ଆସନ୍ତାକାଲିଠୁ ଭିତର ରତ୍ନଭଣ୍ଡାର ଅଳଙ୍କାର ଗଣତିମଣତି
ପୁରୀ, ୧୨ ଅପ୍ରେଲ (ହି.ସ.)- ଆସନ୍ତାକାଲି ଠାରୁ ଶ୍ରୀମନ୍ଦିର ଭିତର ରତ୍ନଭଣ୍ଡାର ଅଳଙ୍କାର ଗଣତିମଣତି ଆରମ୍ଭ ହେବ । ଶୃଙ୍ଖଳିତ ପ୍ରକ୍ରିୟା ନେଇ ଆଜି ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀଙ୍କ ନେତୃତ୍ୱରେ ଆଲୋଚନା ହୋଇଛି । ବୈଠକରେ ଭର୍ଚୁଆ
ଶ୍ରୀମନ୍ଦିର


ପୁରୀ, ୧୨ ଅପ୍ରେଲ (ହି.ସ.)- ଆସନ୍ତାକାଲି ଠାରୁ ଶ୍ରୀମନ୍ଦିର ଭିତର ରତ୍ନଭଣ୍ଡାର ଅଳଙ୍କାର ଗଣତିମଣତି ଆରମ୍ଭ ହେବ । ଶୃଙ୍ଖଳିତ ପ୍ରକ୍ରିୟା ନେଇ ଆଜି ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀଙ୍କ ନେତୃତ୍ୱରେ ଆଲୋଚନା ହୋଇଛି । ବୈଠକରେ ଭର୍ଚୁଆଲରେ ସାମିଲ୍ ହୋଇଥିଲେ ରତ୍ନଭଣ୍ଡାର ଗଣତିମଣତି କମିଟି ସଭାପତି ଜଷ୍ଟିସ୍ ବିଶ୍ଵନାଥ ରଥ ।

୧୩ ତାରିଖ ସୋମବାର ଠାରୁ ଭିତର ରତ୍ନଭଣ୍ଡାରରେ ଥିବା ରତ୍ନ ଅଳଙ୍କାରର ଗଣତିମଣତି କାର୍ଯ୍ୟ ଆରମ୍ଭ କରାଯିବ । ୧୪ ତାରିଖ ମହାବିଷୁବ ସଂକ୍ରାନ୍ତି ଥିବାରୁ ଗଣତିମଣତି ବନ୍ଦ ରହିବ । ଏହାପରେ ଆସନ୍ତା ୧୬ରୁ ୧୮ ତାରିଖ ପର୍ଯ୍ୟନ୍ତ ପୁଣି ଗଣତିମଣତି କରାଯିବ ବୋଲି ସୂଚନା ମିଳିଛି । ପ୍ରଥମ ପର୍ଯ୍ୟାୟରେ ୨୫ ମାର୍ଚ୍ଚ ୨୦୨୬ ରେ ଚଳନ୍ତି ରତ୍ନଭଣ୍ଡାରର ଗଣତିମଣତି ପ୍ରକ୍ରିୟା ଆରମ୍ଭ ହୋଇଥିଲା । ଏବଂ ଗତ ଅପ୍ରେଲ ୮ ତାରିଖ ଠାରୁ ଦ୍ୱିତୀୟ ପର୍ଯ୍ୟାୟ ରତ୍ନଭଣ୍ଡାର ଗଣତି ମଣତି ପ୍ରକ୍ରିୟା ଆରମ୍ଭ ହୋଇ ୧୧ ତାରିଖରେ ଶେଷ ହୋଇଥିଲା । ଗତକାଲି ସୁଦ୍ଧା ବାହାର ରତ୍ନଭଣ୍ଡାରର ଯାହାସବୁ ରତ୍ନ ଅଳଙ୍କାର ରହିଛି ତା’ର ଗଣତି ପ୍ରକ୍ରିୟା ଶେଷ ହୋଇଛି । ସମସ୍ତ ଅଳଙ୍କାରର ଥ୍ରୀଡି ମ୍ୟାପିଙ୍ଗ ସହିତ ଭିଡିଓଗ୍ରାଫି ଓ ଫଟୋଗ୍ରାଫି କରାଯାଇଛି ।

ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ


 rajesh pande