ନୂଆ ଦାୟିତ୍ୱରେ ଓଡ଼ିଶା ସ୍ୱାର୍ଥ ପାଇଁ ଲଢେଇ ଜାରି ରହିବ - ମାନସ ମଙ୍ଗରାଜ
ଭୁବନେଶ୍ୱର, ୧୩ ଏପ୍ରିଲ (ହି.ସ)- ବିଜେଡି ସଂସଦୀୟ ଦଳ ନେତା ଭାବେ ନିଯୁକ୍ତି ପାଇବା ପରେ ପ୍ରତିକ୍ରିୟା ରଖି ମାନସ ରଞ୍ଜନ ମଙ୍ଗରାଜ କହିଛନ୍ତି ଆଜି ମୋ ଦଳର ନେତା ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକ ମୋତେ ସଂସଦୀୟ ଦଳ ନେତା ଭାବେ ନିଯୁକ୍ତି ଦେଇଛନ୍ତି । ସେହିପରି ସୁଲତା ଦେଓଙ୍କୁ ଉପନେତା କରିଛନ୍
manas mangaraj


ଭୁବନେଶ୍ୱର, ୧୩ ଏପ୍ରିଲ (ହି.ସ)- ବିଜେଡି ସଂସଦୀୟ ଦଳ ନେତା ଭାବେ ନିଯୁକ୍ତି ପାଇବା ପରେ ପ୍ରତିକ୍ରିୟା ରଖି ମାନସ ରଞ୍ଜନ ମଙ୍ଗରାଜ କହିଛନ୍ତି ଆଜି ମୋ ଦଳର ନେତା ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକ ମୋତେ ସଂସଦୀୟ ଦଳ ନେତା ଭାବେ ନିଯୁକ୍ତି ଦେଇଛନ୍ତି । ସେହିପରି ସୁଲତା ଦେଓଙ୍କୁ ଉପନେତା କରିଛନ୍ତି । ଏଥିପାଇଁ ନବୀନ ପଟ୍ଟନାୟକଙ୍କୁ କୋଟି କୋଟି ପ୍ରଣାମ ଓ ଧନ୍ୟବାଦ। ଆଜି ଯାଏଁ ମୋତେ ନବୀନ ପଟ୍ଟନାୟକ ମୁଖ୍ୟ ସଚେତକ ଭାବେ ଦାୟିତ୍ୱ ଦେଇଥିଲେ । ତାକୁ ପାରୁ ପର୍ଯ୍ୟନ୍ତ ତୁଲାଇବାକୁ ଚେଷ୍ଟା କରିଥିଲି । ନୂଆ ଦାୟିତ୍ୱରେ ଓଡ଼ିଶା ସ୍ୱାର୍ଥ ପାଇଁ ଲଢେଇ ଜାରି ରହିବ । ସାଥି ସାଂସଦଙ୍କୁ ନେଇ ସଂସଦରେ ଏହି ଲଢେଇ ହେବ । ସମସ୍ତ ସଂସାର ଓଡ଼ିଶାର ଦାବିକୁ ପ୍ରଭାବଶାଳୀ ଭାବେ ତୁଲାଇଛନ୍ତି । ସମଗ୍ର ଓଡ଼ିଶାବାସୀ ଓ ବିଜେଡି ସ୍ୱାର୍ଥକୁ ନେଇ କାମ ହେବ । ସହଯୋଗୀ ସାଂସଦଙ୍କୁ ଧନ୍ୟବାଦ ଓ ଅଭିନନ୍ଦନ । ଦଳୀୟ କର୍ମୀ ଓ ନେତା, ଦେବୀ ମିଶ୍ର, ପ୍ରଦୀପ ଅମାତଙ୍କ ନିକଟରେ ଚିର କୃତଜ୍ଞ । ସୁଲତା ଦେଓଙ୍କୁ ଅଭିନନ୍ଦନ । ଲେନିନ ମହାନ୍ତିଙ୍କୁ ବି ଧନ୍ୟବାଦ । ସସ୍ମିତ ପାତ୍ରଙ୍କ ସହଯୋଗ ଓ ସଦିଚ୍ଛା ପାଇଁ ବି ତାଙ୍କୁ ଧନ୍ୟବାଦ । ଆଗାମୀ ଦିନରେ ବି ସହଯୋଗ କାମନା କରୁଛି ଓ ସେ କରିବେ । କେବଳ ପଦ ବଦଳିଛି କିନ୍ତୁ ମିଶିକି କାମ କରିଛୁ ଓ କରିବୁ ବୋଲି କହିଛନ୍ତି ମାନସ ମଙ୍ଗରାଜ।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande