
ଭଦ୍ରକ, ୧୨ ଅପ୍ରେଲ (ହି.ସ.) - ଭଦ୍ରକ ଜିଲ୍ଲା ତିହିଡି଼ କାଳୀପଡ଼ିଆରେ ୨ଦିନ ଧରି ଚାଲିଥିବା ସିଏମ ଟ୍ରଫି ଭଲିବଲ ଟୁର୍ଣ୍ଣାମେଂଟ ରବିବାର ଉଦଯାପିତ ହୋଇଯାଇଛି। ବାଳିକାମାନଙ୍କ ଫାଇନାଲ ମ୍ୟାଚରେ ତିହିଡି ଖାଙ୍କିହାଟ ଭଲି ଟିମ ୨-୦ରେ ଭଦ୍ରକ ସରକାରୀ ବାଳିକା ହାଇସ୍କୁଲକୁ ହରାଇ ଏବଂ ବାଳକମାନଙ୍କ ଫାଇନାଲ ମ୍ୟାଚରେ ଓଳଙ୍ଗ ଆଦର୍ଶ ବିଦ୍ୟାଳୟ ୨-୦ରେ ଏସବିଡି ଇଂଟରନ୍ୟାସନାଲକୁ ହରାଇ ଚାମ୍ପିୟନ ହୋଇଥିବା ଜଣାଯାଇଛି । ଏହି ଟୁର୍ଣ୍ଣାମେଂଟରେ ବାଳିକା ବିଭାଗରେ ୬ଟି ଟିମ ଏବଂ ବାଳକ ବିଭାଗରେ ୭ଟି ଟିମ ଅଂଶଗ୍ରହଣ କରିଥିଲେ । ବାଳିକାମାନଙ୍କ ଫାଇନାଲ ମ୍ୟାଚକୁ ଅତିଥି ଭାବେ ତହସିଲଦାର ଜୟଦ୍ରଥ ଆଚାର୍ଯ୍ୟ, ସାଂସଦଙ୍କ ପ୍ରତିନିଧି ସୀତାକାନ୍ତ ନାୟକ ଓ ଭାଟପଡ଼ା ସରପଂଚ ଶୁଭ୍ର ନାରାୟଣ ସେଠୀ ଏବଂ ବାଳକମାନଙ୍କ ଫାଇନାଲ ମ୍ୟାଚକୁ ଅତିଥି ଭାବେ ଭଦ୍ରକ ଆଥଲେଟିକ ଆସୋସିଏସନ ସମ୍ପାଦକ ଧୀରେନ ପଲାଇ, ତିହିଡି଼ କଲେଜ ପୂର୍ବତନ ଅଧ୍ୟକ୍ଷ ଡ. ଲଷ୍ମୀଧର ତ୍ରିପାଠୀ, ଶିକ୍ଷାବିତ ସୋମନାଥ ପାଢ଼ୀ, ନାଟ୍ୟକାର ଚନ୍ଦ୍ରକାନ୍ତ ମହାନ୍ତି, ସାମାଜସେବୀ ଧୀରେନ୍ଦ୍ର ସାହୁ ଯୋଗଦେଇ ଉଦଘାଟନ କରିଥିଲେ । ଉଦଯାପନୀ ଉତ୍ସବରେ ମୁଖ୍ୟଅତିଥି ଭାବେ ଡେପୁଟି କଲେକ୍ଟର ତଥା ଜିଲା କ୍ରୀଡ଼ା ଅଧିକାରୀ କାର୍ତିକ ନାଥ ମଣ୍ଡଳ, ବରେଣ୍ୟ ଅତିଥି ଭାବେ ଡିଏସଓ ଦେବବ୍ରତ ମହାପାତ୍ର ଓ ଭଦ୍ରକ ଆଥଲେଟିକ ଆସୋସିଏସନ ସମ୍ପାଦକ ଶ୍ରୀ ପଲାଇ ଯୋଗଦେଇ ଚାମ୍ପିୟନ ଦଳକୁ ଟ୍ରଫି ପ୍ରଦାନ କରିଥିଲେ । ଏହି ଟୁର୍ଣ୍ଣାମେଂଟରେ ୧୨ଜଣ ଲେଖାଏଁ ବାଳିକା ଓ ବାଳକ ରାଜ୍ୟସ୍ତରକୁ ମନୋନୀତ ହୋଇଥିବା ଜଣାଯାଇଛି । ବାଳକ ବିଭାଗ ମ୍ୟାଚକୁ ଜିଲା ଭଲିବଲ ସଂଯୋଜକ ଗିରିଜା ରମଣ ଜେନା ଏବଂ ବାଳିକା ବିଭାଗ ମ୍ୟାଚକୁ ଅଭିଲିପସା ପାଢ଼ୀ ପରିଚାଳନା କରିଥିବା ବେଳେ ପ୍ରଭାତ କୁମାର ଜେନା, ରଞ୍ଜନ ବେହେରା, ପ୍ରିୟଦର୍ଶନୀ ଧଡ଼ା, ତନ୍ମୟ ବେହେରା, ସୁଶାନ୍ତ କୁମାର ଯତି, ବାବାଜୀ ମହାକୁଡ଼ ପ୍ରମୁଖ ସହଯୋଗ କରିଥିଲେ।ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ
ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