
ନୂଆଦିଲ୍ଲୀ,୦୫ ମାର୍ଚ୍ଚ(ହି.ସ.) – କେନ୍ଦ୍ର ଗୃହ ଏବଂ ସହକାରିତା ମନ୍ତ୍ରୀ ଅମିତ ଶାହ ଗୁରୁବାର ଦିନ ଏଠାରେ ଜନଗଣନା-୨୦୨୭ ପାଇଁ ଚାରି ଡିଜିଟାଲ୍ ପ୍ଲାଟଫର୍ମର ସାପ୍ଟ ଲଂଚ କରିଥିଲେ ଏବଂ ପ୍ରଗତି(ମହିଳା) ଏବଂ ବିକାଶ(ପୁରୁଷ) ନାମକ ଶୁଭଙ୍କରର ଅନାବରଣ କରିଛନ୍ତି।
ଏହା ଦୁନିଆର ସବୁଠାରୁ ବଡ଼ ଜନଗଣନା ଅଭିଯାନ ହେବ ଏବଂ ପ୍ରଥମ ଥର ପୁରା ଜନଗଣନା ଡିଜିଟାଲ୍ ମାଧ୍ୟମରେ କରାଯିବ। ଏହାସହ ପ୍ରଥମ ଥର ନାଗରିକଙ୍କୁ ସେଲ୍ଫ-ଏନ୍ୟୁମରେଶନ ମାନେ ସ୍ୱୟଂ ଅନ୍ଲାଇନ୍ ସୂଚନା ଦେବାକୁ ବିକଳ୍ପ ମଧ୍ୟ ଦିଆଯିବ।
ସରକାରୀ ସୂଚନା ଅନୁଯାୟୀ ଉନ୍ନତ ଡିଜିଟାଲ୍ ପ୍ଲାଟଫର୍ମ ସେଂଟର ଫର ଡେଭଲପମେଂଟ ଅଫ୍ ଏଡ଼ଭାନ୍ସଡ କଂପ୍ୟୁଟିଂ(ସି-ଡେକ୍) ଦ୍ୱାରା ବିକଶିତ କରାଯାଇଛି। ଏହା ସାହାଯ୍ୟରେ ଦେଶସାରା ଜନଗଣନା ସଂଚାଳନକୁ ଅଧିକ ବ୍ୟବସ୍ଥିତ ଏବଂ ଟେକ୍ନିକ- ଆଧାରିତ କରାଯାଇଛି।
ଜନଗଣନା -୨୨୭ ପାଇଁ ତିଆରି ଶୁଭଙ୍କର ପ୍ରଗତି ଏବଂ ବିକଶ ଏକ ମହିଳା ଏବଂ ଏକ ପୁରୁଷ ଗଣନାକର୍ମୀର ପ୍ରତୀକ। ଏହା ମାଧ୍ୟମରେ ଜନଗଣନା ସହିତ ଯୋଡ଼ିଥିବା ସୂଚନା ଏବଂ ସନ୍ଦେଶ ସାଧାରଣ ନାଗରିକଙ୍କ ପର୍ଯ୍ୟନ୍ତ ସରଳ ଏବଂ ପ୍ରଭାବୀ ଉପାୟରେ ପହଂଚାଯିବ। ଏହାସହ ଏହା ପୁରୁଷ ଏବଂ ମହିଳାମାନଙ୍କ ସମାନ ଭାଗିଦାରୀର ପ୍ରତୀକ ମଧ୍ୟ ଅଟେ, ଯାହା ୨୦୪୭ ପର୍ଯ୍ୟନ୍ତ ଭାରତକୁ ବିକଶିତ ରାଷ୍ଟ୍ର ବନାଇବା ସଂକଳ୍ପକୁ ଦର୍ଶାଏ।
ହିନ୍ଦୁସ୍ଥାନ ସମାଚାର/ବୀଣାପାଣି
.......................................
ହିନ୍ଦୁସ୍ଥାନ ସମାଚାର / ବୀଣାପାଣି