


ବଲାଙ୍ଗିର, ୧୩ ଏପ୍ରିଲ୍ (ହି.ସ.)- ଆଜି ବଲାଙ୍ଗୀରସ୍ଥ କଦମପଡାର ସରସ୍ବତୀ ଶିଶୁ ବିଦ୍ୟା ଜ୍ଞାନ ମନ୍ଦିରରେ ବିଦ୍ୟାଳୟର ସଭାପତି ଡ.ଭବାନୀ ଶଙ୍କର ପଟେଲଙ୍କ ସଭାପତିତ୍ବରେ ‘ଓଡିଆ ପକ୍ଷ’ ପାଳନ କରାଯାଇଛି । ମୁଖ୍ୟ ଅତିଥି ରୂପେ ବରିଷ୍ଠ ଅଧ୍ୟାପକ, ମହିଳା ମହା ବିଦ୍ୟାଳୟର ରତିକାନ୍ତ ନାଏକ ଯୋଗ ଦେଇଥିଲେ । ସମବେତ ସଙ୍ଗୀତ ଛାତ୍ରୀ ଶ୍ରୀମୟି ପଣ୍ଡା, ଆଦ୍ୟାଶା ମିଶ୍ର, ଅର୍ଚ୍ଚିତା କପାଟ, ଶୁଭଶ୍ରୀ ମିଶ୍ର ଗାନ କରିଥିଲେ । ପରେ ପ୍ରଧାନାଚାର୍ଯ୍ୟ ସନାତନ ମିଶ୍ର ମଞ୍ଚାସୀନ ଅତିଥିଙ୍କ ପରିଚୟ ପ୍ରଦାନ ଓ ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ । ସଂଯୋଜନା ଗୁରୁମା ମୀନା ଦାଶ କରିଥିଲେ । ବିଦ୍ୟାଳୟର ସଭାପତି ମୁଖ୍ୟ ଅତିଥିଙ୍କୁ ଉପଢୈ।କନ ଦେଇ ସମ୍ମାନୀତ କରିଥିଲେ । ମୁଖ୍ୟବକ୍ତା ନିଜ ବକ୍ତବ୍ୟ ଦେଇ ଓଡିଆ ଭାଷା ଅସ୍ମିତାର ଇତିହାସ ଵର୍ଣ୍ଣନା କରିଥିଲେ । ପରେ ସଭାପତି ମହୋଦୟ ନିଜର ଅଭିଭାଷଣ ପ୍ରଦାନ କରିଥିଲେ । ଶେଷରେ ଗୁରୁମା ମମତା ଭୋଇ ସମସ୍ତଙ୍କ ଉଦ୍ଦେଶ୍ୟରେ ଧନ୍ୟବାଦ ଅର୍ପଣ କରିଥିଲେ। ଏହିପରି ଗୁରୁମା ମୀନା ଦାସଙ୍କ ସଞ୍ଚାଳନରେ କାର୍ଯ୍ୟକ୍ରମଟି ସଫଳତା ସହ ସମ୍ପୁର୍ଣ୍ଣ ହୋଇଥିଲା।
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