କିଶୋରୀ ବାଳିକା ମାନଙ୍କ ପାଇଁ ନେତୃତ୍ୱ ଓ ସଶକ୍ତିକରଣ କାର୍ଯ୍ୟକ୍ରମ ନାଟକ ମୋ ସ୍ୱର,ମୋ ଶକ୍ତି ମଞ୍ଚସ୍ଥ
ବଲାଙ୍ଗିର, 13 ଏପ୍ରିଲ୍ (ହି.ସ.) ସ୍ଥାନୀୟ ଗାନ୍ଧୀନଗର ପଡା ସ୍ଥିତ ପିଏମଶ୍ରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ପ୍ରାଙ୍ଗଣରେ କିଶୋରୀ ବାଳିକା ମାନଙ୍କ ପାଇଁ ନେତୃତ୍ୱ ଓ ସଶକ୍ତିକରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ବିଦ୍ୟାଳୟର ବରିଷ୍ଠ ଶିକ୍ଷୟତ୍ରୀ ନୂତନ ନାୟକ ଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହ
କିଶୋରୀ ବାଳିକା ମାନଙ୍କ ପାଇଁ ନେତୃତ୍ୱ ଓ ସଶକ୍ତିକରଣ କାର୍ଯ୍ୟକ୍ରମ  ନାଟକ ମୋ ସ୍ୱର,ମୋ ଶକ୍ତି ମଞ୍ଚସ୍ଥ

କିଶୋରୀ ବାଳିକା ମାନଙ୍କ ପାଇଁ ନେତୃତ୍ୱ ଓ ସଶକ୍ତିକରଣ କାର୍ଯ୍ୟକ୍ରମ  ନାଟକ ମୋ ସ୍ୱର,ମୋ ଶକ୍ତି ମଞ୍ଚସ୍ଥ

କିଶୋରୀ ବାଳିକା ମାନଙ୍କ ପାଇଁ ନେତୃତ୍ୱ ଓ ସଶକ୍ତିକରଣ କାର୍ଯ୍ୟକ୍ରମ  ନାଟକ ମୋ ସ୍ୱର,ମୋ ଶକ୍ତି ମଞ୍ଚସ୍ଥ

କିଶୋରୀ ବାଳିକା ମାନଙ୍କ ପାଇଁ ନେତୃତ୍ୱ ଓ ସଶକ୍ତିକରଣ କାର୍ଯ୍ୟକ୍ରମ  ନାଟକ ମୋ ସ୍ୱର,ମୋ ଶକ୍ତି ମଞ୍ଚସ୍ଥ

କିଶୋରୀ ବାଳିକା ମାନଙ୍କ ପାଇଁ ନେତୃତ୍ୱ ଓ ସଶକ୍ତିକରଣ କାର୍ଯ୍ୟକ୍ରମ  ନାଟକ ମୋ ସ୍ୱର,ମୋ ଶକ୍ତି ମଞ୍ଚସ୍ଥ

ବଲାଙ୍ଗିର, 13 ଏପ୍ରିଲ୍ (ହି.ସ.)

