ଜିଲ୍ଲା ଆଶାକର୍ମୀ ସଂଘର ବୈଠକ
କେନ୍ଦ୍ରାପଡ଼ା, ୧୨ ଏପ୍ରିଲ୍(ହି.ସ.) – କେନ୍ଦ୍ରାପଡ଼ା ଜିଲ୍ଲା ଆଶାକର୍ମୀ ସଂଘର ଏକ ଜରୁରୀ ବୈଠକ ଗୋପ ଠାରେ ଅନୁଷ୍ଠିତ ହୋଇଯାଇଛି। ରମଣୀ ରଂଜନ ରାଉତରାୟଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ବୈଠକରେ ରଞ୍ଜୁଲତା ବେହେରା, ସଂଜୁକ୍ତା ସାହୁ, ବିଜୟଲକ୍ଷ୍ମୀ ନାଥ ଶର୍ମା, ଭଜହରି ପ୍ରଧାନ, ମିନତୀ ପୋଥାଳ, ଉଷାରାଣୀ
ଜିଲ୍ଲା ଆଶାକର୍ମୀସଂଘରବୈଠକ ।


କେନ୍ଦ୍ରାପଡ଼ା, ୧୨ ଏପ୍ରିଲ୍(ହି.ସ.) – କେନ୍ଦ୍ରାପଡ଼ା ଜିଲ୍ଲା ଆଶାକର୍ମୀ ସଂଘର ଏକ ଜରୁରୀ ବୈଠକ ଗୋପ ଠାରେ ଅନୁଷ୍ଠିତ ହୋଇଯାଇଛି। ରମଣୀ ରଂଜନ ରାଉତରାୟଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ବୈଠକରେ ରଞ୍ଜୁଲତା ବେହେରା, ସଂଜୁକ୍ତା ସାହୁ, ବିଜୟଲକ୍ଷ୍ମୀ ନାଥ ଶର୍ମା, ଭଜହରି ପ୍ରଧାନ, ମିନତୀ ପୋଥାଳ, ଉଷାରାଣୀ ସାହୁ ପ୍ରମୁଖ ଉପସ୍ଥିତ ରହି ଆଶାକର୍ମୀମାନଙ୍କର ମାସିକ ଦରମା ୨୬ ହଜାର ଟଙ୍କାକୁ ବୃଦ୍ଧି, ପଦୋନ୍ନତି ଓ ପେନସନ ବ୍ୟବସ୍ଥା କରିବା, ମୃତ୍ୟୁକାଳୀନ ବୀମା ୫ ଲକ୍ଷ ପ୍ରଦାନ କରିବା, ଶିକ୍ଷାଗତ ଯୋଗ୍ୟତାକୁ ଆଧାରକରି ପଦୋନ୍ନତି ଦେବା ଆଦି ଦାବି ସମ୍ପର୍କରେ ଆଲୋଚନା କରାଯାଇଥିଲା। ଏହି ଆଲୋଚନା ସମୟରେ ପ୍ରାକ୍ତନ ପ୍ରାଧ୍ୟାପକ ଅଜୟ କୁମାର ସାମଲଙ୍କ ସମେତ ବହୁ କର୍ମକର୍ତା ଉପସ୍ଥିତ ଥିଲେ।

.......................................

ହିନ୍ଦୁସ୍ଥାନ ସମାଚାର / ରବି


 rajesh pande