

- ରାଜ୍ୟସଭା ନିର୍ବାଚନରେ ବିଜେଡି କୁ ଭୋଟ ଦେବା ପାଇଁ ୮ କୋଟି ମାଗିଥିଲେ ପ୍ରଭାତ
- ମୁଁ କୃତଘ୍ନ ନୁହେଁ - ପ୍ରଭାତ ବିଶ୍ୱାଳ
ଭୁବନେଶ୍ୱର, ୧୩ ଏପ୍ରିଲ (ହି.ସ)- ଦୀର୍ଘ ଦିନର ନୀରବତା ଭାଙ୍ଗି ମୁହଁ ଖୋଲିଛନ୍ତି ବିଜେଡି ନେତା ପ୍ରଣବ ପ୍ରକାଶ ଦାସ ଓରଫ୍ ବବି ଦାସ। ରାଜ୍ୟସଭା ନିର୍ବାଚନ ବେଳର ଘୋଡା ବେପାରର ଗୁମର ଖୋଲି ବବି କହିଛନ୍ତି କୁତା ବଫାଦାର କିନ୍ତୁ ପ୍ରଭାତ ବିଶ୍ୱାଳ କୁତଘ୍ନ । ପ୍ରଭାତ ବିଶ୍ୱାଳ ଓ ପୁଅ ସୌଭିକଙ୍କୁ ଟାର୍ଗେଟ କରି ସେ କହିଛନ୍ତି ଯେ ରାଜ୍ୟସଭା ନିର୍ବାଚନରେ ବିଜେଡି କୁ ଭୋଟ ଦେବା ପାଇଁ ପ୍ରଭାତ ୮ କୋଟି ମାଗିଥିଲେ । ବିଜେଡି ବିଧାୟକ ଧ୍ରୁବ ସାହୁ ସାକ୍ଷୀ ଅଛନ୍ତି । ୮ କୋଟି ଟଙ୍କା ଋଣ ଅଛି ବବି ଶୁଝିଲେ ଭୋଟ ଦେବି କହିଥିଲେ। ପ୍ରଭାତ ବିଶ୍ୱାଳ ୨୪ ଘଂଟା ସ୍ୱାର୍ଥରେ ଥାନ୍ତି । କିଛି ଭଲ ସାଧୁ ଥାନ୍ତି ଆଉ କିଛି ଭଣ୍ଡ । ଭଲ ସାଧୁ କଥା କହିବନି ଯିଏ ଭଣ୍ଡ ଖାଲି ଗପିବ । ଦଳରେ ସେ ନାହାନ୍ତି ତେଣୁ ତାଙ୍କ ମୁଖା ଖୋଲିବା ଦରକାର।
ଅନ୍ୟପକ୍ଷରେ ବବିଙ୍କ ଅଭିଯୋଗକୁ ବିଜେଡିର ବହିଷ୍କୃତ ନେତା ପ୍ରଭାତ ବିଶ୍ୱାଳଖଣ୍ଡନ କରିଛନ୍ତି। ସେ କହିଛନ୍ତି ଯେ ୨୮ ଫେବୃଆରୀରୁ ବହିଷ୍କାର ହେଲିଣି। ବବି ବାବୁ କଣ କହୁଥିଲେ ଖଜୁରୀ ଗଛ କଥା, ସେ ରସ ନିଶା ପିଇଛନ୍ତି ଉଠି ନାହାନ୍ତି। ଆଜି ସେ ନିଶା ଭାଙ୍ଗିଛି ଉଠିକି ବାଉଳି ହେଉଛନ୍ତି। ଆଉ ଟିକେ ନିଶା ଭାଙ୍ଗୁ ସବୁ କଥା କହିବି। ୮ କୋଟି ପ୍ରଭାତ ବିଶ୍ୱାଳ କାହାକୁ ମାଗିନି। ଆଜି କିଛି କହିବିନି। ୧୭ ରେ ମାଙ୍କ ପାଖକୁ ଯାଉଛି। ସେଠାରୁ ଫେରିଲେ ଧଳା ପୋଷାକ ପିନ୍ଧିବି।୧୮ କି ୧୯ରେ ସବୁ ତଥ୍ୟ ରାଜ୍ୟବାସୀଙ୍କୁ ଜଣେଇବି। ପ୍ରକୃତରେ ଦୁଇ ଜଣ ମନ୍ତ୍ରୀଙ୍କ ପାଇଁ ଖଇରିଆ ପୋଷାକ ପିନ୍ଧିଥିଲି। ପ୍ରଭାତ ବିଶ୍ୱାଳ କେବେ କୃତଘ୍ନ ହୋଇନି କି କେବେ ଗୋଟିଏ ଟଙ୍କା କାହାକୁ ମାଗିନି। ମୋର ଋଣ ଥିଲେ ମୁଁ ତାଙ୍କୁ ମାଗିବି କାହିଁକି।