ସ୍ଥାନୀୟ ଗାନ୍ଧୀନଗର ପଡା ସ୍ଥିତ ପିଏମଶ୍ରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ପ୍ରାଙ୍ଗଣରେ କିଶୋରୀ ବାଳିକା ମାନଙ୍କ ପାଇଁ ନେତୃତ୍ୱ ଓ ସଶକ୍ତିକରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ବିଦ୍ୟାଳୟର ବରିଷ୍ଠ ଶିକ୍ଷୟତ୍ରୀ ନୂତନ ନାୟକ ଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ସ୍ଥାନୀୟ ବିଇଡ଼ି କଲେଜ ର ସହକାରୀ ଅଧ୍ୟାପକ ଡକ୍ଟର ସୁଧାଂଶୁବାଳା ତ୍ରିପାଠୀ ଯୋଗଦେଇ କିଶୋରୀ ମାନଙ୍କ ଜୀବନରେ ଶିକ୍ଷା, ସଚେତନତା ଓ ଆତ୍ମବିଶ୍ୱାସ ର ମହତ୍ତ୍ୱ ବିଷୟରେ କହିବା ସହ ସଶକ୍ତିକରଣ ର ଅର୍ଥ କେବଳ ଅର୍ଥନୈତିକ ସ୍ୱାଧୀନତା ନୁହେଁ ବରଂ ମନୋବଳ, ନିଷ୍ପତ୍ତି ନେବାର କ୍ଷମତା ଓ ସମସ୍ୟା ସମାଧାନ ର ଦକ୍ଷତା ମଧ୍ୟ ଏହାର ଅଂଶ ବୋଲି କହିଥିଲେ।ଛାତ୍ରୀମାନେ ନିଜ ଲକ୍ଷ୍ୟ ନିର୍ଧାରଣ କରି ସେଥିପାଇଁ ପ୍ରୟାସ କରିବାକୁ ସେ ମତବ୍ୟକ୍ତ କରିଥିଲେ।ସ୍ୱାଗତ ଭାଷଣ ଶିକ୍ଷୟତ୍ରୀ ରଶ୍ମିତା ଦାଶ ଦେଇଥିବା ବେଳେ ଶିକ୍ଷୟତ୍ରୀ ସୌମ୍ୟାଶ୍ରୀ ସାହୁ କାର୍ଯ୍ୟକ୍ରମ ର ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ।ଏହି ଅବସରରେ ବିଦ୍ୟାଳୟର ଛାତ୍ରୀମାନଙ୍କୁ ନେଇ ଏକ ସଚେତନତା ଶୋଭାଯାତ୍ରା ମାଧ୍ୟମରେ ବାଳିକା ଶିକ୍ଷା ସମ୍ବନ୍ଧୀୟ ବିଭିନ୍ନ ସ୍ଲୋଗାନ ମାଧ୍ୟମରେ ଜନସଚେତନତା ସୃଷ୍ଟି କରାଯାଇଥିଲା।ବିଦ୍ୟାଳୟ ର ଛାତ୍ରୀମାନଙ୍କ ମଧ୍ୟରେ ପୋଷ୍ଟର ମ୍ୟାକିଙ୍ଗ ଓ ଚିତ୍ରାଙ୍କନ ପ୍ରତିଯୋଗିତା ଆୟୋଜନ ହୋଇଥିଲା।ପୋଷ୍ଟର ମ୍ୟାକିଙ୍ଗ ପ୍ରତିଯୋଗିତାର କନିଷ୍ଠ ବିଭାଗରେ ଜୁଲଫିଆ ବେଗମ ପ୍ରଥମ,ଅନିଷ୍କା ମେହେର ଦ୍ଵିତୀୟ,ନୀଳିମା ବାଗ ତୃତୀୟ ସ୍ଥାନ ଅଧିକାର କରିଥିବା ବେଳେ ବରିଷ୍ଠ ବିଭାଗରେ ସୁହାନୀ ନାଏକ ପ୍ରଥମ,ସସ୍ମିତା ସ୍ୱାଇଁ ଦ୍ଵିତୀୟ ଓ ସୌମ୍ୟାଶ୍ରୀ ପଟ୍ଟନାୟକ ତୃତୀୟ ସ୍ଥାନ ଅଧିକାର କରିଥିଲେ।ସେହିପରି ଚିତ୍ରାଙ୍କନ ପ୍ରତିଯୋଗିତାର କନିଷ୍ଠ ବିଭାଗରେ ଅଂଶୀକା ମେହେର ପ୍ରଥମ,ଲିଳିମା ବାଗ ଦ୍ଵିତୀୟ ଓ ପିଏସ ପ୍ରାଞ୍ଜଳ ସୁନା ତୃତୀୟ ସ୍ଥାନ ଅଧିକାର କରିଥିବା ବେଳେ ବରିଷ୍ଠ ବିଭାଗରେ ସୁହାନୀ ନାଏକ ପ୍ରଥମ,ସସ୍ମିତା ସ୍ୱାଇଁ ଦ୍ଵିତୀୟ ଓ ସୋମ୍ୟାଶ୍ରୀ ପଟ୍ଟନାୟକ ତୃତୀୟ ସ୍ଥାନ ଅଧିକାର କରି ପୁରସ୍କୃତ ହୋଇଥିଲେ।ଏହି ଅବସରରେ ବିଦ୍ୟାଳୟର ଛାତ୍ରୀମାନଙ୍କ ଦ୍ୱାରା ନାଟକ ମୋ ସ୍ୱର,ମୋ ଶକ୍ତି ମଞ୍ଚସ୍ଥ ହୋଇଥିଲା।ଛାତ୍ରୀ ଶୁଭଶ୍ରୀ ନାଏକ, ରୀତିକା ଦାଶ,ସୁସ୍ମିତା କୁମ୍ଭାର,ସୁଲଗ୍ନା ବକୁଳ,ଦମୟନ୍ତୀ ଖୁଆସ,ଅମ୍ରିତା ମେହେର ଓ ଶ୍ରୀଜୋଲ ପୁରୋହିତ ଏହି ନାଟକରେ ଅଭିନୟ କରିଥିଲେ। ଶେଷରେ ବିଦ୍ୟାଳୟ ର ବରିଷ୍ଠ ଶିକ୍ଷୟତ୍ରୀ ସବିତା ମିଶ୍ର ଧନ୍ୟବାଦ ଦେଇଥିଲେ।

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ

 rajesh pande