ରାଜ୍ୟ ସିଏମ ଟ୍ରଫିର ଷଷ୍ଠ ଦିବସ ବାଳିକା ବିଭାଗରେ ଟିଏସଏଫ, ଯୋଡ଼ା ଚମ୍ପିୟାନ ତାରିଣୀ ଫୁଟବଲ ଏକାଡେମୀ ରନର୍ସଅପ ବାଳକ ବିଭାଗରେ ଜେଏସଏଫ, ବଡ଼ବିଲ ୬-୦ ରେ ବିଜୟୀ
କେନ୍ଦୁଝର, 15 ଏପ୍ରିଲ୍ (ହି.ସ.) ରାଜ୍ୟ କ୍ରୀଡା ଓ ଯୁବ ସେବା ବିଭାଗ, ଫୁଟବଲ ଆସୋସିଏସନ ଅଫ ଓଡିଶା ଏବଂ କେନ୍ଦୁଝର ଜିଲ୍ଲା କ୍ରୀଡା ସଂସ୍ଥା ମିଳିତ ସହଯୋଗରେ ଶଙ୍କରପୁରସ୍ଥିତ ଧରଣୀଧର ସ୍ପୋର୍ଟ୍ସ କମ୍ପ୍ଲେକ୍ସ ଠାରେ ସିଏମ ଫୁଟବଲ ପ୍ରତିଯୋଗିତାର ଲିଗ ପଦ୍ଧତିରେ ଅନୁଷ୍ଠିତ ୧୪ ବର୍ଷରୁ କମ ବାଳିକା ବି
Cm trofy


କେନ୍ଦୁଝର, 15 ଏପ୍ରିଲ୍ (ହି.ସ.) ରାଜ୍ୟ କ୍ରୀଡା ଓ ଯୁବ ସେବା ବିଭାଗ, ଫୁଟବଲ ଆସୋସିଏସନ ଅଫ ଓଡିଶା ଏବଂ କେନ୍ଦୁଝର ଜିଲ୍ଲା କ୍ରୀଡା ସଂସ୍ଥା ମିଳିତ ସହଯୋଗରେ ଶଙ୍କରପୁରସ୍ଥିତ ଧରଣୀଧର ସ୍ପୋର୍ଟ୍ସ କମ୍ପ୍ଲେକ୍ସ ଠାରେ ସିଏମ ଫୁଟବଲ ପ୍ରତିଯୋଗିତାର ଲିଗ ପଦ୍ଧତିରେ ଅନୁଷ୍ଠିତ ୧୪ ବର୍ଷରୁ କମ ବାଳିକା ବିଭାଗରେ ଖେଳ ଶେଷ ସୁଦ୍ଧା ଟାଟା ଷ୍ଟିଲ ଫାଉଣ୍ଡେସନ, ଯୋଡ଼ା ଲିଗ ପର୍ଯାୟ ଖେଳରେ ସମସ୍ତ ୪ଟି ଯାକ ମ୍ୟାଚରେ ବିଜୟୀ ହୋଇ ଲିଗ ଟେବୁଲରେ ଶୀର୍ଷରେ ରହିବା ସହ ଚମ୍ପିୟାନ ଆଖ୍ୟା ଅର୍ଜନ କରିଛି l ସେହିପରି ତlରଣୀ ଫୁଟବଲ ଏକାଡେମୀ ସମୁଦାୟ ୪ଟି ଖେଳରୁ ୩ଟି ରେ ବିଜୟୀ ହୋଇ ରନର୍ସଅପ ହେବାର ସୌଭାଗ୍ୟ ଅର୍ଜନ କରିଛି l ଗତକାଲି ପ୍ରତିଯୋଗିତାର ଫଳାଫଳ ନିର୍ଣ୍ଣୟ ହୋଇ ଯାଇଥିବାରୁ ଆଜି ପୂର୍ବାହ୍ନରେ ଲିଗ ପର୍ଯ୍ୟାୟର ଅନୁଷ୍ଠିତ ଅନ୍ତିମ ଖେଳଟି କେବଳ ଔପଚାରିକତା ଦୃଷ୍ଟିରୁ ଖେଳା ଯାଇଥିଲା l ଏହି ଖେଳରେ ରାଇକଳା ହାଇସ୍କୁଲ ଆର ଏମ ହାଇସ୍କୁଲ ନିଉଣ୍ଡି ବିପକ୍ଷରେ ୬-୦ ଗୋଲରେ ବିଜୟ ହାସଲ କରିଥିଲା l ରାଇକଳା ହାଇସ୍କୁଲ ପକ୍ଷରୁ ନିରୁପମା ପାତ୍ର ଓ ନମିତା ମାଝୀ ଦୁଇଟି ଲେଖାଏଁ ଗୋଲ ସ୍କୋର କରିଥିବା ବେଳେ ସ୍ମୃତି ସେଠୀ ଏବଂ ସୁପ୍ରିୟା ମୁଣ୍ଡା ଗୋଟିଏ ଲେଖାଏଁ ଗୋଲ ସ୍କୋର କରିଥିଲେ l

