



ସମ୍ବଲପୁର, ୧୨ ଏପ୍ରିଲ୍(ହି.ସ.) – ସମ୍ବଲପୁର ମହାନଗର ନିଗମ ଅନ୍ତର୍ଗତ ସାରସ୍ୱତ କଲୋନୀ ସ୍ଥିତ ସତ୍ୟସାଇ ଦତାତ୍ରେୟ ମନ୍ଦିର ପରିସରରେ ମହିଳାଙ୍କ ପାଇଁ ଏକ ଦକ୍ଷତା ବିକାଶ କାର୍ଯ୍ୟକ୍ରମ ଉଦଘାଟିତ ହୋଇଯାଇଛି। ମହିଳାମାନଙ୍କ ପାଇଁ ସିଲେଇ ପ୍ରଶିକ୍ଷଣ କାର୍ଯ୍ୟକ୍ରମକୁ ଶ୍ରୀସତ୍ୟସାଇ ସେବା ସମିତିର ରାଜ୍ୟ ଉପାଧ୍ୟକ୍ଷ ସି. ସାଇ ପ୍ରସାଦ ରାଓ ଏବଂ ରାଜ୍ୟ ସଂଯୋଜକ ରମାକାନ୍ତ ଦାଶଙ୍କ କରକମଳରେ ଉଦଘାଟିତ ହୋଇଯାଇଛି। ଏହି ଅବସରରେ ସମ୍ବଲପୁର ଜିଲ୍ଲା ସଂଯୋଜକ ଯୁବରାଜ ମୁନା ଏବଂ ସେଂଟ୍ ଇନଚାର୍ଜ ଏସଡିପି ପ୍ରକାଶ ଦାଶ ପ୍ରମୁଖ ଉପସ୍ଥିତ ରହିଥିଲେ। ସମ୍ବଲପୁର ଅଧୀନରେ ଚାରଭାଟି ଭଜନ କେନ୍ଦ୍ରରେ ପରିଚାଳିତ ଏହି କାର୍ଯ୍ୟକ୍ରମରେ ସ୍ଥାନୀୟ ଅଂଚଳର ୨୦ ଜଣ ସାମାଜିକ ଏବଂ ଆର୍ôଥକ ପଛୁଆ ବର୍ଗର ମହିଳା ମାନଙ୍କୁ ଏହି ପ୍ରଶିକ୍ଷଣ ପ୍ରଦାନ କରାଯିବ। ଏହାସହ ରାଜ୍ୟ ଟ୍ରଷ୍ଟରେ ମେସିନାରୀ ଖର୍ଚ୍ଚ ପାଇଁ ପାଣ୍ଠି ଯୋଗାଇ ଦିଆଯାଇଛି। ଏବେ ୬ ଜଣ ବାଲବିକାଶର ପୂର୍ବତନ ଛାତ୍ରଙ୍କୁ ମାସିକ ଚାଳନ ଖର୍ଚ୍ଚ ପ୍ରଦାନ କରାଯାଇଛି। ଏହି ଅବସରରେ ମୁଖ୍ୟ ଅତିଥି କହିଥିଲେ ଯେ. ନିସ୍ୱାର୍ଥପର ସେବା ମାଧ୍ୟମରେ ସମାଜରେ ରୂପାନ୍ତରଣ ଅଣାଯାଇ ପାରିବ, ତଥା ମାନବ ସେବା ମାଧ୍ୟମରେ ମାଧବ ସେବା ହୋଇପାରିବ। ସମ୍ବଲପୁର ସହରରେ ଆର୍ôଥକ ଅନଗ୍ରସର ମହିଳାଙ୍କ ଉଦ୍ଦେଶ୍ୟରେ ଶ୍ରୀ ସତ୍ୟସାଇ ସେବା ସଂଗଠନ ସମ୍ବଲପୁର ଆନୁକୂଲ୍ୟରେ ଏକ ଛଅ ମାସିଆ ମାଗଣା ସିଲାଇ ପ୍ରଶିକ୍ଷଣ ତଥା ଦକ୍ଷତା ବିକାଶ କାର୍ଯ୍ୟକ୍ରମ ପର୍ଯ୍ୟାୟ କ୍ରମେ ଆୟୋଜନ କରାଯିବ। ଉଦଘାଟନୀ ଅବସରରେ ରାଜ୍ୟ ସେବା ସଂଯୋଜକ ରମାକାନ୍ତ ଦାଶ ଦକ୍ଷତା ବିକାଶରେ ମହିଳାଙ୍କ ଆତ୍ମନିଯୁକ୍ତି କିପରି ସମ୍ଭବ ତାହା ବୁଝାଇ ଥିଲେ। ଏଥିରେ ଡ.ନୀଳାଦ୍ରି ବେହେରା ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିବା ବେଳେ ୫୦ ରୁ ଉର୍ଦ୍ଧ୍ୱ ବ୍ୟକ୍ତି ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ପ୍ରଶିକ୍ଷାର୍ଥୀ ମାନଙ୍କୁ ମାଗଣା ଖାତା କଲମ ଓ ଆବଶ୍ୟକୀୟ ଉପକରଣ ଯୋଗାଇ ଦିଆଯିବା ସହ ସେମାନଙ୍କୁ ମାଗଣାରେ ଶୈକ୍ଷିକ ପ୍ରସାଧାନ ଯୋଗାଇ ଦିଆଯାଇଛି। କାର୍ଯ୍ୟକ୍ରମକୁ ଜିଲ୍ଲା ଯୁବ ସଂଯୋଜିକା ସୁଚିସ୍ମିତା ସାହୁ ପରିଚାଳନା କରିଥିଲେ। ଶେଷରେ ଆବାହକ ଦିଲୀପ ପରମାର୍ ଧନ୍ୟବାଦ ଅର୍ପଣ କରିଥିଲେ।
.......................................
ହିନ୍ଦୁସ୍ଥାନ ସମାଚାର / ଶୈଳେଶ