
ମାଲକାନଗିରି , ୧୫ ଏପ୍ରିଲ୍ (ହି.ସ.)-ମାଲକାନଗିରି ଜିଲ୍ଲା ଏମଭି-୭୯ ଥାନା ଅନ୍ତର୍ଗତ ତାମନପାଲୀ ପାହାଡ଼ ନିକଟରେ ଗତକାଲି ରାତିରେ ଅଭାବନୀୟ ଘଟଣା ଘଟିଛି। ଚେଳି ଚୋରିକୁ ନେଇ ଡକାୟତ ଗ୍ୟାଙ୍ଗ ଓ ଗ୍ରାମବାସୀ ଙ୍କ ମଧ୍ୟରେ ମୁହାଁମୁହିଁ । ଡକାୟତ ଗ୍ୟାଙ୍ଗ ବନ୍ଧୁକ ଚାଳନା କରିବାରୁ ଜଣେ ଗ୍ରାମବାସୀଙ୍କ ହାତରେ ଗୁଳି ବାଜିବାରୁ ଆହତ ହୋଇଛନ୍ତି । ସୂଚନା ଅନୁସାରେ,୫ଜଣିଆ ଡକାୟତ ଗ୍ୟାଙ୍ଗ ପଡିଆ ଅଞ୍ଚଳରୁ କିଛି ଛେଳି ଚୋରି କରି ଆଣିବା ସମୟରେ ଗ୍ରାମବାସୀମାନେ ଜାଣି ପାରି ଡକାୟତଙ୍କ ପିଛା କରିଥିଲେ । ଡକାୟତମାନେ ତାମନପାଲୀ ପାହାଡ଼ ନିକଟରେ ଛେଳିମାନଙ୍କୁ ଲୁଚାଇ ରଖିଥିବା ବେଳେ ଗ୍ରାମବାସୀଙ୍କ ସହିତ ଡକାୟତ ଗ୍ୟାଙ୍ଗ ମଧ୍ୟରେ ମୁହାଁମୁହିଁ ହୋଇଥିଲା | ଡକାୟତମାନେ ଗ୍ରାମବାସୀଙ୍କ ଉପରକୁ ଗୁଳି ଚଳାଇଖସିଯିବାକୁ ଉଦ୍ୟମ କରୁଥିବା ବେଳେ ଦୁଇଜଣ ଡକାୟତଙ୍କୁ କାବୁ କରିଥିଲେ ଗ୍ରାମବାସୀ । ଘଟଣାସ୍ଥଳରୁ ୩ ଜଣ ଡକାୟତ ଖସିଯିବାରେ ସଫଳ ହୋଇଥିଲେ । ଖବର ପାଇ ଘଟଣାସ୍ଥଳରେ ଏମଭି-୭୯ ପୁଲିସ ପହଞ୍ଚି ଦୁଇଜଣ ଡକାୟତ ୟତଙ୍କୁ ଗିରଫ କରି ଥାନାକୁ ଆଣି ପଚରାଉଚରା କରୁଥିବା ଜଣାପଡ଼ିଛି ଦୁଇଜଣ ଡକାୟତଙ୍କ ନାମରେ ପୂର୍ବରୁ ଅନେ ମାମଲା ରହିଥିବା ସୂଚନା ମିଳିଛି!ଆହତ ଗ୍ରାମବାସୀ ଓ ଡକାୟତ ମାଲକାନଗିରି ମୁଖ୍ୟ ଚିକିତ୍ସାଳୟ ରେ ଭର୍ତ୍ତି ହୋଇଥିବା ଜଣାପଡିଛି!
---------------
ହିନ୍ଦୁସ୍ଥାନ ସମାଚାର / ଶିବବ୍ରତ