
ଭୁବନେଶ୍ୱର, 12 ଏପ୍ରିଲ୍ (ହି.ସ.)- ଆଶା ଭୋସଲେଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ
ମାଝୀ ଶୋକ ପ୍ରକାଶ କରିଛନ୍ତି । ଏନେଇ ସୋସିଆଲ ମିଡିଆ ଏକ୍ସରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ,
ବିଶିଷ୍ଟ କଣ୍ଠଶିଳ୍ପୀ ଆଶା ଭୋସଲେ ଜୀଙ୍କ ଦେହାନ୍ତରେ ମୁଁ ଗଭୀର ଦୁଃଖିତ। ତାଙ୍କର ଅମର ସ୍ୱର
କେବଳ ସଙ୍ଗୀତ ନୁହେଁ, ଏହା ଏକ ଭାବନା
ଥିଲା ଯାହା ପିଢ଼ୀ ପରମ୍ପରାକୁ ପରିଭାଷିତ କରିଛି। ତାଙ୍କ ବିଦାୟରେ ସୃଷ୍ଟି ହୋଇଥିବା ଶୂନ୍ୟସ୍ଥାନ
ଅପୂରଣୀୟ ଅଟେ।
ଏହି ଗଭୀର ଶୋକର ମୁହୂର୍ତ୍ତରେ ମୁଁ ତାଙ୍କର ପରିବାର, ପ୍ରଶଂସକ ଓ ସମଗ୍ର
ସଙ୍ଗୀତ ଜଗତଙ୍କ ପ୍ରତି ମୋର ସମବେଦନା ଜଣାଉଛି। ମୁଁ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ନିକଟରେ
ପ୍ରାର୍ଥନା କରୁଛି ଯେ ତାଙ୍କର ଆତ୍ମାକୁ ଶାନ୍ତି ପ୍ରଦାନ କରନ୍ତୁ ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା