ଶ୍ରୀରାମ ଚରିତ ମାନସ ନବାହ୍ନ ପାରାୟଣ ଉଦଯାପିତ
ଭଦ୍ରକ, ୧୨ ଅପ୍ରେଲ (ହି.ସ.) - ଏହି ଜିଲାର ଭଣ୍ଡାରିପୋଖରୀ ବ୍ଲକ ମାଳଦା ପଂଚାୟତ ଜଳହରି ଠାରେ ଶ୍ରୀରାମ ସେବା ସମିତି ଆନୁକୂଲ୍ୟରେ ଶ୍ରୀରାମ ଚରିତ ମାନସ ନବାହ୍ନ ପାରାୟଣ ଓ ପ୍ରବଚନ ଜ୍ଞାନ ଯଜ୍ଞ ୪ ତାରିଖ ଶନିବାର ଠାରୁ ଆରମ୍ଭ ହୋଇ ରବିବାର ସଂଧ୍ୟାରେ ଉଦଯାପନ ହୋଇଯାଇଛି। ପ୍ରବଚକ ଭାବେ ହିମାଂଶୁ ଦା
SRIRAM CHARITA MANAS NABANHA


ଭଦ୍ରକ, ୧୨ ଅପ୍ରେଲ (ହି.ସ.) - ଏହି ଜିଲାର ଭଣ୍ଡାରିପୋଖରୀ ବ୍ଲକ ମାଳଦା ପଂଚାୟତ ଜଳହରି ଠାରେ ଶ୍ରୀରାମ ସେବା ସମିତି ଆନୁକୂଲ୍ୟରେ ଶ୍ରୀରାମ ଚରିତ ମାନସ ନବାହ୍ନ ପାରାୟଣ ଓ ପ୍ରବଚନ ଜ୍ଞାନ ଯଜ୍ଞ ୪ ତାରିଖ ଶନିବାର ଠାରୁ ଆରମ୍ଭ ହୋଇ ରବିବାର ସଂଧ୍ୟାରେ ଉଦଯାପନ ହୋଇଯାଇଛି। ପ୍ରବଚକ ଭାବେ ହିମାଂଶୁ ଦାସ ମହାରାଜ (ଭଦ୍ରକ), ସୁଶ୍ରୀ ଅନୁପମା ବିଶ୍ୱାଳ (ଜଗତସିଂହପୁର),ସନ୍ଥ ମନୋହର ଦାସ ମହାରାଜ (ଜଗତସିଂହପୁର), ମାନସ ଦାସ (ରାମାୟଣୀ), କଟକ, କମଳଲୋଚନ ମହାରାଜ (ଭୁବନେଶ୍ୱର) ପ୍ରମୁଖ ଯୋଗ ଦେଇ ପ୍ରବଚନ ଦେଇଥିଲେ। ବ୍ୟାସ: ରଘୁରାମ ମିଶ୍ର,ଉପନ୍ୟାସ: ନିଶିଥ କୁମାର ପତି ଏବଂ ଭଜନ ଶିଳ୍ପୀ: ଧରଣୀଧର ଦାସ ଓ ଧନେଶ୍ୱର ଓଝା ଯୋଗଦେଇଥିଲେ। ଶ୍ରୀରାମ ସେବା ସମିତି ର ସମସ୍ତ ସଭ୍ୟବୃନ୍ଦ ଓ ଗ୍ରାମବାସୀ ସହଯୋଗ କରିଥିଲେ।

ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ


 rajesh pande