ଯାଦବ ମହାସଭା ପକ୍ଷରୁ ପଣା ବିତରଣ ମହୋତ୍ସବ
କେନ୍ଦୁଝର, 15 ଏପ୍ରିଲ୍ (ହି.ସ.) କେନ୍ଦୁଝର ଜିଲ୍ଲା ଇଷ୍ଟଦେବୀ ମା ତାରିଣୀଙ୍କ ୯୦ ତମ ଚଇତି ପର୍ବ ଅବସରରେ ଜିଲ୍ଲା ଯାଦବ ମହାସଭା ତରଫରୁ ସର୍ବ ପ୍ରଥମେ ମାଙ୍କ ନିକଟରେ ଯାଦବ କୁଳର ଦୁଧ ଦହି ଛେନା ସର ଲବଣୀ ତଥା ଘୃତ ମିଶ୍ରିତ ପଣା ଅର୍ପଣ କରି ଜିଲ୍ଲା ସଭାପତି ଶ୍ରୀ ପ୍ରଦୀପ କୁମାର ବାରିକଙ୍କ ଦ୍
Jadab mahasabha


କେନ୍ଦୁଝର, 15 ଏପ୍ରିଲ୍ (ହି.ସ.) କେନ୍ଦୁଝର ଜିଲ୍ଲା ଇଷ୍ଟଦେବୀ ମା ତାରିଣୀଙ୍କ ୯୦ ତମ ଚଇତି ପର୍ବ ଅବସରରେ ଜିଲ୍ଲା ଯାଦବ ମହାସଭା ତରଫରୁ ସର୍ବ ପ୍ରଥମେ ମାଙ୍କ ନିକଟରେ ଯାଦବ କୁଳର ଦୁଧ ଦହି ଛେନା ସର ଲବଣୀ ତଥା ଘୃତ ମିଶ୍ରିତ ପଣା ଅର୍ପଣ କରି ଜିଲ୍ଲା ସଭାପତି ଶ୍ରୀ ପ୍ରଦୀପ କୁମାର ବାରିକଙ୍କ ଦ୍ୱାରା ପଣା ବିତରଣ କେନ୍ଦ୍ର ଉନ୍ମୋଚନ କରାଯାଇ ସମଗ୍ର ଓଡ଼ିଶା ତଥା ପଡ଼ୋଶୀ ରାଜ୍ୟରୁ ଆସିଥିବା ଅଗଣିତ ଭକ୍ତ ମାନଙ୍କୁ ଦିବା ସାତ ଘଟିକାରୁ ଅପରାହ୍ନ ପାଞ୍ଚ ଘଟିକା ପର୍ଯ୍ୟନ୍ତ ପଣା ବିତରଣ କରାଯାଇଥିଲା। ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ ବିଧାୟକ ଫକୀର ଚରଣ ନାୟକ ସଦୟ ଉପସ୍ଥିତି ହୋଇ ପଣା ସେବନ କରିଥିଲେ ।କେନ୍ଦୁଝର ଜିଲ୍ଲା ଯାଦବ ମହାସଭା ଉପଦେଷ୍ଟା ଆଚାର୍ଯ୍ୟ ଦାଶରଥି ପ୍ରଧାନଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନ ଓ ଉପଦେଷ୍ଟା ପୁରୁଷୋତ୍ତମ ଦାସ, କାର୍ଯ୍ୟକାରୀ ସଭାପତି ସଂଜୀବ କୁମାର ପଲେଇ, ସଂସ୍କୃତି ବିଭାଗ ଜିଲ୍ଲା ସଂଯୋଜକ ଦଶରଥ ବାରିକ, କାର୍ଯ୍ୟକାରୀ ସମ୍ପାଦକ ଅକ୍ଷୟ କୁମାର ଦାସ, କୋଷାଧକ୍ଷ ରାଜେନ୍ଦ୍ର ମହାକୁଡ,ସଂଗଠନ ସମ୍ପାଦକ ଜିତେନ୍ଦ୍ର ବେହେରା, ପ୍ରଫୁଲ୍ଲ କୁମାର ପ୍ରଧାନ , ଶିରୀଶ ଚନ୍ଦ୍ର ଗିରି ,ମନ୍ମଥ ଘଣାଏବଂ ବରିଷ୍ଟ ଯାଦବ ପପୁ ଯାଦବ ଏବଂସଦର ବ୍ଲକ ସଂସ୍କୃତି ବିଭାଗ ସଭାପତି ପ୍ରସନ୍ନ କୁମାର ଦାସ,ଘଟଗାଁ ବ୍ଲକ ସଭାପତି ସୂର୍ଯ୍ୟମଣି ବାରିକ, ସମ୍ପାଦକ ରୋହିତ ବେହେରା ଓ ନକୁଳ ଚନ୍ଦ୍ର ପଲେଇ ତଥା ଅନ୍ୟାନ୍ୟ ସାଥୀ ବୃନ୍ଦ, ହରିଚନ୍ଦନପୁର ବ୍ଲକ ସଭାପତି ଶୁକଦେବ ମହାକୁଡ ଓ ଅନ୍ୟାନ୍ୟ କର୍ମକର୍ତ୍ତା ତଥା ସଭ୍ୟ ସମେତ ଦଶ ଜଣ ସ୍ୱେଚ୍ଛାସେବକ,ପାଟଣା ବ୍ଲକ ସମ୍ପାଦକ ରଞ୍ଜନ କୁମାର ବାରିକ, ବାଂଶପାକ ବ୍ଲକ ପ୍ରତିନିଧି ଅଶୋକ କୁମାର ପଲେଇ ଓ ସାଥୀ ବୃନ୍ଦ,ଘଷିପୁରା ବ୍ଲକ ପ୍ରତିନିଧି ଅଭୟ କୁମାର ଦାସ ଓ ସାଥୀ ବୃନ୍ଦ,ଆନନ୍ଦପୁର ବ୍ଲକ ପ୍ରତିନିଧି ସାମ୍ବାଦିକ ସତ୍ୟ ଦାସ ଓ ଅନ୍ୟାନ୍ୟ ସାଥୀ ବୃନ୍ଦ,ହାଟଡିହି ବ୍ଲକ ଏବଂ ଅନ୍ୟାନ୍ୟ ବ୍ଲକ ଓ ପୌରାଞ୍ଚଳର ପ୍ରତିନିଧି ମାନଙ୍କ ସହଯୋଗରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।

ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA


 rajesh pande