୧୧ତମ ଶୁଭାଶିଷ ସ୍ମାରକୀ କ୍ରିକେଟ ଟୁର୍ନାମେଣ୍ଟ ଫାଇନାଲ ମ୍ୟାଚ ଦେଖିଲେ ମୁଖ୍ୟମନ୍ତ୍ରୀ
କେନ୍ଦୁଝର, ୧୨ ଏପ୍ରିଲ୍ (ହି.ସ.)- କେନ୍ଦୁଝର ଷ୍ଟାଡିଅମ ଠାରେ ଆୟୋଜିତ ୧୧ତମ ଶୁଭାଶିଷ ସ୍ମାରକୀ କ୍ରିକେଟ ଟୁର୍ନାମେଣ୍ଟରେ ରାଉରକେଲା ୟୁଥ କ୍ରିକେଟ କ୍ଳବ ରାଇଜିଂ ସ୍ଟୁଡେଣ୍ଟସ କଟକକୁ ୩୪ ରନରେ ପରାସ୍ତ କରି ବିଜୟୀ ହୋଇଛି। ଏହି ଫାଇନାଲ ମ୍ୟାଚ ତଥା ପୁରସ୍କାର ବିତରଣୀ ଉତ୍ସବରେ ମୁଖ୍ୟମନ୍ତ୍ରୀ ମୋହନ
Subhashis memorial turnament


କେନ୍ଦୁଝର, ୧୨ ଏପ୍ରିଲ୍ (ହି.ସ.)- କେନ୍ଦୁଝର ଷ୍ଟାଡିଅମ ଠାରେ ଆୟୋଜିତ ୧୧ତମ ଶୁଭାଶିଷ ସ୍ମାରକୀ କ୍ରିକେଟ ଟୁର୍ନାମେଣ୍ଟରେ ରାଉରକେଲା ୟୁଥ କ୍ରିକେଟ କ୍ଳବ ରାଇଜିଂ ସ୍ଟୁଡେଣ୍ଟସ କଟକକୁ ୩୪ ରନରେ ପରାସ୍ତ କରି ବିଜୟୀ ହୋଇଛି। ଏହି ଫାଇନାଲ ମ୍ୟାଚ ତଥା ପୁରସ୍କାର ବିତରଣୀ ଉତ୍ସବରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯୋଗଦେଇ ଖେଳାଳୀ ମାନଙ୍କୁ ଉତ୍ସାହିତ କରିବା ସହିତ ବିଜୟୀ ଏବଂ ରନର୍ସ ଅପ ବିଜେତା ଦଳକୁ ପୁରସ୍କୃତ କରିଥିଲେ। ଆମ ଦେଶରେ ପ୍ରତିଭାର କୌଣସି ଅଭାବ ନାହିଁ। କିନ୍ତୁ ଦେଶର ଗ୍ରାମୀଣ ପ୍ରତିଭାମାନଙ୍କୁ ଚିହ୍ନଟ ଚିହ୍ନଟ କରି ସେମାନଙ୍କୁ ବିଶ୍ବସ୍ତରୀୟ ସ୍ବୀକୃତି ଆଣିଦେବା ହେଉଛି ଆମ ସରକାରଙ୍କ ପ୍ରମୁଖ ଲକ୍ଷ୍ୟ। ଏଥିପାଇଁ ପ୍ରତି ପଂଚାୟତ ଏବଂ ବ୍ଲକରେ ଷ୍ଟାଡିମୟ ନିର୍ମାଣ କରି ବିଭିନ୍ନ ପ୍ରକାର କ୍ରୀଡା ପ୍ରତିଯୋଗିତା ମାଧ୍ୟମରେ ସରକାର ପ୍ରତିଭା ଚିହ୍ନଟ କରୁଛନ୍ତି ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଥିଲେ ।

ଏହି ସମାରୋହରେ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ କହିଥିଲେ, କ୍ରୀଡ଼ା କ୍ଷେତ୍ରରେ ଆମର ନିରନ୍ତର ପ୍ରୋତ୍ସାହନ ପାଇଁ ଆଜି ଓଡ଼ିଶା ଭାରତର କ୍ରୀଡ଼ା ରାଜଧାନୀ ଭାବେ ପରିଚିତ । ଓଡ଼ିଶା ଆଜି ଜାତୀୟ ଓ ଆନ୍ତର୍ଜାତୀୟ ସ୍ତରରେ କ୍ରୀଡ଼ା କ୍ଷେତ୍ରରେ ଖ୍ୟାତି ଅର୍ଜନ କରିଛି ।

