ଅଗ୍ନିକାଣ୍ଡରେ ଜଳିଗଲା ୬ ବଖରା
ଭଦ୍ରକ, ୧୫ ଅପ୍ରେଲ (ହି.ସ.) - ଭଦ୍ରକ ଜିଲ୍ଲା ତିହିଡି଼ ତହସିଲ ଅଧୀନ ବାରୋ ଗ୍ରାମରେ ମଙ୍ଗଳବାର ବିଳମ୍ବିତ ରାତିରେ ଅଗ୍ନିକାଣ୍ଡ ଘଟି ନାରାୟଣ ଚନ୍ଦ୍ର ବାରିକଙ୍କ ୬ବଖରା ଘର ପୋଡି ପାଉଁଶ ହୋଇଯାଇଛି। ବୁଧବାର ଏ ସଂପର୍କରେ ନାରାୟଣ ତହସିଲଦାରଙ୍କ ଦୃଷ୍ଟି ଆକର୍ଷଣ କରି କ୍ଷୟକ୍ଷତିର ଆକଳନ କରି ସହାୟତା
AGNIKANDA RE 6 BAKHARA JALIGALA


ଭଦ୍ରକ, ୧୫ ଅପ୍ରେଲ (ହି.ସ.) - ଭଦ୍ରକ ଜିଲ୍ଲା ତିହିଡି଼ ତହସିଲ ଅଧୀନ ବାରୋ ଗ୍ରାମରେ ମଙ୍ଗଳବାର ବିଳମ୍ବିତ ରାତିରେ ଅଗ୍ନିକାଣ୍ଡ ଘଟି ନାରାୟଣ ଚନ୍ଦ୍ର ବାରିକଙ୍କ ୬ବଖରା ଘର ପୋଡି ପାଉଁଶ ହୋଇଯାଇଛି। ବୁଧବାର ଏ ସଂପର୍କରେ ନାରାୟଣ ତହସିଲଦାରଙ୍କ ଦୃଷ୍ଟି ଆକର୍ଷଣ କରି କ୍ଷୟକ୍ଷତିର ଆକଳନ କରି ସହାୟତା ପ୍ରଦାନ କରିବାକୁ ନିବେଦନ କରିଛନ୍ତି । ସେ ଦର୍ଶାଇଛନ୍ତି ଯେ ,ସେ ଓ ତାଙ୍କ ସ୍ତ୍ରୀ ଶୋଇଥିବା ବେଳେ ତାଙ୍କ ଘରେ ନିଆଁ ଲାଗି ଯାଇଥିଲା । ପଡ଼ୋଶୀମାନେ ତାଙ୍କୁ ଡାକି ଉଠାଇବା ସହ ଏ ସମ୍ପର୍କରେ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ । ପରେ ତିହିଡି଼ରୁ ଅଗ୍ନିଶମ ବିଭାଗ କର୍ମଚାରୀମାନେ ଗ୍ରାମରେ ପହଂଚି ନିଆଁକୁ ଆୟତ କରିଥିଲେ । ନିଆଁ ଲାଗିବା ଫଳରେ ତାଙ୍କର ସମସ୍ତ ଆସବାବ ପତ୍ର, ଜରୁରୀ କାଗଜ ପତ୍ର ପୋଡ଼ି ଯାଇଥିବା ସେ ଦର୍ଶାଇଛନ୍ତି ।ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ

ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ


 rajesh pande