ଶିଳ୍ପପତି ବିଜୟପତ ସିଂଘାନଆ ଆଜି ପଂଚଭୂତରେ ହେବେ ବିଲୀନ
ମୁମ୍ବାଇ, 29 ମାର୍ଚ୍ଚ (ହି.ସ.)- ବିଶିଷ୍ଟ ଶିଳ୍ପପତି, ରେମଣ୍ଡ ଗ୍ରୁପ୍ର ପୂର୍ବତନ ଅଧ୍ୟକ୍ଷ ଏବଂ ପଦ୍ମଭୂଷଣ ସମ୍ମାନରେ ସମ୍ମାନିତ ଡା. ବିଜୟପତ କୈଲାଶପତ ସିଂଘାନିଆଙ୍କର ଅନ୍ତିମ ସଂସ୍କାର ଆଜି କରାଯିବ। ଶନିବାର ୮୭ ବର୍ଷ ବୟସରେ ମୁମ୍ବାଇରେ ଶେଷ ନିଶ୍ୱାସ ତ୍ୟାଗ କରିଥିବା ସିଂଘା
ବିଜୟପତ


ମୁମ୍ବାଇ, 29 ମାର୍ଚ୍ଚ (ହି.ସ.)- ବିଶିଷ୍ଟ ଶିଳ୍ପପତି, ରେମଣ୍ଡ ଗ୍ରୁପ୍ର ପୂର୍ବତନ ଅଧ୍ୟକ୍ଷ ଏବଂ ପଦ୍ମଭୂଷଣ

ସମ୍ମାନରେ ସମ୍ମାନିତ ଡା. ବିଜୟପତ କୈଲାଶପତ ସିଂଘାନିଆଙ୍କର ଅନ୍ତିମ ସଂସ୍କାର ଆଜି କରାଯିବ।

ଶନିବାର ୮୭ ବର୍ଷ ବୟସରେ ମୁମ୍ବାଇରେ ଶେଷ ନିଶ୍ୱାସ ତ୍ୟାଗ କରିଥିବା ସିଂଘାନିଆଙ୍କ ଆତ୍ମିକ

ଶାନ୍ତି ପାଇଁ ଦ୍ୱିପ୍ରହର୧ଟା ୩୦ମିନିଟ୍ରେ ହବେଳୀ (ଏଲ୍ଡି ରୁପାରେଲ ମାର୍ଗ) ଠାରେ

ପ୍ରାର୍ଥନା ସଭା ହେବ। ଏହା ପରେ ଦ୍ୱିପ୍ରହର ୩ଟାରେ ଚନ୍ଦନୱାଡିରେ ତାଙ୍କର ଅନ୍ତିମ ସଂସ୍କାର

କରାଯିବ। ପୁଅ ଗୌତମ ସିଂଘାନିଆ ‘ଏକ୍ସ’ ରେ ଏହି ସୂଚନା ଦେଇଛନ୍ତି। ଗୌତମ ବର୍ତ୍ତମାନ ରେମଣ୍ଡ

ଗ୍ରୁପ୍ର ଅଧ୍ୟକ୍ଷ ଏବଂ ପ୍ରବନ୍ଧ ନିର୍ଦ୍ଦେଶକ ଅଟନ୍ତି।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande