ଖଜୁରୀ ଗଛରୁ ପଡି ଯୁବକଙ୍କ ମୃତ୍ୟୁ
ମାଲକାନଗିରି , ୧୩ ଏପ୍ରିଲ୍ (ହି.ସ.) - ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକ ନାଲାଗୁଣ୍ଠି ପଂଚାୟତ ଏମପିଭି ୩୬ ଗ୍ରାମରେ ଆଜି ଅପରାହ୍ଣ ରେ ବାଙ୍ଗୀୟ ସମ୍ପ୍ରଦାୟ ପକ୍ଷରୁ ଚଡକ ପୂଜା ପାଇଁ ପ୍ରସ୍ତୁତି ଚାଲିଥିଲା । ପୂଜା ନିମନ୍ତେ ଏମଭି ୭୨ ଗ୍ରାମ ନିକଟରେ ଥିବା ଏକ ଖଜୁରୀ ଗଛ ରେ ଚଢି ଏମପିଭି ୩୬ଗ୍ରା
ଖଜୁରୀ ଗଛରୁ ପଡି ଯୁବକଙ୍କ ମୃତ୍ୟୁ


ଖଜୁରୀ ଗଛରୁ ପଡି ଯୁବକଙ୍କ ମୃତ୍ୟୁ


ମାଲକାନଗିରି , ୧୩ ଏପ୍ରିଲ୍ (ହି.ସ.) - ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକ ନାଲାଗୁଣ୍ଠି ପଂଚାୟତ ଏମପିଭି ୩୬ ଗ୍ରାମରେ ଆଜି ଅପରାହ୍ଣ ରେ ବାଙ୍ଗୀୟ ସମ୍ପ୍ରଦାୟ ପକ୍ଷରୁ ଚଡକ ପୂଜା ପାଇଁ ପ୍ରସ୍ତୁତି ଚାଲିଥିଲା । ପୂଜା ନିମନ୍ତେ ଏମଭି ୭୨ ଗ୍ରାମ ନିକଟରେ ଥିବା ଏକ ଖଜୁରୀ ଗଛ ରେ ଚଢି ଏମପିଭି ୩୬ଗ୍ରାମର ଜଗଦୀଶ ସାନା (୩୫)ଖଜୁରୀ ଖୋଳି ତୋଳୁଥିବା ବେଳେ ଗଛରୁ ଖସି ପଡ଼ିଥିଲେ । ତୁରନ୍ତ ତାଙ୍କୁ କାଲିମେଳା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆଣିଥିଲେ । ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ । ଏହି ଘଟଣା ପରେ ଅଂଚଳ ରେ ଶୋକର ଛାୟା ଖେଳିଯାଇଛି ।

ହିନ୍ଦୁସ୍ଥାନ ସମାଚାର / ଶିବବ୍ରତ


 rajesh pande