ସିଏମ୍ ଟ୍ରଫି-୨୦୨୬ ଫୁଟବଲ ପ୍ରତିଯୋଗିତା ତୃତୀୟ ଦିବସ
ବଲାଙ୍ଗିର, 12 ଏପ୍ରିଲ୍ (ହି.ସ.) ଓଡ଼ିଶା କ୍ରୀଡ଼ା ମହାକୁମ୍ଭ ସିଏମ୍ ଟ୍ରଫି ଆନ୍ତଃ କ୍ଳବ ଓ ଆନ୍ତଃ ଜିଲ୍ଲା ଫୁଟବଲ୍ ଚାମ୍ପିୟନସିପ୍ ୨୦୨୬ ଦ୍ୱିତୀୟ ସଂସ୍କରଣ ଆଜି ସ୍ଥାନୀୟ ଗାନ୍ଧୀ ଷ୍ଟାଡ଼ିୟମ୍ ଠାରେ ତୃତୀୟ ଦିବସ ଖେଳ ଅନୁଷ୍ଠିତ ହୋଇଯାଇଛି । ସକାଳ ଖେଳରେ ଲୋଇସିଂହା ଏଫ୍ସି ୫-୧ଗୋଲରେ ବଙ୍ଗୋମୁଣ୍ଡା ଏ
ସିଏମ୍ ଟ୍ରଫି-୨୦୨୬ ଫୁଟବଲ ପ୍ରତିଯୋଗିତା ତୃତୀୟ ଦିବସ


ବଲାଙ୍ଗିର, 12 ଏପ୍ରିଲ୍ (ହି.ସ.)

ଓଡ଼ିଶା କ୍ରୀଡ଼ା ମହାକୁମ୍ଭ ସିଏମ୍ ଟ୍ରଫି ଆନ୍ତଃ କ୍ଳବ ଓ ଆନ୍ତଃ ଜିଲ୍ଲା ଫୁଟବଲ୍ ଚାମ୍ପିୟନସିପ୍ ୨୦୨୬ ଦ୍ୱିତୀୟ ସଂସ୍କରଣ ଆଜି ସ୍ଥାନୀୟ ଗାନ୍ଧୀ ଷ୍ଟାଡ଼ିୟମ୍ ଠାରେ ତୃତୀୟ ଦିବସ ଖେଳ ଅନୁଷ୍ଠିତ ହୋଇଯାଇଛି । ସକାଳ ଖେଳରେ ଲୋଇସିଂହା ଏଫ୍ସି ୫-୧ଗୋଲରେ ବଙ୍ଗୋମୁଣ୍ଡା ଏଫ୍ସି ହରାଇ ବିଜୟୀ ହେଲା । ସେହିପରି ଅପରାହ୍ନ ଖେଳ ବାଳିକ ବର୍ଗରେ ପୁଇଁନ୍ତଲା ବନାମ ତୁରେକେଲା ଖେଳ ଅମିମାନସିତ ରହିଥିଲା । ଅତିଥି ଭାବରେ ଜିଲ୍ଲା ଶାରୀରିକ ଶିକ୍ଷା ଅଧିକାରୀ ପ୍ରଦୀପ କୁମାର ପାତ୍ର, କ୍ରୀଡ଼ା ସଂସଦ ଉପ-ସଭାପତି କୃଷ୍ଣଚନ୍ଦ୍ର ମିଶ୍ର, ବରିଷ୍ଠ ସଦସ୍ୟ ଜୟରାମ ମିଶ୍ର, ଡା. ସିଦ୍ଧେଶ୍ୱର ମିଶ୍ର, ଡା. ଶୁଭମ ମିଶ୍ର, ପ୍ରଶାନ୍ତ ପଟ୍ଟନାୟକ, ସୁଧାଂଶୁ ସେଠ ଓ ଭରତ ଡ଼ାଙ୍ଗ ଯୋଗଦେଇଥିଲେ । ଜିଲ୍ଲା କ୍ରୀଡ଼ା ସଂସଦ ତଥା ଫାଓ କାର୍ଯ୍ୟକାରୀ ସଭାପତି ଡ଼. ଶ୍ରୀକର ମିଶ୍ର ମଂଚାସୀନ ଥିଲେ । ସଂସଦର କୋଷାଧ୍ୟକ୍ଷ ହେମନ୍ତ କୁମାର ବେହେରା ମଂଚ ପରିଚାଳନା କରିଥିଲେ । ଫୁଟବଲ ସଂପାଦକ ଶରତ କୁମାର ନନ୍ଦ ମ୍ୟାଚ କମିଶନର ଦାୟିତ୍ୱ ତୁଲାଇ ଥିଲେ । ଖେଳକୁ ଦୋଳଗୋବିନ୍ଦ ମୁଣ୍ଡା, ଜିତେନ୍ଦ୍ର ପାତ୍ର, ଗୌରହରି ପଟେଲ, ମଳୟ ଘିଭେଲା, ଦେବାଶିଷ ବାଗ, ଧନେଶ୍ୱର ସେଠ, ଯଶୋବନ୍ତ ମାଝୀ ଓ ନରସିଂସ୍ୱାମୀ ନାଇଡୁ ପରିଚାଳନା କରିଥିଲେ ।

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande