ଓଡିଶା ଜୀବିକା ମିଶନ ତରଫରୁ ଖାଦ୍ୟ ପାଇଁ ଦିନଟିଏ
କେନ୍ଦ୍ରାପଡା, ୧୩ ଏପ୍ରିଲ୍ (ହି.ସ.)- ଓଡ଼ିଆ ପକ୍ଷ ପାଳନ ଅବସରରେ “ପାରମ୍ପରିକ ଖାଦ୍ୟ ପାଇଁ ଦିନଟିଏ – ଆମ ରୁଚି, ଆମ ଖାଦ୍ୟ” କାର୍ଯ୍ୟକ୍ରମ କେନ୍ଦ୍ରାପଡ଼ା ଜିଲ୍ଲାର ସମସ୍ତ ଗ୍ରାମ ପଂଚାୟତ ମହାସଂଘ ମାନଙ୍କ ତରଫରୁ ଓଡିଶା ଜୀବିକା ମିଶନ ଏବଂ ମିଶନ ଶକ୍ତିର ସହଯୋଗରେ ସଫଳତାର ସହିତ ଜିଲ୍ଲାବ୍ୟାପୀ ଆୟୋ
ଓଡିଶା ଜୀବିକା ମିଶନ ତରଫରୁ ଖାଦ୍ୟ ପାଇଁ ଦିନଟିଏ


କେନ୍ଦ୍ରାପଡା, ୧୩ ଏପ୍ରିଲ୍ (ହି.ସ.)- ଓଡ଼ିଆ ପକ୍ଷ ପାଳନ ଅବସରରେ “ପାରମ୍ପରିକ ଖାଦ୍ୟ ପାଇଁ ଦିନଟିଏ – ଆମ ରୁଚି, ଆମ ଖାଦ୍ୟ” କାର୍ଯ୍ୟକ୍ରମ କେନ୍ଦ୍ରାପଡ଼ା ଜିଲ୍ଲାର ସମସ୍ତ ଗ୍ରାମ ପଂଚାୟତ ମହାସଂଘ ମାନଙ୍କ ତରଫରୁ ଓଡିଶା ଜୀବିକା ମିଶନ ଏବଂ ମିଶନ ଶକ୍ତିର ସହଯୋଗରେ ସଫଳତାର ସହିତ ଜିଲ୍ଲାବ୍ୟାପୀ ଆୟୋଜିତ ହୋଇଛି। ଏହି କାର୍ଯ୍ୟକ୍ରମ ମାଧ୍ୟମରେ ଓଡ଼ିଆ ପାରମ୍ପରିକ ଖାଦ୍ୟ ସଂସ୍କୃତିକୁ ଉଜ୍ଜୀବିତ କରିବା ସହ ଗ୍ରାମୀଣ ମହିଳାମାନଙ୍କ ସଶକ୍ତିକରଣକୁ ବିଶେଷ ଗୁରୁତ୍ୱ ଦିଆଯାଇଥିଲା। ଜିଲ୍ଲାର ବିଭିନ୍ନ ଗ୍ରାମ ପଂଚାୟତ ମହାସଂଘ ସ୍ତରରେ ଆୟୋଜିତ ଏହି କାର୍ୟ୍ୟକ୍ରମରେ ସ୍ୱୟଂସହାୟକ ଗୋଷ୍ଠୀ ମହିଳାମାନେ ସକ୍ରିୟ ଭାବେ ଭାଗନେଇ ବିଭିନ୍ନ ପାରମ୍ପରିକ ଓଡ଼ିଆ ଖାଦ୍ୟ ପଦାର୍ଥ ପ୍ରସ୍ତୁତ ଓ ପ୍ରଦର୍ଶନ କରିଥିଲେ। ପଖାଳ, ଚକୁଳି, ମଣ୍ଡା ପିଠା, ଅରିସା, ଶାଗ ଭଜା, ଖେଚୁଡ଼ି ପରି ଲୋକପ୍ରିୟ ପାରମ୍ପରିକ ପଦାର୍ଥ ମାଧ୍ୟମରେ ଓଡ଼ିଆ ଖାଦ୍ୟର ସ୍ୱାଦ, ବିବିଧତା ଓ ପୌଷ୍ଟିକ ଗୁଣବତାକୁ ଉଜାଗର କରାଯାଇଥିଲା। ଉପସ୍ଥିତ ଜନସାଧାରଣ ଏହି ପଦାର୍ଥଗୁଡ଼ିକୁ ଖାଇ ଗ୍ରାମୀଣ ମହିଳାମାନଙ୍କ ପ୍ରୟାସକୁ ପ୍ରଶଂସା କରିଥିଲେ। କାର୍ଯ୍ୟକ୍ରମର ମୂଖ୍ୟ ଉଦ୍ଦେଶ୍ୟ ଥିଲା ପାରମ୍ପରିକ ଖାଦ୍ୟ ପ୍ରତି ଲୋକମାନଙ୍କ ଆଗ୍ରହ ବଢ଼ାଇବା, ଆମ ଆଦି ଖାଦ୍ୟ ଅଭ୍ୟାସକୁ ପୁନରୁଦ୍ଧାର କରିବା ସହ ସ୍ଥାନୀୟ ଉତ୍ପାଦନକୁ ପ୍ରୋତ୍ସାହନ ଦେବା। ଏହା ମାଧ୍ୟମରେ ମହିଳାମାନେ ନିଜ ପାକଶାଳା କୌଶଳ ପ୍ରଦର୍ଶନ କରିବା ସହ ସ୍ୱୟଂରୋଜଗାର ଓ ଆତ୍ମନିର୍ଭରତା ଦିଗରେ ଆଗେଇବାର ପ୍ରେରଣା ପାଇଥିଲେ। ଏହି ପ୍ରୟାସ ଓଡ଼ିଆ ପାରମ୍ପରିକ ଖାଦ୍ୟର ସୁରକ୍ଷା, ପ୍ରଚାର ଓ ପ୍ରସାର ପାଇଁ ଏକ ସାର୍ଥକ ପଦକ୍ଷେପ ରୂପେ ପରିଗଣିତ ହୋଇଥିବା ବେଳେ ଏହା ମାଧ୍ୟମରେ ସମାଜରେ ସାମୁହିକ ସଚେତନତା ସୃଷ୍ଟି ହୋଇଛି।

ହିନ୍ଦୁସ୍ଥାନ ସମାଚାର / ରବି


 rajesh pande