
ଜୟପୁର, ୧୨ ଏପ୍ରିଲ୍ (ହି.ସ.)- ରାୟଗଡ଼ା ଜିଲ୍ଲା ଗୁଡାରୀ ରେଞ୍ଜର ବନାଞ୍ଚଳ ଅଧିକାରୀ ସୁକୁମାର ଦୁଃଖୁଙ୍କୁ ନବରଙ୍ଗପୁରର ଇନ୍ଦ୍ରାବତୀ ସେତୁ ନିକଟରେ ଓଡ଼ିଶା ଭିଜିଲାନ୍ସର ଏକ ଦଳ ଦ୍ୱାରା ଅଟକାଯାଇଥିଲା l ଯେତେବେଳେ ଶ୍ରୀ ଦୁଃଖୁ ତାଙ୍କ ଅଫିସ ଗାଡ଼ି (ବୋଲେରୋ)ରେ ଗୁଡାରୀରୁ ନବରଙ୍ଗପୁରର ସେନାପତି ଷ୍ଟ୍ରିଟ୍ ସ୍ଥିତ ତାଙ୍କ ବାସଭବନକୁ ଯାତ୍ରା କରୁଥିଲେ l ଏବଂ ତାଙ୍କ ନିକଟରୁ ୨.୩୩ ଲକ୍ଷ ଟଙ୍କା ସନ୍ଦେହଜନକ ବେଆଇନ୍ ଅର୍ଜିତ ନଗଦ ଜବତ କରାଯାଇଥିଲା। ଶ୍ରୀ ଦୁଃଖୁ ତାଙ୍କଠାରୁ ଉଦ୍ଧାର ହୋଇଥିବା ନଗଦର ଉତ୍ସ ସମ୍ପର୍କରେ ସନ୍ତୋଷଜନକ ଭାବରେ ଉତ୍ତର ଦେଇ ପାରିନଥିଲେ l ବିଫଳ ହେବାରୁ, ସମ୍ପୂର୍ଣ୍ଣ ନଗଦ ୨.୩୩ ଲକ୍ଷ ଟଙ୍କା ସହିତ ରେଜିଷ୍ଟ୍ରେସନ୍ ନଂ-ଓଡି୧୮କେ-୭୦୪୧ ବୋଲେରୋ ଗାଡ଼ି ଜବତ କରାଯାଇଥିଲା l ଏହା ପରେ, ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗ ଦୁଃଖୁଙ୍କ ସହିତ ଜଡିତ ୩ଟି ସ୍ଥାନରେ ଏକକାଳୀନ ଚଢ଼ଉ ଆରମ୍ଭ କରାଯାଇଥିବା ଭିଜିଲାନ୍ସ ବିଭାଗ ତରଫରୁ ସୂଚନା ଦିଆଯାଇଛି l
ହିନ୍ଦୁସ୍ଥାନ ସମାଚାର / ପିକେପି