


ସମ୍ବଲପୁର, ୧୩, ଏପ୍ରିଲ୍ (ହି.ସ.) ଠିକା ସଂସ୍ଥା ଦ୍ୱାରା ନିୟୋଜିତ କର୍ମଚାରୀ ମାନେ ଦୀର୍ଘ ୩ ମାସ ଧରି ମାସିକ ବେତନ ପାଇନଥିବା ନେଇ ଆଜି ସମଲେଶ୍ୱରୀଙ୍କ ମନ୍ଦିରରେ କାର୍ଯ୍ୟ କରୁଥିବା ଶତାଧିକ କର୍ମଚାରୀ ସମ୍ବଲପୁର ମହାନଗର ନିଗମ ଅଧ୍ୟକ୍ଷ ରେହାନ କ୍ଷତ୍ରିଙ୍କୁ ଭେଟି ଅଭିଯୋଗ କରିଛନ୍ତି । ତେବେ ମାସ ମାସ ଧରି ବିନା ପାରିଶ୍ରମିକରେ କାର୍ଯ୍ୟରତ କର୍ମଚାରୀଙ୍କ ପ୍ରତି ନ୍ଯାୟୋଚିତ ସହାୟତା ପ୍ରଦାନ କରାଯିବ ବୋଲି ଶ୍ରୀ କ୍ଷେତ୍ରୀ ପ୍ରତିଶ୍ରୁତି ଦେଇଛନ୍ତି । ଏହି ପରେ କର୍ମଚାରୀଙ୍କ ଏକ ନେତୃମଣ୍ଡଳୀ ଜିଲ୍ଲାପାଳଙ୍କୁ ଭେଟି ଏ ସମ୍ପର୍କରେ ଏକ ସ୍ମାରକପତ୍ର ଦେଇଥିବା ଜଣାପଡ଼ିଛି ।
---------------
ହିନ୍ଦୁସ୍ଥାନ ସମାଚାର / ଶୈଳେଶ