ଅପରାହ୍ନରେ ୧୪ ବର୍ଷରୁ କମ ବାଳକ ବିଭାଗର ଖେଳ ଆରମ୍ଭ କରାଯାଇଥିଲା ଆଜି ଲିଗ କମ ନକ ଆଉଟ ପଦ୍ଧତିର ଅନୁଷ୍ଠିତ ପ୍ରଥମ ଖେଳରେ ଜିନ୍ଦଲ ଫାଉଣ୍ଡେସନ, ବଡ଼ବିଲ ରାଇକଳା ହାଇସ୍କୁଲ ବିପକ୍ଷରେ ୬-୦ ଗୋଲରେ ଏକ ବିପୁଳ ବିଜୟ ଲାଭ କରି ପୁରା ପଏଣ୍ଟ ହାସଲ କରିଛି l ଦଳ ପକ୍ଷରୁ ଆଶିଷ ନାଏକ ଓ ଅଙ୍କିତ ବେହେରା ଦୁଇଟି ଲେଖାଏଁ, ପ୍ରେମ ମହାକୁଢ଼, ଗଙ୍ଗାଧର ଗୁଇଆ ଗୋଟିଏ କରି ଗୋଲ ସ୍କୋର କରିଥିଲେ l ଆଜି ପୂର୍ବାହ୍ନରେ ଖେଳ ଆରମ୍ଭ ହେବା ପୂର୍ବରୁ ଆଜିର ମୁଖ୍ୟ ଅତିଥି ଜିଲ୍ଲା କ୍ରୀଡା ଅଧିକାରୀ ସରୋଜ କୁମାର ମଲ୍ଲିକ ଏବଂ ଦ୍ୱିତୀୟ ଖେଳ ପୂର୍ବରୁ କ୍ରୀଡା ଛାତ୍ରାବlସର ମୁଖ୍ୟ ଦୌଡ଼କୁଦ ପ୍ରଶିକ୍ଷକ ସୁବାସ ସରକାର ଓ ରାଜେନ୍ଦ୍ର ସିଙ୍କ ସହ ଉଭୟ ଦଳର ଖେଳାଳୀ ମାନଙ୍କୁ ପରିଚିତ କରାଇ ଦିଆଯାଇଥିଲା l ଆଜିର ପ୍ରଥମ ଖେଳରେ ବୁନ୍ଦାବନ ମୁଣ୍ଡା ରେଫରୀ ଦାୟିତ୍ୱ ତୁଲାଇଥିବା ବେଳେ ତାଙ୍କୁ ଲାଇନରେ ସହାୟତା କରିଥିଲେ ଦଶମନ୍ତ ଟୁଡୁ ଓ ରାଇମୋହନ ମୁର୍ମୁ l ଚତୁର୍ଥ ରେଫରୀ ଥିଲେ ବେଣୁଧର ମୁଣ୍ଡା l ସେହିପରି ଦ୍ୱିତୀୟ ଖେଳରେ ବେଣୁଧର ମୁଣ୍ଡା ରେଫରୀ ଦାୟିତ୍ୱ ତୁଲାଇଥିବା ବେଳେ ତାଙ୍କୁ ଲାଇନରେ ସହାୟତା କରିଥିଲେ ବୃନ୍ଦାବନ ମୁଣ୍ଡା ଓ ରାଇମୋହନ ମୁର୍ମୁ l ଚତୁର୍ଥ ରେଫରୀ ଥିଲେ ବିଜୟ କୁମାର ମୁଣ୍ଡା l ଫାଓ ପକ୍ଷରୁ ବୀରେନ୍ଦ୍ର ମହାନ୍ତ ମ୍ୟାଚ କମିଶନର ନିଯୁକ୍ତ ହୋଇ ଦାୟିତ୍ୱ ନିର୍ବାହ କରିଥିଲେ l

ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA


 rajesh pande