ମାଲକାନଗିରି କୋର୍ଟ ପରିସରରେ ବୋମା ଆତଙ୍କ ଖାଲି ହେଲା କୋର୍ଟ, ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି
ମାଲକାନଗିରି, ୧୩ ଏପ୍ରିଲ୍ (ହି.ସ.)- ମାଲକାନଗିରି ଜିଲ୍ଲା କୋର୍ଟ ପରିସରରେ ବୋମା ଆତଙ୍କ। ଏକ ଅଜ୍ଞାତ ଇ-ମେଲ୍ ଜରିଆରେ କୋର୍ଟକୁ ବୋମାରେ ଉଡ଼ାଇ ଦେବାକୁ ଆଜି ଧମକ ମିଳିବା ପରେ ସମଗ୍ର ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଛି। ସୁରକ୍ଷା ଦୃଷ୍ଟିରୁ ତୁରନ୍ତ କୋର୍ଟ ପରିସରକୁ ଖାଲି କରାଯାଇଥିବା ବେଳେ ପୋଲିସ ଏବ
ମାଲକାନଗିରି କୋର୍ଟ ପରିସରରେ ବୋମା ଆତଙ୍କ ଖାଲି ହେଲା କୋର୍ଟ, ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି


ମାଲକାନଗିରି କୋର୍ଟ ପରିସରରେ ବୋମା ଆତଙ୍କ ଖାଲି ହେଲା କୋର୍ଟ, ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି


ମାଲକାନଗିରି, ୧୩ ଏପ୍ରିଲ୍ (ହି.ସ.)- ମାଲକାନଗିରି ଜିଲ୍ଲା କୋର୍ଟ ପରିସରରେ ବୋମା ଆତଙ୍କ। ଏକ ଅଜ୍ଞାତ ଇ-ମେଲ୍ ଜରିଆରେ କୋର୍ଟକୁ ବୋମାରେ ଉଡ଼ାଇ ଦେବାକୁ ଆଜି ଧମକ ମିଳିବା ପରେ ସମଗ୍ର ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଛି। ସୁରକ୍ଷା ଦୃଷ୍ଟିରୁ ତୁରନ୍ତ କୋର୍ଟ ପରିସରକୁ ଖାଲି କରାଯାଇଥିବା ବେଳେ ପୋଲିସ ଏବଂ ବୋମା ନିଷ୍କ୍ରିୟକାରୀ ଦଳ ପକ୍ଷରୁ ତନାଘନା ଜାରି ରହିଛି।

ସୂଚନା ଅନୁଯାୟୀ, ଆଜି କୋର୍ଟ କାର୍ଯ୍ୟ ସ୍ୱାଭାବିକ ଭାବେ ଚାଲିଥିବା ସମୟରେ କର୍ତ୍ତୃପକ୍ଷଙ୍କ ନିକଟକୁ ଏକ ଧମକପୂର୍ଣ୍ଣ ଇ-ମେଲ୍ ଆସିଥିଲା। ଏହି ଇ-ମେଲ୍ ରେ ତାମିଲନାଡୁ ଲିବରେସନ ଗ୍ରୁପ୍ ନାମକ ଏକ ସଂଗଠନ ପକ୍ଷରୁ କୋର୍ଟ ପରିସରରେ ବୋମା ଖଞ୍ଜା ଯାଇଥିବା ଏବଂ ଏହାକୁ ଉଡ଼ାଇ ଦିଆଯିବ ବୋଲି ଉଲ୍ଲେଖ କରାଯାଇଥିଲା। ଏହି ଖବର ପ୍ରଚାରିତ ହେବା ପରେ ଜିଲ୍ଲା ଜଜ୍ ଶାନ୍ତନୁ କୁମାର ଦାସ ତୁରନ୍ତ ସମସ୍ତ କର୍ମଚାରୀ ଓକିଲ ଏବଂ ମହକିଲମାନଙ୍କୁ କୋର୍ଟ ପରିସର ଛାଡ଼ିବାକୁ ନିର୍ଦ୍ଦେଶ ଦେଇଥିଲେ। ଘଟଣାସ୍ଥଳରେ ମାଲକାନଗିରି ପୋଲିସ ପହଞ୍ଚି କୋର୍ଟର କୋଣ ଅନୁକୋଣ ଯାଞ୍ଚ କରୁଛି। ସ୍ପେଶାଲ ବୋମା ସ୍କ୍ୱାଡ୍ ମଧ୍ୟ ଏହି ଅପରେସନରେ ସାମିଲ ହୋଇଛନ୍ତି। ଏହି ଧମକ ପ୍ରକୃତରେ ସତ୍ୟ ନା କେହି ଦୁର୍ବୃତ୍ତ ଭୟ ସୃଷ୍ଟି କରିବା ପାଇଁ ଏପରି କରିଛି, ସେ ନେଇ ପୋଲିସ ତଦନ୍ତ ଜାରି ରଖିଛି। ବର୍ତ୍ତମାନ ସୁଦ୍ଧା କୋର୍ଟ ପରିସରରୁ କୌଣସି ସନ୍ଦେହଜନକ ବସ୍ତୁ ମିଳିନଥିଲେ ହେଁ, ପୋଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥାକୁ ବଢ଼ାଇ ଦିଆଯାଇଛି ଏବଂ ସମସ୍ତଙ୍କୁ ଧୈର୍ଯ୍ୟ ଧରିବାକୁ ଅନୁରୋଧ କରିଥିବା ବେଳେ ମାଲକାନଗିରି ବରିଷ୍ଠ ଓକିଲ ଗୋବିନ୍ଦ ପାତ୍ର ଓ ଅଶୋକ ପଟ୍ଟନାୟକ କେହି ଏନେଇ ଭୟଭୀତ ନହେବାକୁ ଜଣାଇଛନ୍ତି।

ହିନ୍ଦୁସ୍ଥାନ ସମାଚାର / ଶିବବ୍ରତ


 rajesh pande