ସୋମବାର ଦିନ ବବି ଦାସ କହିଛନ୍ତି ପ୍ରଭାତ ବିଶ୍ୱାଳ କ୍ଷମତା ପାଗଳ ଲୋକ , କ୍ଷମତା ପାଇଁ ସବୁ କହିବେ । ବଦ୍ରି ପାତ୍ର ଙ୍କୁ ଶହେ ସଲାମ । ସେ ଆହୁରି କହିଛନ୍ତି ଯେଉଁଦିନ ସୌଭିକ ବିଶ୍ୱାଳ ବାପାଙ୍କୁ ଟିକେଟ ଦିଆଗଲା ନାହିଁ, ପୁଅ କହିଥାନ୍ତା ବାପା ଚାଲ ଯିବା ସ୍ୱାଧୀନ ଛିଡା ହେବି । ୨୦୧୯ରେ ଟିକେଟ ନେବି ୨୦୨୪ ରେ ଟିକେଟ ନେବି ତାପରେ ବିକ୍ରି ହେଇ କହିବି ମୁଁ ସ୍ୱାଧୀନ ।ମୁଁ ଏଥିପାଇଁ ପ୍ରଭାତ ବିଶ୍ୱାଳ ବିରୁଦ୍ଧରେ କହୁନଥିଲି କାରଣ ସେତେବେଳେ ଦଳରେ ଥିଲେ । ମୁଁ ପ୍ରଭାତ ବିଶ୍ୱାଳ ଦ୍ୱାର ଦେଖିନି ବାପା, ପୁଅ, ମା ୫୦୦ ଥର ମୋ ପାଖକୁ ଆସିଛନ୍ତି ।କଣ ନେଇଛନ୍ତି ସେଟା ଛୋଟ କଥା କହିବିନି । ଯଦି ଆବଶ୍ୟକ ପଡେ ମୁଁ ଡକୁମେଂଟ ଦେଖେଇବି । ଜାଣିଛି ସେ ରେସ୍ପଣ୍ଡ କରିବେ ପାଗଳ ଲୋକ । ଜଣେ ବଦ୍ରି ପାତ୍ର ଜଣେ ପ୍ରଭାତ ବିଶ୍ୱାଳ । ପ୍ରଭାତ ବିଶ୍ୱାଳ ମୋ ବିରୁଦ୍ଧରେ କହିଛନ୍ତି ବଦ୍ରି ପାତ୍ର ମତେ ପୁଅ ଭଳି ସ୍ନେହ କରିଛନ୍ତି । ତାଙ୍କ ଅଭିମାନ, ଦରଦ ରହିବ । କିନ୍ତୁ ଭୋଟ ଦେଲାବେଳେ କେନ୍ଦୁଝରର ମୁଖ୍ୟମନ୍ତ୍ରୀ କିନ୍ତୁ ସେଟା ସେ ଦେଖିନାହାନ୍ତି । ବବି ବିରୁଦ୍ଧରେ କହିଲେ ସ୍ୱାଗତ କାରଣ ଦଳ ପାଇଁ କାମ କରିଛି । ରାଜ୍ୟସଭାରେ ଭୋଟ ଦେଇକି ବବି ବିରୁଦ୍ଧରେ କହିଥିଲେ ଜଷ୍ଟିଫାଏ ରହିଥାନ୍ତା । କଟକ ଚୌଦ୍ୱାର ହେଲା ବିଜୁ ବାବୁଙ୍କ ଜାଗା । ଯେତବେଳେ ବିଜୁ ବାବୁଙ୍କ ବିରୁଦ୍ଧରେ ସାଂସଦ କହିଲେ ସେତବେଳେ କୋଉଠି ଥିଲେ ଭଣ୍ଡ ବାବା ପଦେ କହିଲେନି ।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା