ବିକ୍ରମ ଦେବ ବିଶ୍ଵବିଦ୍ୟାଳୟରେ ମହାପୁରୁଷଙ୍କ ବନ୍ଦନା କାର୍ଯ୍ୟକ୍ରମ
ଜୟପୁର, ୧୨ ଏପ୍ରିଲ୍ (ହି.ସ.)- ଜୟପୁର ସ୍ଥିତ ବିକ୍ରମ ଦେବ ବିଶ୍ବବିଦ୍ୟାଳୟ ପରିସରରେ ଇତିହାସ ବିଭାଗ ପକ୍ଷରୁ ଓଡ଼ିଆ ପକ୍ଷ ପାଳନ ଅବସରରେ ମହାପୁରୁଷ ମାନଙ୍କ ବନ୍ଦନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଏହି କାର୍ଯ୍ୟକ୍ରମକୁ ଇତିହାସ ବିଭାଗର ମୁଖ୍ୟ ଡକ୍ଟର ରୁସଭ କୁମାର ସାହୁ ସଭାପତିତ୍ବ କରିଥିବା ବେଳ
ବିକ୍ରମ ଦେବ ବିଶ୍ଵବିଦ୍ୟାଳୟ ରେ ମହାପୁରୁଷ ଙ୍କ ବନ୍ଦନା କାର୍ଯ୍ୟକ୍ରମ


ଜୟପୁର, ୧୨ ଏପ୍ରିଲ୍ (ହି.ସ.)- ଜୟପୁର ସ୍ଥିତ ବିକ୍ରମ ଦେବ ବିଶ୍ବବିଦ୍ୟାଳୟ ପରିସରରେ ଇତିହାସ ବିଭାଗ ପକ୍ଷରୁ ଓଡ଼ିଆ ପକ୍ଷ ପାଳନ ଅବସରରେ ମହାପୁରୁଷ ମାନଙ୍କ ବନ୍ଦନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଏହି କାର୍ଯ୍ୟକ୍ରମକୁ ଇତିହାସ ବିଭାଗର ମୁଖ୍ୟ ଡକ୍ଟର ରୁସଭ କୁମାର ସାହୁ ସଭାପତିତ୍ବ କରିଥିବା ବେଳେ ଡକ୍ଟର ଅରୁଣ କୁମାର ରାଜ, ସହିଦ ଲକ୍ଷ୍ମଣ ନାୟକ, ଡକ୍ଟର (କ୍ୟାପ୍ଟେନ) ଲକ୍ଷ୍ମଣ ପାତ୍ର, ସ୍ୱାମୀ ବିବେକାନନ୍ଦ, ଡକ୍ଟର ରୁଷଭ କୁମାର ସାହୁ, ମଧୁସୂଦନ ଦାସ, ଡକ୍ଟର ଅନୁରାଧା ପାଲ ରମାଦେବୀ, ଡକ୍ଟର ମିନତି ନାୟକ ବିକ୍ରମ ଦେବ ବର୍ମା, ଡକ୍ଟର ହୃଷିକେଶ ବେହେରା ଗୋପବନ୍ଧୁ ଦାସ, ଲଲାଟେନ୍ଦୁ ଲେଙ୍କା ବାଜି ରାଉତ, ପ୍ରିୟରଞ୍ଜନ ସାହୁ ମହାରାଜ କୃଷ୍ଣ ଚନ୍ଦ୍ର ଗଜପତି, କିଶୋର ଗୁରୁ ବୀର ସୁରେନ୍ଦ୍ର ସାଏ, ଶ୍ରୀମତୀ ସୁକାନ୍ତି ସୋୟ ଓଡ଼ିଆ ପକ୍ଷ ପାଳନର ଆଭିମୁଖ୍ୟ ଉପରେ ଆଲୋଚନା କରିଥିଲେ । ଆୟୋଜିତ ଉକ୍ତ କାର୍ଯ୍ୟକ୍ରମରେ ଅଧ୍ୟାପକ ଓ ଅଧ୍ୟାପିକା ମାନେ ମହାପୁରୁଷଙ୍କ ଜୀବନ, ଚିନ୍ତାଧାରା ଓ ସମାଜ ପ୍ରତି ତାଙ୍କର ଅମୂଲ୍ୟ ଅବଦାନ ବିଷୟରେ ଗଭୀର ଭାବରେ ଆଲୋକପାତ କରିଥିଲେ। ସେମାନେ ମହାପୁରୁଷମାନଙ୍କର ଆଦର୍ଶ, ନୀତି ଓ ଦେଶପ୍ରେମର ମହତ୍ତ୍ୱକୁ ଉଦ୍ଧାର କରି, ଆଧୁନିକ ଯୁଗରେ ଏହାର ପ୍ରାସଙ୍ଗିକତା ଉପରେ ଉଲ୍ଲେଖ କରିଥିଲେ। ଏହି ଆଲୋଚନା ମାଧ୍ୟମରେ ଛାତ୍ରଛାତ୍ରୀମାନେ ନିଜ ଭାଷା, ସଂସ୍କୃତି ଓ ପାରମ୍ପରିକ ମୂଲ୍ୟବୋଧ ପ୍ରତି ଅଧିକ ସଚେତନ ହେବା ସହ ମହାପୁରୁଷମାନଙ୍କ ଆଦର୍ଶକୁ ଅନୁସରଣ କରିବାର ପ୍ରେରଣା ପାଇଥିଲେ। ଶ୍ରୀମତୀ ପଲ୍ଲବୀ ନାୟକ, ଧନ୍ୟବାଦ ଅର୍ପଣ କରିଥିଲେ ଓ କହିଥିଲେ ଏହି ପ୍ରକାରର କାର୍ଯ୍ୟକ୍ରମ ଯୁବପିଢ଼ୀଙ୍କୁ ସଠିକ୍ ପଥରେ ପରିଚାଳିତ କରିବାରେ ବହୁତ ଉପକାରୀ ହୋଇଥାଏ।

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande