
ଭୁବନେଶ୍ୱର, ୧୨ ଏପ୍ରିଲ (ହି.ସ)- ଆସାମର ବିବାଦୀୟ ମୁଖ୍ୟମନ୍ତ୍ରୀ ତଥା ବିଜେପି ନେତା ହେମନ୍ତ ବିଶ୍ୱଶର୍ମା କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖର୍ଗେଙ୍କ ପ୍ରତି ଅଶାଳୀନ ଟିପ୍ପଣୀ ବିରୁଦ୍ଧରେ ରବିବାର ଭୁବନେଶ୍ୱର ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଏହି ଉପଲକ୍ଷେ ଜିଲ୍ଲା କଂଗ୍ରେସ କମିଟି ସଭାପତି ପ୍ରକାଶ ଚନ୍ଦ୍ର ଜେନାଙ୍କ ଅଧ୍ୟକ୍ଷତାରେ କଂଗ୍ରେସ ନେତୃବୃନ୍ଦ ଓ କର୍ମୀମାନେ କଂଗ୍ରେସ ଭବନରୁ ବାହାରି ମାଷ୍ଟର କ୍ୟାଂଟିନ ଛକ ନିକଟରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ ଓ କୁଶପୁତଳିକା ଦାହ କରିଥିଲେ ।
ଏହି କାର୍ଯ୍ୟକ୍ରମରେ କଂଗ୍ରେସ ନେତୃବୃନ୍ଦ ସର୍ବଶ୍ରୀ ଶିବାନନ୍ଦ ରାୟ, ମନୋରଞ୍ଜନ ଦାସ, ସୁଦର୍ଶନ ଦାସ, ପ୍ରଶାନ୍ତ ଚମ୍ପତି, ମିହିରି ଆଚାର୍ଯ୍ୟ, ଅଶୋକ ଦାସ, ରାଜୁ ବାରିକ, ଆଲୋକ ମହାନ୍ତି, ଯୋଗୀ ନାୟକ, କୌଳାସ ସାହୁ, ଜୟକୃଷ୍ଣ ସୁବୁଧି, ଜୟକୃଷ୍ଣ ମାଲିଆ ଓ ବଳଦେବ ରଥ ପ୍ରମୁଖ ଉପସ୍ଥିତ ଥିଲେ ।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା