
ବଲାଙ୍ଗିର, 15 ଏପ୍ରିଲ୍ (ହି.ସ.)
ମଙ୍ଗଳବାର ଦିନ ସନ୍ଧ୍ୟା ରେ ନବଜ୍ୟୋତି କ୍ଲବ ସଦାଇପାଲି ତରଫରୁ ସଦାଇପାଲି ସ୍କୁଲ ପଡିଆ ଠାରେ ସମ୍ବିଧାନ ପ୍ରଣେତା ଭାରତ ରତ୍ନ ସ୍ୱାଧିନ ଭାରତର ଆଇନମନ୍ତ୍ରୀ ଡ. ଭୀମ ରାଓ ଆମ୍ବେଦକରଙ୍ ୧୩୬ତମ ଜନ୍ମ ଜୟନ୍ତି ମହାସମାରୋହରେ ପାଳନ କରାଯାଇଥିଲା । ପଡାର ମା, ଭଉଣୀ, ଛାତ୍ର ଛାତ୍ରୀ କ୍ଲବର ସଭ୍ୟ/ ସଭ୍ୟା ଉପସ୍ଥିତ ଥିଲେ । ସମାଜସେବୀ ମନୋଜ ମିଶ୍ର ମୁଖ୍ୟ ଅତିଥି, ବାସୁଦେବ ମୁଗ୍ରୀ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ତଥା ଦଳିତ ଶିକ୍ଷକ ସଂଘ ର ପୂର୍ବତନ ସଭାପତି ସମ୍ମାନିତ ଅତିଥି ଓ ଆଇନଜିବୀ ଅର୍ଜୁନ ମୁଗ୍ରୀ ମୁଖ୍ୟ ବକ୍ତା ଭାବେ ଉପସ୍ଥିତ ଥିଲେ ଓ ସ୍ୱତନ୍ତ୍ର ଅତିଥି ଭାବେ ସୁଦାମ ଦୀପ ମଂଚାସିନ ଥିଲେ । ବକ୍ତାମାନେ ଆମ୍ବେଦକରଙ୍କ ଜୀବନୀ ଦେଶପ୍ରତି କରିଥିବା କର୍ତ୍ତବ୍ୟ ଓ ସମ୍ବିଧାନ ପ୍ରଣେତା ଭାବେ ତାଙ୍କର ଅବଦାନ ଉପରେ ଆଲୋକପାତ କରିଥିଲେ । ଋଷିକେଶ ମୁଗ୍ରୀ ସଭା ପରିଚାଳନା କରିଥିଲେ ଓ ରାଜେନ୍ଦ୍ର ରାଏ ଧନ୍ୟବାଦ ଅର୍ପଣ କରିଥିଲେ ।
---------------
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