ରାଜ୍ୟ ସ୍ତରୀୟ ମିନି ଓ ସବ ଜୁନିଅର ବ୍ୟାଡ଼ମିଂଟନ ପ୍ରତିଯୋଗିତା ଉଦଯାପିତ
ସମ୍ବଲପୁର, ୧୨ ଏପ୍ରିଲ୍(ହି.ସ.) – ସ୍ଥାନୀୟ ବୀର ସୁରେନ୍ଦ୍ର ସାଏ ଇଣ୍ଡୋର ବ୍ୟାଡ଼ମିଂଟନ ହଲ ଠାରେ ଓଡିଶା ବ୍ୟାଡ଼ମିଂଟନ ସଂଘ ଆନୁକୂଲ୍ୟରେ ତଥା ଜିଲ୍ଲା ବ୍ୟାଡ଼ମିଂଟନ ସଂଘ ସହଯୋଗରେ ମିନି(୯ବର୍ଷରୁ କମ ଓ ୧୧ବର୍ଷରୁ କମ) ତଥା ସବ ଜୁନିଅର(୧୩ବର୍ଷରୁ କମ୍) ରେଙ୍କିଙ୍ଗ ବ୍ୟାଡ଼ମିଂଟନ ଟୁର୍ନାମେଂଟ ଅନୁଷ୍ଠିତ
ରାଜ୍ୟସ୍ତରୀୟ ମିନି ଓ ସବ ଜୁନିଅର ବ୍ୟାଡ଼ମୀଣ୍ଟନ ପ୍ରତିଯୋଗିତା ଉଦଯାପିତ


ରାଜ୍ୟସ୍ତରୀୟ ମିନି ଓ ସବ ଜୁନିଅର ବ୍ୟାଡ଼ମୀଣ୍ଟନ ପ୍ରତିଯୋଗିତା ଉଦଯାପିତ


ରାଜ୍ୟସ୍ତରୀୟ ମିନି ଓ ସବ ଜୁନିଅର ବ୍ୟାଡ଼ମୀଣ୍ଟନ ପ୍ରତିଯୋଗିତା ଉଦଯାପିତ


ରାଜ୍ୟସ୍ତରୀୟ ମିନି ଓ ସବ ଜୁନିଅର ବ୍ୟାଡ଼ମୀଣ୍ଟନ ପ୍ରତିଯୋଗିତା ଉଦଯାପିତ


ସମ୍ବଲପୁର, ୧୨ ଏପ୍ରିଲ୍(ହି.ସ.) – ସ୍ଥାନୀୟ ବୀର ସୁରେନ୍ଦ୍ର ସାଏ ଇଣ୍ଡୋର ବ୍ୟାଡ଼ମିଂଟନ ହଲ ଠାରେ ଓଡିଶା ବ୍ୟାଡ଼ମିଂଟନ ସଂଘ ଆନୁକୂଲ୍ୟରେ ତଥା ଜିଲ୍ଲା ବ୍ୟାଡ଼ମିଂଟନ ସଂଘ ସହଯୋଗରେ ମିନି(୯ବର୍ଷରୁ କମ ଓ ୧୧ବର୍ଷରୁ କମ) ତଥା ସବ ଜୁନିଅର(୧୩ବର୍ଷରୁ କମ୍) ରେଙ୍କିଙ୍ଗ ବ୍ୟାଡ଼ମିଂଟନ ଟୁର୍ନାମେଂଟ ଅନୁଷ୍ଠିତ ହୋଇଯାଇଛି । ଏହି ଟୁର୍ନାମେଂଟରେ ଅଂଶଗ୍ରହଣ କରିବାକୁ ଓଡ଼ିଶାର ବିଭିନ୍ନ ଜିଲ୍ଲା ରୁ ଶତାଧିକ କୁନି କୁନି ଖେଳାଳି ମାନେ ଅଂଶଗ୍ରହଣ କରିଥିଲେ। ଏହି ଟୁର୍ନାମେଂଟ ଏପ୍ରିଲ ୧୦ରେ ଉତଘାଟିତ ହୋଇ ଏପ୍ରିଲ ୧୨ରେ ଉଦଯାପିତ ହୋଇଯାଇଛି।

