ସଂସ୍କୃତ ଭାରତୀ ଦ୍ବାରା ରାଜ୍ୟସ୍ତରୀୟ ଗୀତା ଶଳାକା ପରୀକ୍ଷା ଆୟୋଜିତ
ବଲାଙ୍ଗିର, 12 ଏପ୍ରିଲ୍ (ହି.ସ.) ସଂସ୍କୃତ ଭାରତୀ ଦ୍ୱାରା ସଂସ୍କୃତ ଭାଷାର ପ୍ରଚାର ପ୍ରସାର ଏବଂ ଜନଜାଗରଣ ସୃଷ୍ଟି ପାଇଁ ବରଗଡ଼ ଜିଲ୍ଲା ଅନ୍ତର୍ଗତ ପଦ୍ମପୁର ସ୍ଥିତ ନବ ପ୍ରଭାତ ବୈଦିକ ବିଦ୍ୟାପୀଠ ରେ ରବିବାର ଦିନ ଶ୍ରୀମଦ୍ ଭାଗବତ ଗୀତା ର ଶଳାକା ପରୀକ୍ଷା ଆୟୋଜିତ ହୋଇଥିଲା। ଗୀତା ଶଳାକା ପରୀକ୍
ସଂସ୍କୃତ ଭାରତୀ ଦ୍ବାରା ରାଜ୍ୟସ୍ତରୀୟ ଗୀତା ଶଳାକା ପରୀକ୍ଷା ଆୟୋଜିତ*


ସଂସ୍କୃତ ଭାରତୀ ଦ୍ବାରା ରାଜ୍ୟସ୍ତରୀୟ ଗୀତା ଶଳାକା ପରୀକ୍ଷା ଆୟୋଜିତ*


ସଂସ୍କୃତ ଭାରତୀ ଦ୍ବାରା ରାଜ୍ୟସ୍ତରୀୟ ଗୀତା ଶଳାକା ପରୀକ୍ଷା ଆୟୋଜିତ*


ବଲାଙ୍ଗିର, 12 ଏପ୍ରିଲ୍ (ହି.ସ.)

ସଂସ୍କୃତ ଭାରତୀ ଦ୍ୱାରା ସଂସ୍କୃତ ଭାଷାର ପ୍ରଚାର ପ୍ରସାର ଏବଂ ଜନଜାଗରଣ ସୃଷ୍ଟି ପାଇଁ ବରଗଡ଼ ଜିଲ୍ଲା ଅନ୍ତର୍ଗତ ପଦ୍ମପୁର ସ୍ଥିତ ନବ ପ୍ରଭାତ ବୈଦିକ ବିଦ୍ୟାପୀଠ ରେ ରବିବାର ଦିନ ଶ୍ରୀମଦ୍ ଭାଗବତ ଗୀତା ର ଶଳାକା ପରୀକ୍ଷା ଆୟୋଜିତ ହୋଇଥିଲା।

ଗୀତା ଶଳାକା ପରୀକ୍ଷା ଏକ ପ୍ରାଚୀନ ଏବଂ ଅତ୍ୟନ୍ତ କଠୋର ମୌଖିକ ପରୀକ୍ଷା ପଦ୍ଧତି, ଯାହା ଦ୍ୱାରା ଛାତ୍ରଛାତ୍ରୀମାନଙ୍କର ଗୀତାର ସମ୍ପୂର୍ଣ୍ଣ ଜ୍ଞାନ ର ପରୀକ୍ଷା କରାଯାଇ ଶାସ୍ତ୍ର ସଂରକ୍ଷଣକରାଯାଇଥାଏ।

