ଜିଲ୍ଲାସ୍ତରୀୟ ମୁଖ୍ୟମନ୍ତ୍ରୀ ଖୋ ଖୋ ପ୍ରତିଯୋଗିତା ଉଦ୍ଘାଟିତ
ଖୋର୍ଦ୍ଧା, ୧୫ ଏପ୍ରିଲ୍(ହି.ସ.) – ଜିଲ୍ଲା କ୍ରୀଡ଼ା ସଂସଦ ଆନୁକୁଲ୍ୟରେ ଖୋର୍ଦ୍ଧା ଷ୍ଟାଡିୟମ୍ ଠାରେ ମୁଖ୍ୟମନ୍ତ୍ରୀ ଖୋ ଖୋ ଚମ୍ପିଅନସିପ୍ ବୁଧବାର ଉଦ୍ଘାଟିତ ହୋଇଯାଇଛି। ଜିଲ୍ଲା କ୍ରୀଡ଼ା ଅଧିକାରୀ ଗୀତାଞ୍ଜଳି ପଣ୍ଡା ମୁଖ୍ୟ ଅତିଥି ଭାବେ ଯୋଗଦେଇ ପ୍ରତିଯୋଗିତାକୁ ଉଦ୍ଘାଟନ କରି ଖୋ ଖୋ କ୍ରୀଡ଼ାବିତ୍ଙ୍କ
Khokho


ଖୋର୍ଦ୍ଧା, ୧୫ ଏପ୍ରିଲ୍(ହି.ସ.) – ଜିଲ୍ଲା କ୍ରୀଡ଼ା ସଂସଦ ଆନୁକୁଲ୍ୟରେ ଖୋର୍ଦ୍ଧା ଷ୍ଟାଡିୟମ୍ ଠାରେ ମୁଖ୍ୟମନ୍ତ୍ରୀ ଖୋ ଖୋ ଚମ୍ପିଅନସିପ୍ ବୁଧବାର ଉଦ୍ଘାଟିତ ହୋଇଯାଇଛି। ଜିଲ୍ଲା କ୍ରୀଡ଼ା ଅଧିକାରୀ ଗୀତାଞ୍ଜଳି ପଣ୍ଡା ମୁଖ୍ୟ ଅତିଥି ଭାବେ ଯୋଗଦେଇ ପ୍ରତିଯୋଗିତାକୁ ଉଦ୍ଘାଟନ କରି ଖୋ ଖୋ କ୍ରୀଡ଼ାବିତ୍ଙ୍କ ସୁଦୂର ପ୍ରସାରୀ ଭବିଷ୍ୟତ ଉପରେ ଆଲୋକପାତ କରିଥିଲେ। କ୍ରୀଡ଼ା ସଂସଦ ସମ୍ପାଦକ ଉପେନ୍ଦ୍ର ନାଥ ଦାସ ସ୍ୱାଗତ ଭାଷଣ, ଅତିଥି ପରିଚୟ ଏବଂ ପ୍ରତିଯୋଗିତାର ଉଦେଶ୍ୟ ଓ ଆଭିମୁଖ୍ୟ ସମ୍ବନ୍ଧରେ ସୂଚନା ଦେଇଥିଲେ। ଏହି ଖୋଖୋ ପ୍ରତିଯୋଗିତାରେ ୧୬ଟି ଦଳର ୨୪୦ ଜଣ ପ୍ରତିଯୋଗୀ ଅଂଶ ଗ୍ରହଣ କରିଥିଲେ ଏବଂ ଜିଲ୍ଲାର ୨୦ ଜଣ କ୍ରୀଡ଼ା ଶିକ୍ଷକ ଶିକ୍ଷୟତ୍ରୀ ଶୃଙ୍ଖଳାର ସହ ପ୍ରତିଯୋଗିତାକୁ ପରିଚାଳନା କରିଥିଲେ। ସେହିପରି ଜିଲ୍ଲା କ୍ରୀଡା ସଂସଦ କର୍ମକର୍ତା ଜ୍ୟୋତି ପ୍ରକାଶ ମହାନ୍ତି, ଅନିଲ କୁମାର ସାହୁ, ଦାନିଏଲ ନାଏକ, ବୀର କିଶୋର ସିଂହ ଉପସ୍ଥିତ ରହି କାର୍ଯ୍ୟକ୍ରମର ପରିଚାଳନା କରିଥିଲେ। ଏହି କ୍ରୀଡ଼ା କାର୍ଯ୍ୟକ୍ରମରେ ସମସ୍ତ କର୍ମକର୍ତା, ପ୍ରଶିକ୍ଷକ, ଶିକ୍ଷକ, ଶିକ୍ଷୟତ୍ରୀ, ପ୍ରତିଯୋଗୀ ସମେତ ଗଣମାଧ୍ୟମ ପ୍ରତିନିଧି ପ୍ରମୁଖ ଯୋଗଦେଇଥିଲେ କ୍ଷ ଶେଷରେ ଅକ୍ଷୟ କୁମାର ମହାନ୍ତି ସମସ୍ତଙ୍କ ସହଯୋଗରେ ଖୋର୍ଦ୍ଧା ଜିଲ୍ଲାସ୍ତରୀୟ ମୁଖ୍ୟମନ୍ତ୍ରୀ ଟ୍ରଫି ଖୋଖୋ ଚମ୍ପିଅନସିପ ସଫଳତା ପାଇଁ ଧନ୍ୟବାଦ ପ୍ରଦାନ କରିଥିଲେ।

.......................................

ହିନ୍ଦୁସ୍ଥାନ ସମାଚାର / ରାକେଶ


 rajesh pande