ଉଦଯାପନୀ ଉତ୍ସବରେ ଅତିଥି ଭାବରେ ରାଜ୍ୟ ବ୍ୟାଡ଼ମିଂଟନ ସଂଘ ର ସାଧାରଣ ସମ୍ପାଦକ ନୀଲୀନ କୁମାର, ଯୁଗ୍ମ ସମ୍ପାଦକ ଶୈଳେନ୍ଦ୍ର ଚୌଧୁରୀ ଓ ଜୟ ପ୍ରକାଶ ସିଂ, ବରଗଡ଼ ଜିଲ୍ଲା ବ୍ୟାଡ଼ମିଂଟନ ସଂଘର ସମ୍ପାଦକ ଶିବମ ଅଗ୍ରୱାଲ, ପୂର୍ବତନ ଖେଳାଳି ଦେବଦତ ମିଶ୍ର ଓ ନାରାୟଣ ଦୋରା, ଜିଲ୍ଲା ବ୍ୟାଡ଼ମିଂଟନ ସଂଘ ର ଯୁଗ୍ମ ସମ୍ପାଦକ ଅଭିଷେକ ବିଶ୍ୱାସ, ମୁଖ୍ୟ ମ୍ୟାଚ ରେଫରୀ ଲକ୍ଷପତି ନନ୍ଦ, ଟେକ୍ନିକାଲ ଅଫିସିଆଲ ଅବଜର୍ଭର ସମୀର କୁମାର ସାହୁ ପ୍ରମୁଖ ଉପସ୍ଥିତ ରହି ଖେଳାଳି ମାନଙ୍କୁ ଉତ୍ସାହିତ କରିଥିଲେ।

ଏହି ଅବସରରେ ଅତିଥି ମାନେ କହିଲେ ଯେ ଜିତିବା ହାରିବା ଜୀବନର ଅନୁଭବ କ୍ଷ ସବୁ କିଛିକୁ ସାଉଁଟି ଯିଏ ଆଗକୁ ବଢିଚାଲିବା ହିଁ ଜୀବନର ମୂଳମନ୍ତ୍ର। ଶିଶୁ ମାନେ ହେଉଛନ୍ତି ଦେଶର ଭବିଷ୍ୟତ, ଏହି ବୟସରେ ହିଁ ମୂଳଦୁଆ ପଡିଥାଏ।

୩ ଦିନ ବ୍ୟାପି ଅନୁଷ୍ଠିତ ହୋଇଥିବା ଥିବା ଏହି ରେଙ୍କିଙ୍ଗ ବ୍ୟଡ଼ମିଂଟନ ଟୁର୍ନାମେଂଟରୁ ଓଡିଶା ବ୍ୟାଡ଼ମିଂଟନ ସଂଘ ଦ୍ୱାରା ଅନୁବନ୍ଧିତ ଅମ୍ପାୟାରମାନେ ପରିଚାଳନା କରିଥିଲେ। ଶେଷରେ ଏହି ରେଙ୍କିଙ୍ଗ ଟୁର୍ନାମେଂଟରେ ବିଜେତା ଓ ଉପ ବିଜେତାମାନଙ୍କୁ ଅତିଥିମାନେ ପୁରସ୍କୃତ କରଯାଇଥିଲା। ଏହି ଟୁର୍ନାମେଂଟରେ ସିଙ୍ଗିଲ୍ସ, ଡବଲସ ଓ ମିକ୍ସଡ଼ ଡବଲସ ବିଭାଗରେ ୯ ବର୍ଷ ରୁ କମ, ୧୧ ବର୍ଷରୁ କମ ଓ ୧୩ ବର୍ଷରୁ କମ ବିଭାଗ ମ୍ୟାଚ ଗୁଡିକ ଅନୁଷ୍ଠିତ ହୋଇଥଲା। ଆଜିର ପୁରସ୍କାର ବିତରଣ ସଭା ପରିଚାଳନାରେ ଟିକେଶ୍ୱର ସାହୁ, ସୂର୍ଯ୍ୟ ପାଣିଗ୍ରାହୀ, ଅନନ୍ତ ବେହେରା, ବାବୁଲୁ ପ୍ରଧାନ, ହେମାନନ୍ଦ ଥପା, ବବଲୁ ସାହୁ, ପୱନ ସାହୁ ଓ ମଣି ବେଜି ପ୍ରମୁଖ ସହଯୋଗ କରିଥିଲେ।

.......................................

ହିନ୍ଦୁସ୍ଥାନ ସମାଚାର / ଶୈଳେଶ


 rajesh pande