ପ୍ରତ୍ୟେକ ସଫଳତା ସହ ଓଡ଼ିଶା ନିଜକୁ କ୍ରୀଡ଼ା ଜଗତର ଏକ ଉଦୀୟମାନ ଶକ୍ତି ଭାବେ ପ୍ରମାଣିତ କରୁଛି । ଆସନ୍ତା ୨୦୨୮ ମସିହାରେ ହେବାକୁ ଥିବା ୱାର୍ଲଡ ଆଥଲେଟିକ୍ସ ଇନ୍ଡୋର ଚାମ୍ପିୟନସିପ୍ ଭୁବନେଶ୍ବର କଳିଙ୍ଗ ଷ୍ଟାଡିଅମରେ ହିଁ ଖେଳହେବ। ଓଡିଶା ଏହାର ଆୟୋଜନ କରିବ। ଯାହା ଆମ ପାଇଁ ଗୌରବର କଥା। ଏଥିରେ ବ୍ଲକ ଠାରୁ ଆରମ୍ଭ କରି ରାଜ୍ୟ ସ୍ତର ପର୍ଯ୍ୟନ୍ତ ଫୁଟବଲ, ଆଥଲେଟିକ୍ସ, ହକି ଓ ବ୍ୟାଡମିଣ୍ଟନ ପ୍ରତିଯୋଗିତାରେ ଲକ୍ଷାଧିକ ଆଥଲେଟ୍ ଅଂଶଗ୍ରହଣ କରିବେ । ଗ୍ରାମୀଣ ପ୍ରତିଭାମାନଙ୍କୁ ଚିହ୍ନଟ କରି ସେମାନଙ୍କୁ ବିଶ୍ବସ୍ତରୀୟ ସ୍ବୀକୃତି ଆଣିଦେବା ହେବ ଆମର ଲକ୍ଷ୍ୟ ବୋଲି ସେ କହିଥିଲେ।

ମୁଖ୍ୟମନ୍ତ୍ରୀ କହିଥିଲେ, ବର୍ତ୍ତମାନ ଉଦୀୟମାନ ଖେଳାଳି ଛୋଟ ଛୋଟ ସହରରୁ ଆସି ନିଜକୁ ପ୍ରତିଷ୍ଠିତ କରି ପାରୁଛନ୍ତି। ଧୋନୀ, ଜାଡେଜା, ରିଙ୍କୁ ସିଂ, ସୁରେଶ ରାଇନା, ଶୁଭମନ ଗିଲ, ଯଶସ୍ଵୀ ଜୟଶ୍ବାଲ ଇତ୍ୟାଦି ଦେଖାଇଛନ୍ତି ଯେ ଯଦି ପ୍ରତିଭା ଅଛି ତେବେ ସଫଳତା ଦୂର ନୁହେଁ । କେବଳ, କ୍ରିକେଟ ନୁହେଁ, ଅନ୍ୟ ଖେଳରେ ମଧ୍ୟ ଆମ ଖେଳାଳି ପରି ନିଜ ପାଇଁ ନିଜ ଦେଶ ଭାରତ ପାଇଁ ଗୌରବ ଆଣିଛନ୍ତି। ଏହି ସବୁ ପ୍ରତିଭାବାନ ଖେଳାଳିଙ୍କୁ ଆବଶ୍ୟକ ଭିତ୍ତିଭୂମି, କିଟ୍ସ, ଖେଳ ପଡିଆ ପ୍ରଦାନ କରିବା ହେଉଛି ସରକାରଙ୍କ କାମ। ତେଣୁ, ଆମ ସରକାର ଏ ଦିଗରେ ଯତ୍ନବାନ ଅଛନ୍ତି ଏବଂ ଏ ଦିଗରେ କାର୍ଯ୍ୟ ମଧ୍ୟ କରୁଛନ୍ତି ବୋଲି ସେ କହିଥିଲେ। ସେ କହିଥିଲେ, କ୍ରିକେଟ ଆମ ପାଇଁ ଗୋଟିଏ ଅନ୍ତର୍ନିହିତ ଆନନ୍ଦ, ଏହି ଖେଳ ଆମକୁ ଏକତା ଦିଏ, ଉତ୍ସାହ ଦିଏ ଓ ଏକ ଆଶା ଦିଏ । ସଚିନ ତେନ୍ଦୁଲକରଙ୍କ ଠାରୁ ଆରମ୍ଭ କରି ଧୋନି, ବିରାଟ କୋହଲି ଏବଂ ରୋହିତ ଶର୍ମାଙ୍କର ଖେଳ ଦେଖି ଅନେକ ଯୁବକ ପ୍ରେରିତ ହୁଅନ୍ତି।

କେନ୍ଦୁଝର ଷ୍ଡାଡିୟମ ଠାରେ ଆୟୋଜିତ ଏହି ଟୁର୍ଣ୍ଣାମେଣ୍ଟର ପୁରସ୍କାର ବିତରଣୀ ଉତ୍ସବରେ ମୁଖ୍ୟମନ୍ତ୍ରୀଙ୍କ ସମେତ ଜିଲ୍ଲା ଯୋଜନା ବୋର୍ଡ କମିଟି ଅଧ୍ୟକ୍ଷ, ଡାକ୍ତର ଫକୀର ନାଏକ, ଚମ୍ପୁଆ ବିଧାୟକ ସନାତନ ମହାକୁଡ଼, ଜିଲ୍ଲାପାଳ ବିଶାଳ ସିଂହ, ସ୍ୱତନ୍ତ୍ର ଉନ୍ନୟନ ପରିଷଦ, କେନ୍ଦୁଝରର ଅଧ୍ୟକ୍ଷା ଶ୍ରୀମତୀ ମମିତା ନାଏକ, କେନ୍ଦୁଝରଗଡ଼ ପୌରପରିଷଦର ଅଧ୍ୟକ୍ଷା ଶ୍ରୀମତୀ ନିକୁ ସାହୁ, ସମାଜସେବୀ ଶୁକଦେବ ମହାନ୍ତ ଏବଂ ଫେମସ କ୍ଲବର ସଭାପତି ବିଶ୍ବଜିତ ତ୍ରିପାଠୀ ଉପସ୍ଥିତ ଥିଲେ।

ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA


 rajesh pande