


ଖୋର୍ଦ୍ଧା,15 ଏପ୍ରିଲ୍ (ହି.ସ.)ଖୋର୍ଦ୍ଧା ତହସିଲ ଅନ୍ତର୍ଗତ ବରସାହି ପଞ୍ଚାୟତରେ ଜଣେ ପ୍ରଭାବଶାଳୀ ବ୍ୟକ୍ତିଙ୍କ ଦ୍ୱାରା ବେଆଇନ ଭାବେ ହୋଇଥିବା ସରକାରି ଜମି ଜବର ଦଖଲକୁ ଆଜି । ପ୍ରସାଶନ ପକ୍ଷରୁ ଉଚ୍ଛେଦ କରାଯାଇଛି।ଏହି ଉଛେଦ ବେଳେ ଲୋକେ ପ୍ରସାଶନିକ ଅଧିକାରୀଙ୍କୁ ଘେରିଲେ । ଘଟଣା ସ୍ଥଳରେ ଉତ୍ତେଜନା ଦେଖାଦଇଥିଲା । ଫଳରେ ଆଇନ୍ ଶୃଙ୍ଖଳା ପରିସ୍ଥିତିକୁ ଦୃଷ୍ଟିରେ ରଖି ବେଆଇନ ଭାବେ ସରକାରୀ ଜମିରେ ନିର୍ମିତ ଦ୍ଵିତଳ ପ୍ରାସାଦକୁ ଆସନ୍ତା କାଲି ସକାଳ ୮ ଟା ପରେ ଉଚ୍ଛେଦ ହେବ ।ତେବେ ଉକ୍ତ ବିଲ୍ଡିଙ୍ଗରେ ଥିବା ଫର୍ନିଚର୍ ସାମଗ୍ରୀ ଗୁଡିକୁ କାଢ଼ି ନେବା ପାଇଁ ପ୍ରଶାସନ ପକ୍ଷରୁ ଆସନ୍ତା କାଲି ଅର୍ଥାତ ୧୬ ତାରିଖ ସକାଳ ୮ ଟା ପର୍ଯ୍ୟନ୍ତ ମହଲତ ଦିଆଯାଇଛି । ଏହି ଉଚ୍ଛେଦ ବେଳେ ଉପଜିଲ୍ଲାପାଳ,ତହସିଲଦାର, ଖୋର୍ଦ୍ଧା ଥାନା ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ।
---------------
ହିନ୍ଦୁସ୍ଥାନ ସମାଚାର / ରାକେଶ