
ଘଟଗାଁ, ୧୫ ଏପ୍ରିଲ୍ (ହି.ସ.) - କେନ୍ଦୁଝର ଜିଲ୍ଲାର ଆରଧ୍ୟା ଦେବୀ ମା ତାରିଣୀଙ୍କ୯୦ତମ ଚଇତି ପର୍ବର ଆଜି ଉଦଯାପିତ ଦିବସରେ ମା ତାରିଣୀ ଟ୍ରଷ୍ଟ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଛି।
ପ୍ରକାଶ ଯେ କେନ୍ଦୁଝର ଜିଲ୍ଲା ଘଟଗାଁ ଉନ୍ନୀତ ସ୍ୱାସ୍ଥ୍ୟ କେନ୍ଦ୍ରର ନିଯୁକ୍ତିପ୍ରାପ୍ତ ଚିକିତ୍ସାଧିକାର ସର୍ଜିକାଲ ସ୍ପେସାଲିଷ୍ଟ ଡକ୍ଟର ମୁକ୍ତିକାନ୍ତ ନାୟକ ମାତାରିଣୀଙ୍କ ୯୦ତମ ଚଇତି ପର୍ବର ୯ ଅପ୍ରିଲ ଠାରୁ ୧୫ ଅପ୍ରିଲ ୨୦୨୬ ପର୍ଯ୍ୟନ୍ତ ମା ତାରିଣୀଙ୍କୁ ଦର୍ଶନ କରିବାକୁ ଆସୁଥିବା ଭକ୍ତ ଭକ୍ତା ଓ ଜନସାଧାରଣଙ୍କୁ ଉତମ ସ୍ୱାସ୍ଥ୍ୟସେବା ନିଜତତ୍ୱାବଧାନରେ ମେଡିକାଲ ଷ୍ଟାଫଙ୍କୁ ନେଇ ସେବା ସୁଚାରୁ ରୂପେ ପରିଚାଳନା କରିଥିଲେ। ତେଣୁ ମା ତାରିଣୀ ଟ୍ରଷ୍ଟି ଉତମ ସେବା ପାଇଁ ସମ୍ବର୍ଦ୍ଧିତ କରାଯାଇଛି।
ହିନ୍ଦୁସ୍ଥାନ ସମାଚାର / ଘନଶ୍ୟାମ