ଓଡ଼ିଶା କୋୟା ସମାଜର ମାଲକାନଗିରି ଜିଲ୍ଲା କମିଟି ପୁନଃ ଗଠନ ଓ ସମ୍ବର୍ଦ୍ଧନା ସଭା
ମାଲକାନଗିରି, ୧୨ ଏପ୍ରିଲ୍(ହି.ସ.) – ଆଜି ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକ ପୋଟରୁ ନିକଟରେ ଥିବା ପୁଲିମେଟଲା ନର୍ସରୀ ରେ ଓଡ଼ିଶା କୋୟା ସମାଜର ମାଲକାନଗିରି କମିଟି ପୁନଃ ଗଠନ ଏବଂ ବିଭିନ୍ନ ସମାଜର କର୍ମକର୍ତାମାନଙ୍କୁ ସମ୍ୱର୍ଦ୍ଧିତ କରିବା ପାଇଁ ଗୋଟିଏ ବିରାଟ ସାଧାରଣ ସଭାର ଆୟୋଜନ କରାଯାଇଥିଲା।
ଓଡ଼ିଶା କୋୟା ସମାଜର ମାଲକାନଗିରି ଜିଲ୍ଲା କମିଟି ପୁନଃ ଗଠନ ଓ ସମ୍ବର୍ଦ୍ଧନା


ମାଲକାନଗିରି, ୧୨ ଏପ୍ରିଲ୍(ହି.ସ.) – ଆଜି ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକ ପୋଟରୁ ନିକଟରେ ଥିବା ପୁଲିମେଟଲା ନର୍ସରୀ ରେ ଓଡ଼ିଶା କୋୟା ସମାଜର ମାଲକାନଗିରି କମିଟି ପୁନଃ ଗଠନ ଏବଂ ବିଭିନ୍ନ ସମାଜର କର୍ମକର୍ତାମାନଙ୍କୁ ସମ୍ୱର୍ଦ୍ଧିତ କରିବା ପାଇଁ ଗୋଟିଏ ବିରାଟ ସାଧାରଣ ସଭାର ଆୟୋଜନ କରାଯାଇଥିଲା। ଏହି ସଭାରେ ମାଲକାନଗିରି ଜିଲ୍ଲାର ୧୪ ଗୋଟି ଆଦିବାସୀ ସମାଜର କର୍ମକର୍ତା ଓ ନେତୃମଣ୍ଡଳୀଙ୍କ ସହିତ ମାଲକାନଗିରି ଜିଲ୍ଲାର ବିଶିଷ୍ଟ ଆଦିବାସୀ ନେତା ନେତ୍ରୀ ମାନେ ଉପସ୍ଥିତ ଥିଲେ। ଏହି ସଭାରେ ପାଂଚ ହଜାରରୁ ଉର୍ଦ୍ଧ୍ୱ ଜନସମାଗମ ଦେଖିବାକୁ ମିଳିଥିଲା। ବିଭିନ୍ନ ଆଦିବାସୀ ପରମ୍ପରା, ସଂସ୍କୃତି ଓ ନୃତ୍ୟ ମାଧ୍ୟମରେ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଥିଲା। ପ୍ରଥମେ ବିଭିନ୍ନ ସମାଜର କର୍ମକର୍ତା ଓ ବିଶିଷ୍ଟ ବ୍ୟକ୍ତିମାନଙ୍କୁ ମଂଚରେ ସମ୍ବର୍ଦ୍ଧିତ କରାଯାଇଥିଲା। ଏହାପରେ ମାଲକାନଗିରି କୋୟା ସମାଜର କର୍ମକର୍ତାମାନଙ୍କୁ ମନୋନୀତ କରାଯାଇଥିଲା। ନୁତନ କମିଟିର ସଭାପତି ଭାବରେ ସର୍ବସମ୍ମତି କ୍ରମେ ଭୀମା ବାର୍ସେଙ୍କୁ ସଭାପତି, ଆଡମା ରାବାଙ୍କୁ ସମ୍ପାଦକ, କୋଶା ମାଡକାମିଙ୍କୁ କୋଷାଧ୍ୟକ୍ଷ ଏବଂ ଉପ ସଭାପତି ଭାବରେ ସୁକଦେବ କବାସି,କୁଶ ତାତି ଓ ଶ୍ରୀମତୀ ସମାରୀ ମାଡକାମିଙ୍କୁ ମନୋନୀତ କରାଯାଇଛି। ଏହି ସଭାରେ ଅନ୍ୟମାନଙ୍କ ମଧ୍ୟରେ ମାଲକାନଗିରିର ପୂର୍ବତନ ବିଧାୟକ ମାନସ ମାଡ଼କାମି ଓ ମୁକୁନ୍ଦ ସୋଡି, ପୂର୍ବତନ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଦଶରଥ ପଡିଆମି, ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ଗଙ୍ଗାଧର ସୋଡି, ଆଦିବାସୀ ସଂଘର ସଭାପତି ବନ୍ଧୁ ମୁଦୁଲି, ଘନଶ୍ୟାମ ମାଡକାମି ଏବଂ ମାଲା ମାଢ଼ି ଉପସ୍ଥିତ ଥିଲେ।

.......................................

ହିନ୍ଦୁସ୍ଥାନ ସମାଚାର / ଶିବବ୍ରତ


 rajesh pande