ପଦଯାତ୍ରା ଚାଲିଛି, ଶୁଣୁନାହାନ୍ତି ସରକାର
ପୁରୀ, ୧୨ ଏପ୍ରିଲ୍ (ହି.ସ.) - ପୁରୀ ସହର ଓ ସଦରବାସୀଙ୍କୁ ପୂର୍ବପରି ଶ୍ରୀମନ୍ଦିର ପ୍ରବେଶ ଓ ଦର୍ଶନ ଅଧିକାର ପାଇଁ ସଚେତନତା ପଦଯାତ୍ରାର ବାର ଦିନରେ ପହଂଚିଛି । ମହାପ୍ରଭୁଙ୍କ ବାର ମାସରେ ତେର ଯାତ୍ରା । ପଦଯାତ୍ରାକୁ ବାର ଦିନ ପୁରିଲା ଆଗକୁ ଏହି ଦାବି ଯୋରଦାର କରାଯିବ । ପୁରୀ ସହର ଓ ସଦରବାସୀଙ୍କ
ପଦଯାତ୍ରା ଚାଲିଛି ଶୁଣୁନାହାନ୍ତି ସରକାର


ପୁରୀ, ୧୨ ଏପ୍ରିଲ୍ (ହି.ସ.) - ପୁରୀ ସହର ଓ ସଦରବାସୀଙ୍କୁ ପୂର୍ବପରି ଶ୍ରୀମନ୍ଦିର ପ୍ରବେଶ ଓ ଦର୍ଶନ ଅଧିକାର ପାଇଁ ସଚେତନତା ପଦଯାତ୍ରାର ବାର ଦିନରେ ପହଂଚିଛି । ମହାପ୍ରଭୁଙ୍କ ବାର ମାସରେ ତେର ଯାତ୍ରା । ପଦଯାତ୍ରାକୁ ବାର ଦିନ ପୁରିଲା ଆଗକୁ ଏହି ଦାବି ଯୋରଦାର କରାଯିବ । ପୁରୀ ସହର ଓ ସଦରବାସୀଙ୍କ ଆସ୍ଥା ଓ ଅଧିକାରର ସ୍ୱରକୁ ନେଇ ଚାଲିଥିବା ସଚେତନତା ପଦଯାତ୍ରା ଏଗାର ଦିନରେ ବଳଗଣ୍ଡି ସ୍ଥିତ ଭକ୍ତ ସାଲବେଗ ପୀଠରୁ ଆରମ୍ଭ ହୋଇଥିବା ଏହି ପଦଯାତ୍ରା ଶ୍ରୀମନ୍ଦିର ପରିସର ନିକଟରେ ସମାପ୍ତ ହୋଇଥିଲା। ପଥେ ପଥେ “ଜୟ ଜଗନ୍ନାଥ” ଧ୍ୱନି ଓ ଭକ୍ତିଭାବରେ ପରିପୂର୍ଣ୍ଣ ପରିବେଶ ମଧ୍ୟରେ ପୂର୍ବପରି ଦର୍ଶନ ବ୍ୟବସ୍ଥା ପାଇଁ ଦାବି ଜୋରଦାର ଭାବେ ଉଠିଥିଲା। ଏହି ପଦଯାତ୍ରା ପୁରୀ ସହର ଓ ସଦରବାସୀଙ୍କ ମନରେ ଥିବା ଶ୍ରୀଜଗନ୍ନାଥ ପ୍ରତି ଅତ୍ୟୁଟ ଭକ୍ତି ଓ ସ୍ୱାଭାବିକ ଅଧିକାରର ଏକ ସଂଯୁକ୍ତ ପ୍ରତୀକ ଭାବେ ପରିଣତ ହୋଇଥିଲା। ଆଜିର ଏହି ପଦଯାତ୍ରାରେ ସର୍ବଶ୍ରୀ ହରିଶଙ୍କର ମିଶ୍ର, ସୁମିତ୍ରା ବାରିକ୍, ପ୍ରାନ୍ତସେନି ଜେନା, ରାଧେଶ୍ୟାମ ରଥ, ପ୍ରସନ୍ନ ଦାସ,ସରସ୍ୱତୀ ପାତ୍ର, ଦାଶରଥୀ ପ୍ରସାଦ ଦାଶ, ବିଦୁଲତା ଆଚାର୍ଯ୍ୟ, ନିହାରିକା ତ୍ରିପାଠୀ, ଜଗନ୍ନାଥ ମହାନ୍ତି,ବନିତା ଦୀକ୍ଷିତ, ରାଜା ମହାନ୍ତି, ପ୍ରଦୀପ୍ତ କୁମାର ମହାନ୍ତି, ଟୁନା ନାୟକ, କିଶୋର ଚନ୍ଦ୍ର ଦାସ, ରାମକୃଷ୍ଣ ମହାନ୍ତି,ସନ୍ତୋଷ ସେନାପତି, ସୂର୍ଯ୍ୟ ନାରାୟଣ ରଥ, ଅରୁଣା ପଟ୍ଟନାୟକ, ଭାସ୍କର ପରିଡ଼ା, ବିଶ୍ୱନାଥ ମିଶ୍ର, ଲାଲା ଅନନ୍ତ କୁମାର ସିଂ, ସୁରେଶ ଚନ୍ଦ୍ର ମିଶ୍ର, ବାପିନା ସାମନ୍ତରା, ରଶ୍ମି ରଂଜନ ପାତ୍ର ଓ ସତ୍ୟ ନାରାୟନ ସାହୁ ପ୍ରମୁଖ ଭାଗନେଇଥିଲେ। ସମସ୍ତଙ୍କ ଏକତାବଦ୍ଧ ଅଂଶଗ୍ରହଣ ଏହି ପଦଯାତ୍ରାକୁ ଅଧିକ ଶକ୍ତିଶାଳୀ କରିଥିଲା। ପଦଯାତ୍ରାର ସଂଯୋଜନା ଆବାହକ ସ୍ୱାଧୀନ କୁମାର ପଣ୍ଡା କରିଥିଲେ।

ହିନ୍ଦୁସ୍ଥାନ ସମାଚାର / ବିଜୟ


 rajesh pande