
ଭଦ୍ରକ, ୧୨ ଅପ୍ରେଲ (ହି.ସ.) - ଭଦ୍ରକ ଜିଲା ଧାମନଗର ବ୍ଲକ ଅନ୍ତର୍ଗତ କଲ୍ୟାଣୀ ପଂଚାୟତରେ ଐତିହାସିକ ପାଟୁଆ ଘଟ ଯାତ୍ରା ଆରମ୍ଭ ହୋଇଛି । ଏହି ଘଟ ଯାତ୍ରା ବହୁ ପୁରାତନ । ଏହା ଚୈତ୍ରମାସ ବାରୁଣୀ ସ୍ନାନ ଠାରୁ ଆରମ୍ଭ ହୋଇ ବୈଶାଖ ମାସ ପଣା ସଂକ୍ରାନ୍ତି ପର୍ଯ୍ୟନ୍ତ ପାଳିତ ହୋଇଥାଏ । ସର୍ବେ ପ୍ରଥମେ ମା' ମଙ୍ଗଳାଙ୍କ ଘଟ ଶନିବାର ଗ୍ରାମ ପରିକ୍ରମା କରିଥିଲେ ଓ ନିଶାଘଟ ରାତ୍ର ୨ ଘଟିକା ସମୟରେ ଘଟରେ ମାନସିକ ଧାରି ମାନେ ଘଟ ଉପରେ ଚାଉଳ ଭରି ଗୁଆ ଆମ୍ବ ପଇସା ହରିଡ଼ା ବାହାଡା ଶଙ୍ଖା ସିନ୍ଦୁର ପାଂଚି ଦେଇ ପୂଜା ଅର୍ଜନା କରିଥିଲେ । ମା' ଜାଗୁଳାଇଙ୍କ ପୀଠରେ ମାସନ୍ତ ଦିନ ରାଉଷଣ କଂଟା ମରାଯିବ। ଏହା ଏକ ଲୁହାର କଂଟା ହୋଇଥାଏ ଓ ତା ଉପରେ ସାତ ଦୀପ ଜଳୁ ଥାଏ ଓ ଜିଭରେ ମାରି ରାଉଷଣ ପୀଠ ଠାରୁ ବଉଳ ଗଛ ପର୍ଯ୍ୟନ୍ତ ଘଂଟ ଘଂଟା ହରିବୋଲ ହୁଳହୁଳି ବାଦ୍ୟ ତୁରୀରେ ପ୍ରକମ୍ପିତ ହୋଇଉଠେ। ମା' ଜାଗୁଳାଇ ଦାଣ୍ଡ, ପୁରୀ ଘଂଟ ଦିନ ମା' ସାତ ଠାକୁରାଣୀ କାଳସୀ ନାଚ ହୋଇଥାଏ ଏହା ପର୍ବର ଏକ ମୁଖ୍ୟ ଆକର୍ଷଣ ହୋଇଥାଏ । ସଂକ୍ରାନ୍ତି କଂଟା ରାଉଷଣ ଚଉଡ଼ଳ ଉପରେ ସାଣ ଦିଆ ଖଣ୍ଡା ଉପରେ ଛିଡା ହୋଇ ଗ୍ରାମ ଭ୍ରମଣ କରନ୍ତି । ଏହା ରୁପାର କଂଟା ହୋଇଥାଏ । ଏ ଘଟଯାତ୍ରା ବହୁ ପୁରାତନ । ସୂଚନା ଅନୁଯାଇ ଏହା ଜମିଦାର ମାନେ ଗ୍ରାମର କଲ୍ୟାଣ ଓ ବିଶ୍ୱର ଶାନ୍ତି ନିମନ୍ତେ ଆରମ୍ଭକରିଥିଲେ । ଯେଉଁ ଭକ୍ତ ମାନେ ନିଜର ଜୀବନର ସମସ୍ୟାରେ ଛନ୍ଦି ହୋଇ ବହୁ ଅସୁବିଧାରେ ସମ୍ମୁଖୀନ ହୋଇଥାନ୍ତି ସେମାନେ ମା'ଦ୍ୱାରିକାଙ୍କ ନିକଟରେ ଗୁଆ ପଇସା ମୁଦା ବସାଇଥାନ୍ତି । ଏଯାତ୍ରାର ମୁଖ୍ୟ ଗ୍ରାମଦେବୀ ହେଲେ ମା' ବୁଢୀ ଜାଗୁଳାଇ, ପ୍ରଭୁ ଧରମ.ମା ଦ୍ୱାରିକା, ମା' ମଙ୍ଗଳା,ମା କାଳୀକା.ମା' ମନ୍ତ୍ରାବାସୁଳି, ମା' ବିଶିରିପି। ଏ ଯାତ୍ରାକୁ କେହି କେହି ମା' ସପ୍ତମାତୃକା ଯାତ୍ରା ବା କଂଟାମରା ଯାତ୍ରା ବୋଲି କହିଥାନ୍ତି।
ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