମୃଦ୍ଧ ସଂସ୍କୃତିକୁ ପ୍ରଦର୍ଶନ କରେ ଏବଂ ଗୁଜରାଟ ଏବଂ ଉତର-ପୂର୍ବାଚଂଳ ମଧ୍ୟରେ
ପ୍ରଧାନମନ୍ତ୍ରୀ ଗୁଜରାଟର ମାଧବପୁର ମେଳା ପାଇଁ ଶୁଭେଚ୍ଛା ଜଣାଇଲେ, ସାଂସ୍କୃତିକ ଏକତାକୁ ଗୁରୁତ୍ୱପୂର୍ଣ୍ଣ ବୋଲି କହିଲେ


ନୂଆଦିଲ୍ଲୀ, ୨୯ ମାର୍ଚ୍ଚ (ହି.ସ.)- ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗୁଜରାଟର ପୋରବନ୍ଦରରେ ଅନୁଷ୍ଠିତ ହେଉଥିବା ମାଧବପୁର ମେଳା ଅବସରରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ସେ କହିଛନ୍ତି ଯେ, ଏହି ମହୋତ୍ସବ ଭାରତର ସମୃଦ୍ଧ ସଂସ୍କୃତିକୁ ପ୍ରଦର୍ଶନ କରେ ଏବଂ ଗୁଜରାଟ ଏବଂ ଉତର-ପୂର୍ବାଚଂଳ ମଧ୍ୟରେ ସାଂସ୍କୃତିକ ସମ୍ପର୍କକୁ ମଜବୁତ କରେ ।

ସୋସିଆଲ୍ ମିଡିଆ ପ୍ଲାଟଫର୍ମ ଏକ୍ସରେ ତାଙ୍କ ବାର୍ତାରେ ପ୍ରଧାନମନ୍ତ୍ରୀ କହିଛନ୍ତି, ପୋରବନ୍ଦରରେ ଅନୁଷ୍ଠିତ ହେଉଥିବା ମାଧବପୁର ମେଳା ପାଇଁ ମୋର ଶୁଭେଚ୍ଛା । ଏହି ସ୍ପନ୍ଦନଶୀଳ ମହୋତ୍ସବ ଆମର ଗୌରବମୟ ସଂସ୍କୃତିକୁ ପ୍ରଦର୍ଶନ କରେ ଏବଂ ଗୁଜରାଟ ଏବଂ ଉତର-ପୂର୍ବାଚଂଳ ମଧ୍ୟରେ ଅତୁଟ ସାଂସ୍କୃତିକ ସମ୍ପର୍କକୁ ମଜବୁତ କରେ ।

ସେ କହିଛନ୍ତି, ଏହି ମହୋତ୍ସବ ବିବିଧ ପରମ୍ପରାକୁ ଏକତ୍ରିତ କରେ ଏବଂ 'ଏକ ଭାରତ, ଶ୍ରେଷ୍ଠ ଭାରତ'ର ପ୍ରକୃତ ଆତ୍ମାକୁ ପ୍ରତିଫଳିତ କରେ । ମୁଁ ଲୋକମାନଙ୍କୁ ଏହି ମେଳା ପରିଦର୍ଶନ କରିବାକୁ ଅନୁରୋଧ କରୁଛି ।

ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ


 rajesh pande