
ନୂଆଦିଲ୍ଲୀ, ୨୯ ମାର୍ଚ୍ଚ (ହି.ସ.)।
ଉତ୍ତର-ପୂର୍ବ ଦିଲ୍ଲୀର ଦୟାଲପୁର ଥାନା ଅଞ୍ଚଳର ଚାନ୍ଦ ବାଗରେ ଆଜି ସକାଳେ ଏକ ବହୁମହଲା ଘରେ ନିଆଁଗ
ଲାଗିବା ପରେ ଆତଙ୍କ ଖେଳିଯାଇଥିଲା ।ନିଆଁ ଗ୍ରାଉଣ୍ଡ ଫ୍ଲୋରର ପାର୍କିଂରେ ରଖାଯାଇଥିବା ଦୁଇଟି
ସ୍କୁଟର ଓ ଗୋଟିଏ ମୋଟରସାଇକେଲରେ ଲାଗିଥିଲା, ଯାହା ପରେ ଧୂଆଁ ଦ୍ରୁତ ଗତିରେ ବ୍ୟାପିଯାଇଥିଲା।
ଧୂଆଁରେ ଭୟଭୀତ ହୋଇ ପ୍ରଥମ ମହଲାରେ ଥିବା ଚାରିଜଣ ଲୋକ ଡେଇଁ ପଡିଥିଲେ ।ଦମକଳ କର୍ମୀମାନେ ଉପର ମହଲାରୁ ଆଉ ଚାରିଜଣଙ୍କୁ ସୁରକ୍ଷିତ ଭାବେ ବାହାର କରିଥିଲେ।
ଦମକଳ ବିଭାଗକୁ ଘଟଣା ସଂପର୍କରେ ରାତି ପ୍ରାୟ ୨:୩୦ ବେଳେ
ସୂଚନା ମିଳିଥିଲା। ସୂଚନା ମିଳିବା ମାତ୍ରେ ଚାରିଟି ଦମକଳ ଗାଡ଼ି ଘଟଣାସ୍ଥଳକୁ ପଠାଯାଇଥିଲା। ନିଆଁର
ଗୁରୁତରତା ଦେଖି ପ୍ରାୟ ୨:୫୬ ବେଳେ ‘ମେକ-୪’ ଘୋଷଣା କରାଯାଇଥିଲା, ଯାହା ପରେ ଅତିରିକ୍ତ ଦମକଳ ଗାଡ଼ି
ପଠାଯାଇଥିଲା। ସମୁଦାୟ ୧୧ଟି ଦମକଳ ଯାନ ଘଟଣାସ୍ଥଳରେ ପହଞ୍ଚିଥିଲା।
ଦମକଳ ଅଧିକାରୀମାନଙ୍କ ଅନୁସାରେ, ବିଲ୍ଡିଂଟି ଗ୍ରାଉଣ୍ଡ ସହ ପାଞ୍ଚମହଲା
ବିଶିଷ୍ଟ ଏବଂ ଏହାର କ୍ଷେତ୍ରଫଳ ପ୍ରାୟ ୫୦ ବର୍ଗ ଗଜ। ନିଆଁରୁ ଉଠୁଥିବା ଧୂଆଁ ଉପର ତଳଗୁଡ଼ିକୁ ବ୍ୟାପି
ଯାଇଥିଲା, ଯାହାପରେ ଲୋକମାନେ ଫସିଯାଇଥିଲେ। ଦମକଳ କର୍ମୀମାନେ ରିଲିଫ ଓ ଉଦ୍ଧାର କାର୍ଯ୍ୟ ଚଲାଇ
ଦ୍ୱିତୀୟ, ତୃତୀୟ ଓ ଚତୁର୍ଥ ମହଲାରୁ ଚାରିଜଣଙ୍କୁ ସୁରକ୍ଷିତ ଭାବେ ବାହାର କରିଥିଲେ। ସେହିପରି
ଚତୁର୍ଥ ମହଲାରୁ ଏକ ଶିଶୁକୁ ମଧ୍ୟ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଥିଲା।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା