ଦହପାଣିଆରେ ମା’ ବାସୁଳିଙ୍କ ୧୦୩ ବର୍ଷର କଂଟାଫୋଡା ପରମ୍ପରା, ନିଆଁ ହୋଳା ଧରି ଅଂଟାରେ କଂଟା ଫୋଡି ନାଚନ୍ତି ପାଟୁଆ
ଭଦ୍ରକ, ୧୫ ଅପ୍ରେଲ (ହି.ସ.) - ଭଦ୍ରକ ଜିଲ୍ଲା ତିହିଡି ବ୍ଲକ ବାରୋ ପଂଚାୟତ ଅଧିନ ଦହପାଣିଆ ଗ୍ରାମର ପ୍ରସିଦ୍ଧ ଦେବୀ ମା ବାସୁଳିଙ୍କ ନିକଟରେ ପଣାସଂକ୍ରାନ୍ତିରେ ପାଟୁଆଯାତ୍ରା ଅନୁଷ୍ଠିତ ହୋଇଥାଏ।ଏହି ଯାତ୍ରାରେ ପାଟୁଆ ମାନେ ଅଂଟାରେ କଂଟା ଫୋଡି ନିଆଁ ହୁଳା ଧରି ମା''ଙ୍କ ସମ୍ମୁଖରେ ନାଚିବା ୧୦୩ ବର୍
DAHAPANIA MAA BASULI PITHA


ଭଦ୍ରକ, ୧୫ ଅପ୍ରେଲ (ହି.ସ.) - ଭଦ୍ରକ ଜିଲ୍ଲା ତିହିଡି ବ୍ଲକ ବାରୋ ପଂଚାୟତ ଅଧିନ ଦହପାଣିଆ ଗ୍ରାମର ପ୍ରସିଦ୍ଧ ଦେବୀ ମା ବାସୁଳିଙ୍କ ନିକଟରେ ପଣାସଂକ୍ରାନ୍ତିରେ ପାଟୁଆଯାତ୍ରା ଅନୁଷ୍ଠିତ ହୋଇଥାଏ।ଏହି ଯାତ୍ରାରେ ପାଟୁଆ ମାନେ ଅଂଟାରେ କଂଟା ଫୋଡି ନିଆଁ ହୁଳା ଧରି ମା'ଙ୍କ ସମ୍ମୁଖରେ ନାଚିବା ୧୦୩ ବର୍ଷର ଏକ ନିଆରା ପରମ୍ପରା ଅଟେ । ଚଳିତ ବର୍ଷ ପଣାସଂକ୍ରାନ୍ତି ସନ୍ଧ୍ୟାରେ ଅଂଟାରେ କଂଟା ପଫୋଡି ବାଦ୍ୟ ଓ ଗୀତର ତାଳେତାଳେ ପାଟୁଆମାନେ ନୃତ୍ୟ କରିଥିଲେ। ସେମାନଙ୍କ ଅଂଟାରେ ଫୋଡା ହୋଇଥିଲା କଂଟା ଓ ସେମାନେ ଧରିଥିବା କଂଟାର ଅଗ୍ରଭାଗରେ ଥିଲା ନିଆଁହୁଳା । ଏହି ନୃତ୍ୟ ପ୍ରାୟ ଘଂଟାଏରୁ ଉର୍ଦ୍ଧ୍ୱ ସମୟ ଧରି ଚାଲିଥିଲା। ମା ବାସୁଳିଙ୍କ ପୀଠରେ ପାଟୁଆଙ୍କ ଏହି ନିଆରା ନୃତ୍ୟ ପରିବେଷଣ ଶ୍ରଦ୍ଧାଳୁଙ୍କ ଭିତରେ ଭକ୍ତିଭାବ ସୃଷ୍ଟି କରିଥିଲା । ପାଟୁଆ ଯାତ୍ରା ବେଶ ଯାକଜମକରେ ଅନୁଷ୍ଠିତ ହୋଇଥିଲା। ସକାଳେ ମାଙ୍କର ଯଥାବିଧିରେ ପୂଜାର୍ଚ୍ଚନା କରାଯାଇଥିଲା । ସନ୍ଧ୍ୟାରେ ମାଙ୍କ ମନ୍ଦିରଠୁ କିଛି ଦୂରରୁ ପାଟୁଆମାନଙ୍କୁ ଶୋଭାଯାତ୍ରାରେ ମନ୍ଦିର ନିକଟକୁ ନିଆଯାଇଥିଲା । ସେଠାରେ ସେମାନଙ୍କ ଅଂଟାରେ କଂଟା ଫୋଡ଼ାଯାଇଥିଲା ଏବଂ କଂଟାର ଅଗ୍ରଭାଗରେ ବଳିତା ରଖାଯାଇ ନିଆଁ ଲଗାଯାଇଥିଲା । ପରେ ବାଦ୍ୟ ଓ ଗୀତ ସହିତ ପାଟୁଆମାନେ ନାଚିବା ଆରମ୍ଭ କରିଥିଲେ । ତେବେ ନିଆଁ ନଲିଭିବା ପାଇଁ ବାରମ୍ବାର ବଳିତା ରଖାଯାଉଥିବାରୁ ନିଆଁହୁଳା ଖୁବ ଜୋରରେ ଜଳି ମନ୍ଦିର ପରିସରକୁ ଆଲୋକିତ କରିଥିଲା । ମହିଳା ଓ ପୁରୁଷଙ୍କ ପାଟୁଆ ଗୀତରେ ପାଟୁଆଙ୍କ ଏହି ନୃତ୍ୟ ଦେଖିବା ସହ ମାଙ୍କୁ ଦର୍ଶନ କରି ଆଶିଷ ଲଭିବାକୁ ଆଖପାଖ ଅଂଚଳର ହଜାର ହଜାର ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିଲା । ମା ବାସୁଳି ପୂଜା କମିଟିର ସଭାପତି ପଦ୍ମଲୋଚନ ମଲିକ, ସମ୍ପାଦକ ସଞ୍ଜୟ କୁମାର ମଲିକ, କୋଷାଧ୍ୟକ୍ଷ ରବିନ୍ଦ୍ର ମଲିକ ଓ ସୋମନାଥ ମଲିକ, ପୂର୍ବତନ ସଭାପତି ରମାକାନ୍ତ ମଲିକ,ପୂର୍ବତନ ସମ୍ପାଦକ ରଘୁନାଥ ମଲିକଙ୍କ ସମେତ କର୍ମକର୍ତାମାନେ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ

ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ


 rajesh pande