ଏ ଅବସରରେ ରାଜସ୍ଥାନ ସ୍ଥିତ ଅପେକ୍ସ ବିଶ୍ୱବିଦ୍ୟାଳୟ ର କୁଳପତି ପ୍ରୋଫେସର୍ ସୋମଦେବ ଶତାଂଶୁ, ସଂସ୍କୃତ ଭାରତୀ ର ପ୍ରାନ୍ତ ଅଧ୍ୟକ୍ଷ ଆୟୁଷ୍ମନ୍ତ ଷଡ଼ଙ୍ଗୀ, ଆଚାର୍ଯ୍ୟ ପୁରନ୍ଦର ଶାସ୍ତ୍ରୀ, ଆଚାର୍ଯ୍ୟ ଭାରତୀ ନନ୍ଦନ ଶାସ୍ତ୍ରୀ, ଆଚାର୍ଯ୍ୟ ବୃହସ୍ପତି ଶାସ୍ତ୍ରୀ, ଆଚାର୍ଯ୍ୟ ଭଗବାନ ଦେବ, ପ୍ରାନ୍ତ ସହ ମନ୍ତ୍ରୀ ଡଃ ମାନସ ରଞ୍ଜନ ସାହୁ, ପ୍ରଚାର ପ୍ରମୁଖ ଶେଷଦେବ ମିଶ୍ର, ଉମେଶ ଭୋଇ, ଆଦର୍ଶ ମହାପାତ୍ର, ଚନ୍ଦ୍ରକାନ୍ତ ଦଣ୍ଡସେନା, ଅଧ୍ୟାପକ କୃଷ୍ଣଚନ୍ଦ୍ର ଦାଶ, ଅଧ୍ୟାପକ ରୂପେଶ ମିଶ୍ର, ଗଣେଶ ରାମ ମିଶ୍ର, ଗିରିଧାରୀ ବାରିକ, ଅହଲ୍ୟା ଆର୍ଯ୍ୟ ନିରଞ୍ଜନ ଭୋଇ ପ୍ରମୁଖ ଏଥିରେ ଛାତ୍ରଛାତ୍ରୀମାନଙ୍କୁ ଉଦବୋଧନ ଦେଇ ପରୀକ୍ଷା ରେ

ନିର୍ଣ୍ଣାୟକ ଭୂମିକା ଗ୍ରହଣ କରିଥିଲେ।

କୃତୀ ଦଶ ଜଣ ପ୍ରତିଯୋଗୀମାନଙ୍କୁ ପ୍ରମାଣପତ୍ର ଏବଂ ଅର୍ଥରାଶି ସହ ପୁରସ୍କୃତ କରାଯାଇଥିଲା କଣ୍ଟାବାଞ୍ଜି ର ଆନନ୍ଦ ଗୋୟଲ ସମସ୍ତ ପ୍ରତିଯୋଗୀଙ୍କୁ ଯଥାର୍ଥ ଗୀତା ଏବଂ ବରଗଡ଼ ଜିଲ୍ଲା ଅଧ୍ୟକ୍ଷ ପଣ୍ଡିତ ନେହେରୁ ଲାଲ ଶତପଥୀ ଙ୍କ ଶିଷ୍ୟ ଝାରସୁଗୁଡ଼ା ର ଇଞ୍ଜିନିୟର ଶାନ୍ତନୁ ନାୟକ ଏବଂ ଅମ୍ବିକା ନାୟକ, ଭଟଲି ର ଉପାଧ୍ୟକ୍ଷ ସ୍ବର୍ଗତ ରାଜକିଶୋର ସାହୁ ଙ୍କ ସ୍ମୃତି ରେ ତାଙ୍କ ଧର୍ମପତ୍ନୀ ସବିତା ସାହୁ ଅର୍ଥରାଶି ସହଯୋଗ କରିଥିଲେ।

ବରିଷ୍ଠ ବିଭାଗରେ ଦେବେଶ ସାହୁ, ରବିନାରାୟଣ ବିଶ୍ବାଳ, ସାର୍ଥକ ବର୍ମା, ସମ୍ବିତ୍ ସାହୁ, ଅଜୁ କାଳସାଏ

କନିଷ୍ଠ ବିଭାଗରେ ଅନିକେତ ତ୍ରିପାଠୀ, ପ୍ରଭୁଦତ୍ତ ସୁଆର, ସାଇ ଅଂଶୁମାନ ମିଶ୍ର, ଉଦିତ ନାୟକ, ନିହାରିକା ବାରିକ ପୁରସ୍କାର ପ୍ରାପ୍ତ କରିଥିଲେ।

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande