ଛତିଶଗଡ଼ : ନକ୍ସଲ ରାଜେଶ ପୁନେମ ଏନକାଉଂଟରରେ ନିହତ
ଦନ୍ତେୱାଡା, ୫ ମାର୍ଚ୍ଚ (ହି.ସ.)- ଛତିଶଗଡ଼ ରାଜ୍ୟର ଦନ୍ତେୱାଡା ଜିଲ୍ଲାର ଗିଦାମ ଥାନା ଅନ୍ତର୍ଗତ ଗୁମଲନାର, ଗିରସାପାରା ଏବଂ ନେଲଗୋଡା ମଧ୍ୟରେ ଜଙ୍ଗଲ ଏବଂ ପାହାଡ଼ିଆ ଅଂଚଳରେ ଏକ ଏନକାଉଂଟରରେ ଜଣେ ନକ୍ସଲ ନିହତ ହୋଇଛି । ତାକୁ ଧରାଇଦେଲେ ୫ ଲକ୍ଷ ଟଙ୍କା ପୁରସ୍କାର ମିଳିବ ବୋଲି ପୂର୍ବରୁ ଘୋଷିଣା ହୋଇ
ଛତିଶଗଡ଼ : ନକ୍ସଲ ରାଜେଶ ପୁନେମ ଏନକାଉଂଟରରେ ନିହତ


ଦନ୍ତେୱାଡା, ୫ ମାର୍ଚ୍ଚ (ହି.ସ.)- ଛତିଶଗଡ଼ ରାଜ୍ୟର ଦନ୍ତେୱାଡା ଜିଲ୍ଲାର ଗିଦାମ ଥାନା ଅନ୍ତର୍ଗତ ଗୁମଲନାର, ଗିରସାପାରା ଏବଂ ନେଲଗୋଡା ମଧ୍ୟରେ ଜଙ୍ଗଲ ଏବଂ ପାହାଡ଼ିଆ ଅଂଚଳରେ ଏକ ଏନକାଉଂଟରରେ ଜଣେ ନକ୍ସଲ ନିହତ ହୋଇଛି । ତାକୁ ଧରାଇଦେଲେ ୫ ଲକ୍ଷ ଟଙ୍କା ପୁରସ୍କାର ମିଳିବ ବୋଲି ପୂର୍ବରୁ ଘୋଷିଣା ହୋଇଥିଲା । ଘଟଣାସ୍ଥଳରୁ ଏକ ଏସଏଲଆର, ଏକ ଇନସାସ୍ ରାଇଫଲ୍, ଏକ ପିସ୍ତଲ, ବିପୁଳ ପରିମାଣର ଖାଲି କାରତୁସ୍ ଏବଂ ନକ୍ସଲ ସାମଗ୍ରୀ ଜବତ କରାଯାଇଛି ।

ଜଙ୍ଗଲରେ ନକ୍ସଲ କାର୍ଯ୍ୟକଳାପ ବିଷୟରେ ସୂଚନା ପାଇବା ପରେ, ଡେପୁଟି ପୋଲିସ ସୁପରିଟେଣ୍ଡେଂଟ(ନକ୍ସଲ ଅପରେସନ୍ସ) ରାହୁଲ କୁମାର ଉୟକେଙ୍କ ନେତୃତ୍ୱରେ ଡିଆରଜି ଏବଂ ବସ୍ତର ଫାଇଟର୍ସ ଯବାନଙ୍କ ଏକ ଟିମ୍ କୁ ଦାନ୍ତେୱାଡା ପୋଲିସ ସୁପରିଟେଣ୍ଡେଂଟଙ୍କ ନିର୍ଦ୍ଦେଶରେ ପଠାଯାଇଥିଲା । ମାର୍ଚ୍ଚ ୩ ତାରିଖ ରାତି ପ୍ରାୟ ୯ଟାରେ ସୁରକ୍ଷା ବାହିନୀ ଏବଂ ନକ୍ସଲବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା । ସଂଘର୍ଷ ପରେ, ସୈନ୍ୟମାନେ ପରଦିନ ଜଙ୍ଗଲରେ ଏକ ସଶସ୍ତ୍ର ପୁରୁଷ ନକ୍ସଲର ମୃତଦେହ ଏନକାଉଂଟର ସ୍ଥାନରୁ ଉଦ୍ଧାର କରିଥିଲେ । ଏଥିସହ ଘଟଣାସ୍ଥଳରୁ ଗୋଟିଏ ଏସଏଲଆର, ଗୋଟିଏ ଇନସାସ୍ ରାଇଫଲ୍ ଏବଂ ଗୋଟିଏ ପିସ୍ତଲ ସହିତ ବିପୁଳ ପରିମାଣର ଖାଲି କାରତୁସ୍ ଏବଂ ନକ୍ସଲ ସାମଗ୍ରୀ ମଧ୍ୟ ଜବତ କରାଯାଇଥିଲା । ଦନ୍ତେୱାଡା ଏସପି ଗୌରବ ରାୟ ଗୁରୁବାର ଏନକାଉଂଟରକୁ ନିଶ୍ଚିତ କରିଛନ୍ତି ଏବଂ କହିଛନ୍ତି ଯେ, ଏନକାଉଂଟର ସ୍ଥାନରୁ ଉଦ୍ଧାର ହୋଇଥିବା ପୁରୁଷ ନକ୍ସଲଙ୍କ ମୃତଦେହ ବିଜାପୁର ଜିଲ୍ଲାର ଗଙ୍ଗାଲୁର ଥାନା ଅନ୍ତର୍ଗତ ବୁର୍ଜି ଗ୍ରାମର ବାସିନ୍ଦା ଭୈରମଗଡ଼ ଏରିଆ କମିଟିର ସଦସ୍ୟ ରାଜେଶ ପୁନେମ ଏସିଏମ ଭାବରେ ଚିହ୍ନଟ କରାଯାଇଛି । ରାଜେଶ ପୁନେମର ମୁଣ୍ଡ ଉପରେ ୫ ଲକ୍ଷ ଟଙ୍କା ପୁରସ୍କାର ରାଶି ପୂର୍ବରୁ ଘୋଷଣା ହୋଇଥିଲା ।

ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ


 rajesh pande