“ଓଡିଆ ପକ୍ଷ” ଦ୍ୱାଦଶ ଦିନରେ “ବନ୍ଦନୀୟ ବରପୁତ୍ର” କାର୍ଯ୍ୟକ୍ରମ
ଭଦ୍ରକ, ୧୨ ଅପ୍ରେଲ (ହି.ସ.) - ଓଡିଶା ସରକାରଙ୍କ ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଓ ଭଦ୍ରକ ଜିଲ୍ଲା ପ୍ରଶାସନଙ୍କ ମିଳିତ ଅନୁକୂଳରେ ଏପ୍ରିଲ ୧ ତାରିଖରୁ ଆରମ୍ଭ ହୋଇଥିବା “ଓଡିଆ ପକ୍ଷ” ଅବସରରେ ଦ୍ୱାଦଶ ଦିନରେ “ବନ୍ଦନୀୟ ବରପୁତ୍ର” କାର୍ଯ୍ୟକ୍ରମ ଭଦ୍ରକ ସଂସ୍କୃତି ଭବନ ଠାରେ ଅନୁଷ୍ଠିତ ହୋଇ
ODIA PAKHYA - BANDANIYA BARAPUTRA PROGRAMME


ଭଦ୍ରକ, ୧୨ ଅପ୍ରେଲ (ହି.ସ.) - ଓଡିଶା ସରକାରଙ୍କ ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଓ ଭଦ୍ରକ ଜିଲ୍ଲା ପ୍ରଶାସନଙ୍କ ମିଳିତ ଅନୁକୂଳରେ ଏପ୍ରିଲ ୧ ତାରିଖରୁ ଆରମ୍ଭ ହୋଇଥିବା “ଓଡିଆ ପକ୍ଷ” ଅବସରରେ ଦ୍ୱାଦଶ ଦିନରେ “ବନ୍ଦନୀୟ ବରପୁତ୍ର” କାର୍ଯ୍ୟକ୍ରମ ଭଦ୍ରକ ସଂସ୍କୃତି ଭବନ ଠାରେ ଅନୁଷ୍ଠିତ ହୋଇଯାଇଛି। ସକାଳ ୭.୩୦ ସମୟରୁ ଜିଲ୍ଲାପାଳ ଦିଲୀପ ରାଉତରାଏଙ୍କ ଦ୍ୱାରା ବନ୍ଦନୀୟ ବରପୁତ୍ରମାନଙ୍କୁ ମାଲ୍ୟାର୍ପଣ କରାଯାଇଥିବା ସହିତ ତାଙ୍କ ସ୍ମୃତିଚରଣ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ବହୁ ବରିଷ୍ଠ ନାଗରିକ ଯୋଗଦେଇଥିଲେ। ମାଲ୍ୟାର୍ପଣ କାର୍ଯ୍ୟକ୍ରମ ପରେ ସଂସ୍କୃତି ଭବନ ଠାରେ ବରପୁତ୍ରମାନଙ୍କ ଉପରେ ଏକ ସାଧାରଣ ସଭା ଓ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା। ଏହି ସଭାରେ ଜିଲ୍ଲାପାଳ ଶ୍ରୀ ରାଉତରାଏ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବା ବେଳେ ନରୋତମ ମିଶ୍ର (ଅବକାରୀ ଅଧିକ୍ଷକ), ପ୍ରେମମଞ୍ଜରୀ ନାୟକ (ଜିଲ୍ଲା ଶ୍ରମ ଅଧିକାରୀ), ପବିତ୍ର ପାଣିଗ୍ରାହୀ (ଗାଳ୍ପିକ/ପ୍ରାବନ୍ଧିକ), ଡ଼. ପ୍ରମୋଦ ନାୟକ (ଅବସରପ୍ରାପ୍ତ ଅଧ୍ୟକ୍ଷ, ସଂସ୍କୃତ ମହାବିଦ୍ୟାଳୟ) ଓ ବିଶ୍ୱରଞ୍ଜନ ଦାସ (ବିଭାଗୀୟ ମୁଖ୍ୟ, ଓଡିଆ ବିଭାଗ, ବିରଂଚି ନାରାୟଣ ମହାବିଦ୍ୟାଳୟ) ସମ୍ମାନିତ ଅତିଥି ଭାବେ ଯୋଗଦେଇ ବରପୁତ୍ରମାନଙ୍କ ସ୍ମୃତିଚରଣ କରିଥିଲେ। ଏହାସହ ବନ୍ଦନୀୟ ବରପୁତ୍ରମାନଙ୍କୁ ନେଇ ଯୁବ ବର୍ଗ ମଧ୍ୟରେ ଏକ ବକ୍ତୃତା ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଏଥିରେ ଶାନ୍ତୁନୁ କୁମାର ଦାସ (ବାବାମଣି ଡିଗ୍ରୀ କଲେଜ, ପାଳସାହି) ପ୍ରଥମ, ଭାଗ୍ୟଶ୍ରୀ ପଣ୍ଡା (ବାବାମଣି ଡିଗ୍ରୀ କଲେଜ, ପାଳସାହି) ଦ୍ୱିତୀୟ ଓ ଇତିଶ୍ରୀ କର (ଏମଏ/ବିଇଡି ପାସ୍ ଆଉଟ୍) ତୃତୀୟ ସ୍ଥାନ ଅଧିକାର କରିଥିବାରୁ ସେମାନଙ୍କୁ ପୁରସ୍କୃତ କରାଯାଇଥିଲା। ପରବର୍ତୀ କାର୍ଯ୍ୟକ୍ରମରେ ଏକ କବିତା ପାଠ ଉତ୍ସବ ଆୟୋଜିତ ହୋଇଥିଲା, ଯେଉଁଥିରେ ୫୦ରୁ ଅଧିକ କବି ଓ କବୟତ୍ରୀ ଯୋଗଦେଇ କବିତା ପାଠ କରିଥିଲେ। ଏହି ସମଗ୍ର କାର୍ଯ୍ୟକ୍ରମକୁ ତନୁଜା ସିର୍କା, ଜିଲ୍ଲା ସଂସ୍କୃତି ଅଧିକାରୀ ସୂଚାରୁ ଭାବେ ପରିଚାଳନା କରିଥିଲେ।

ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ


 rajesh pande