ଆଦର୍ଶ ଶିକ୍ଷକ ବ୍ରହ୍ମାନନ୍ଦ ନାଗ ଙ୍କ ପରଲୋକ
ବଲାଙ୍ଗିର, 13 ଏପ୍ରିଲ୍ (ହି.ସ.) ଵଲା ଙ୍ଗୀର ଜିଲ୍ଲା ସଇଁତଳା ବ୍ଲକ ଅନ୍ତର୍ଗତ ବୁଢାବାହାଲ ଗ୍ରାମର ଅବସରପ୍ରାପ୍ତ ଆଦର୍ଶ ଶିକ୍ଷକ ବ୍ରହ୍ମାନନ୍ଦ ନାଗ ଙ୍କ ୯୦ବର୍ଷ ବୟସରେ ପରଲୋକ ହୋଇଯାଇଛି।ସେ କିଛିଦିନ ଧରି ଅସୁସ୍ଥ ଥିଲେ ଓ ଚିକିତ୍ସାଧୀନ ଅବସ୍ଥାରେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ।ଶ୍ରୀ ନାଗ ଜଣେ ନ
ଆଦର୍ଶ ଶିକ୍ଷକ ବ୍ରହ୍ମାନନ୍ଦ ନାଗ ଙ୍କ ପରଲୋକ


ବଲାଙ୍ଗିର, 13 ଏପ୍ରିଲ୍ (ହି.ସ.)

ଵଲା ଙ୍ଗୀର ଜିଲ୍ଲା ସଇଁତଳା ବ୍ଲକ ଅନ୍ତର୍ଗତ ବୁଢାବାହାଲ ଗ୍ରାମର ଅବସରପ୍ରାପ୍ତ ଆଦର୍ଶ ଶିକ୍ଷକ ବ୍ରହ୍ମାନନ୍ଦ ନାଗ ଙ୍କ ୯୦ବର୍ଷ ବୟସରେ ପରଲୋକ ହୋଇଯାଇଛି।ସେ କିଛିଦିନ ଧରି ଅସୁସ୍ଥ ଥିଲେ ଓ ଚିକିତ୍ସାଧୀନ ଅବସ୍ଥାରେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ।ଶ୍ରୀ ନାଗ ଜଣେ ନିଷ୍ଠାବାନ ଓ ଆଦର୍ଶବାଦୀ ଶିକ୍ଷକ ଥିଲେ।ସେ ବୁଢାବାହାଲ ଗ୍ରାମରେ ଦୀର୍ଘ ଦିନ ଧରି ସେବା ଦେଇ ଅନେକ ଛାତ୍ରଛାତ୍ରୀ ଙ୍କ ଭବିଷ୍ୟତ ଗଢ଼ିଥିଲେ।ତାଙ୍କର ଶିକ୍ଷାଦାନ ଶୈଳୀ, ଶିଷ୍ଟାଚାର ଓ ମାନବିକତା ସମସ୍ତଙ୍କ ପାଇଁ ପ୍ରେରଣାଦାୟକ ଥିଲା।ତାଙ୍କ ପରଲୋକରେ ଶିକ୍ଷକମଣ୍ଡଳୀ, ସମାଜସେଵୀ,ପୁରାତନ ଛାତ୍ରଛାତ୍ରୀ, ସହକର୍ମୀବୃନ୍ଦ ଓ ସ୍ଥାନୀୟ ଲୋକ ମାନେ ଗଭୀର ଶୋକ ପ୍ରକାଶ କରିଛନ୍ତି।ତାଙ୍କ ପଛରେ ଧର୍ମପତ୍ନୀ,ଏକ ମାତ୍ର ପୁଅ ତଥା ଜିଲ୍ଲା ଶିକ୍ଷା ଅଧିକାରୀ ପ୍ରଦୀପ ନାଗ ଓ ଆଠ ଝିଅ, ନାତି-ନାତୁଣୀ ରହିଛନ୍ତି।ବୁଢାବାହାଲ ଗ୍ରାମରେ ତାଙ୍କର ଶବଦାହ କାର୍ଯ୍ୟ ସମ୍ପନ୍ନ ହେଲା।ନାତି ପ୍ରତ୍ୟୁଷ ନାଗ ମୁଖାଗ୍ନି ଦେଲେ।

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande