ଧୁମଧାମରେ ପାଳିତ ପହିଲା ବୈଶାଖ ଓ ବଙ୍ଗୀୟ ନବବର୍ଷ
ମାଲକାନଗିରି , ୧୫ ଏପ୍ରିଲ୍ (ହି.ସ.) - ପହିଲା ବୈଶାଖ ଅବସରରେ ବଙ୍ଗୀୟ ନବବର୍ଷକୁ ମାଲକାନଗିରି ଜିଲ୍ଲାର ବିଭିନ୍ନ ବଙ୍ଗୀୟ ଗ୍ରାମ ଗୁଡିକ ରେ ଆଜି ଧୂମଧାମ ରେ ପାଳିତ ହୋଇଯାଇଛି । ଏହି ଅବସରରେ ଏମଭି-୭୯ ଗ୍ରାମରେ ବେଶ ଉତ୍ସାହ ଓ ଆଡମ୍ବର ସହ ପାଳନ କରାଯାଇଛି। ଗ୍ରାମର ବଙ୍ଗୀୟ ସମ୍ପ୍ରଦାୟ ସହ ଅନ୍ୟାନ୍
ଧୁମଧାମରେ ପାଳିତ ପହିଲା ବୈଶାଖଓ ବଙ୍ଗୀୟ ନବବର୍ଷ


ଧୁମଧାମରେ ପାଳିତ ପହିଲା ବୈଶାଖଓ ବଙ୍ଗୀୟ ନବବର୍ଷ


ମାଲକାନଗିରି , ୧୫ ଏପ୍ରିଲ୍ (ହି.ସ.) - ପହିଲା ବୈଶାଖ ଅବସରରେ ବଙ୍ଗୀୟ ନବବର୍ଷକୁ ମାଲକାନଗିରି ଜିଲ୍ଲାର ବିଭିନ୍ନ ବଙ୍ଗୀୟ ଗ୍ରାମ ଗୁଡିକ ରେ ଆଜି ଧୂମଧାମ ରେ ପାଳିତ ହୋଇଯାଇଛି । ଏହି ଅବସରରେ ଏମଭି-୭୯ ଗ୍ରାମରେ ବେଶ ଉତ୍ସାହ ଓ ଆଡମ୍ବର ସହ ପାଳନ କରାଯାଇଛି। ଗ୍ରାମର ବଙ୍ଗୀୟ ସମ୍ପ୍ରଦାୟ ସହ ଅନ୍ୟାନ୍ୟ ସମ୍ପ୍ରଦାୟର ଲୋକମାନେ ମଧ୍ୟ ଏହି ଉତ୍ସବରେ ସାମିଲ ହୋଇ ସାମ୍ପ୍ରଦାୟିକ ସମ୍ମିଳନ ଓ ସୌହାର୍ଦ୍ୟର ଅନନ୍ୟ ଦୃଶ୍ୟ ପ୍ରଦର୍ଶନ କରିଥିଲେ।

ସକାଳୁ ଘରେ ଘରେ ପୂଜାର୍ଚ୍ଚନା ସାରିବା ପରେ ମହିଳା ଓ ପୁରୁଷ ମାନେ ନଗର କୀର୍ତନରେ ଭାଗ ନେଇଥିଲେ। ଭକ୍ତିମୟ ସଙ୍ଗୀତ, ଆଳତି ଓ ପରମ୍ପରାଗତ ଆଚାର-ବିଚାର ମାଧ୍ୟମରେ ଗ୍ରାମରେ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଥିଲା।

ଏହି ଅବସରରେ ସ୍ଥାନୀୟ ବଜାର ଓ ବ୍ୟବସାୟୀମାନେ ବିଶେଷ ପୂଜାର୍ଚ୍ଚନା କରି ନୂଆ ଖାତା ଖୋଲି ବ୍ୟବସାୟର ଶୁଭାରମ୍ଭ କରିଥିଲେ, ଯାହା ବଙ୍ଗୀୟ ପରମ୍ପରାର ଅଂଶ ଅଟେ। ଏମ.ଭି-୭୯ କ୍ଳବ ଘରେ ଥିବା ବରଗଛ ପରିସରରେ ଖିଚୁଡ଼ି ଭୋଗ ବଂଟନ କରାଯାଇଥିବା ବେଳେ, ଦୋକାନୀମାନେ ମିଠା ବଂଟନ କରି ନୂଆବର୍ଷର ଆନନ୍ଦକୁ ସାମୂହିକ ଭାବେ ପାଳନ କରିଥିଲେ।

ଗ୍ରାମବାସୀମାନେ ନୂତନ ବସ୍ତ୍ର ପରିଧାନ କରି ପରିବାର ସହ ଏହି ଦିନଟିକୁ ଆନନ୍ଦମୟ ଭାବେ କାଟିଥିଲେ। ପିଠା, ପଣା ଓ ବିଭିନ୍ନ ପାରମ୍ପରିକ ଖାଦ୍ୟର ସ୍ୱାଦ ସହ ଥଣ୍ଡା ପାନୀୟ ଜଳ ବଂଟନ କରା ଯାଇଥିଲା।

ଉତ୍ସବକୁ ଅଧିକ ସାର୍ଥକ କରିବା ପାଇଁ ଗ୍ରାମର ଯୁବକ ମାନେ ଗଛଲଗାଣ କାର୍ଯ୍ୟକ୍ରମ ଆୟୋଜନ କରିଥିଲେ। “ନୂଆବର୍ଷ ନୂଆ ଆଶା ଓ ସମ୍ଭାବନା ନେଇଆସେ। ପରିବେଶ ସୁରକ୍ଷା ପାଇଁ ଗଛ ଲଗାଇବା ଆମର ଦାୟିତ୍ୱ,” ବୋଲି ଜଣେ ଯୁବକ କହିଥିଲେ।

ଏହି ଅବସରରେ ଗ୍ରାମର ବରିଷ୍ଠ ବ୍ୟକ୍ତି ସୁକୁମାର ମଣ୍ଡଳଙ୍କ ପକ୍ଷରୁ ଗାମୁଛା ବଂଟନ ସହ ଖିଚୁଡ଼ି, କ୍ଷୀରି ଭୋଗର ବିଶେଷ ବ୍ୟବସ୍ଥା କରାଯାଇଥିଲା। ଆଧ୍ୟାତ୍ମିକ ଓ ସାମାଜିକ ପରିବେଶରେ ଉତ୍ସବ ଅଧିକ ମନମୋହନୀୟ ହୋଇଉଠିଥିଲା।

ଏହାସହ ସ୍ଥାନୀୟ ଅଂଚଳରେ ଜଳଛତ୍ର ଆରମ୍ଭ କରାଯାଇ ମାଟି ହାଣ୍ଡିରେ ଥଣ୍ଡା ପାଣି ପ୍ରଦାନ କରାଯାଉଛି, ଯାହା ଗ୍ରୀଷ୍ମକାଳରେ ଲୋକଙ୍କ ପାଇଁ ବିଶେଷ ଉପକାରୀ ହେବ।

ଏମଭି-୭୯ରେ ବଙ୍ଗୀୟ ସମ୍ପ୍ରଦାୟ ପାଇଁ ପହିଲା ବୈଶାଖ ଦୁର୍ଗାପୂଜା ପରେ ସର୍ବାଧିକ ଗୁରୁତ୍ୱପୂର୍ଣ୍ଣ ପର୍ବ ଭାବେ ପାଳନ କରାଯାଏ। ଏହା କେବଳ ନୂଆ ବର୍ଷର ଆରମ୍ଭ ନୁହେଁ, ବରଂ ସାମ୍ପ୍ରଦାୟିକ ଏକତା, ସଂସ୍କୃତି ଓ ପରମ୍ପରାର ଜୀବନ୍ତ ପ୍ରତୀକ ଭାବେ ଗ୍ରାମରେ ଉଜାଗର ହୋଇଥାଏ।

ହିନ୍ଦୁସ୍ଥାନ ସମାଚାର / ଶିବବ୍ରତ


 rajesh pande