କାନ୍ତ ସାହିତ୍ୟ ପରିଷଦର ‘ବିଷୁବ ଆସର’ ଓ ଆଲୋଚନା ଚକ୍ର ଅନୁଷ୍ଠିତ
ଭଦ୍ରକ, ୧୫ ଅପ୍ରେଲ (ହି.ସ.) - ଏହି ଜିଲାର ଧାମନଗର ହାଇସ୍କୁଲ ପରିସରରେ କାନ୍ତ ସାହିତ୍ୟ ପରିଷଦ,ଧାମନଗର ପକ୍ଷରୁ ଆଲୋଚନା ଚକ୍ର, ବିଷୁବ ଆସର ଓ ସାଙ୍ଗଠନିକ ଆଲୋଚନା ସଭା ମଙ୍ଗଳବାର ଦିନ ଅନୁଷ୍ଠିତ ହୋଇଯାଇଛି। ସାରସ୍ୱତ ସାଧନାର ଏହି ମନୋଜ୍ଞ ପରିବେଶରେ ଅଞ୍ଚଳର ବହୁ ବିଶିଷ୍ଟ ସାହିତ୍ୟିକ ଓ ବୁଦ୍ଧିଜ
KANTA SAHITYA PARISHAD


ଭଦ୍ରକ, ୧୫ ଅପ୍ରେଲ (ହି.ସ.) - ଏହି ଜିଲାର ଧାମନଗର ହାଇସ୍କୁଲ ପରିସରରେ କାନ୍ତ ସାହିତ୍ୟ ପରିଷଦ,ଧାମନଗର ପକ୍ଷରୁ ଆଲୋଚନା ଚକ୍ର, ବିଷୁବ ଆସର ଓ ସାଙ୍ଗଠନିକ ଆଲୋଚନା ସଭା ମଙ୍ଗଳବାର ଦିନ ଅନୁଷ୍ଠିତ ହୋଇଯାଇଛି। ସାରସ୍ୱତ ସାଧନାର ଏହି ମନୋଜ୍ଞ ପରିବେଶରେ ଅଞ୍ଚଳର ବହୁ ବିଶିଷ୍ଟ ସାହିତ୍ୟିକ ଓ ବୁଦ୍ଧିଜୀବୀ ଯୋଗଦେଇ ଓଡ଼ିଆ ସାହିତ୍ୟର ସମୃଦ୍ଧି ଓ ସଂସ୍କୃତି ଉପରେ ଆଲୋକପାତ କରିଥିଲେ।ପରିଷଦର ସଭାପତି ମହେଶ୍ୱର ସ୍ୱାଇଁଙ୍କ ସଭାପତିତ୍ୱରେ ଆୟୋଜିତ ଏହି ସଭାରେ ରସାନନ୍ଦ ମହାପାତ୍ର, ସଚ୍ଚି କାନ୍ତ ପଣ୍ଡା, ବାସୁଦେବ ତ୍ରୀପାଠୀ, ଅନିଲ କୁମାର ବାରିକ, ପ୍ରଦୀପ କୁମାର ମହାପାତ୍ର, ଚିତରଞ୍ଜନ ଦାଶ, ସନ୍ତୋଷ ପାଡ଼ି, ସୁଧୀର ନାୟକ, ହୃଦାନନ୍ଦ କର, ଭାବ ଗ୍ରାହି ଖୁଂଟିଆ ଏବଂ ନିରାକାର ଧଳ ପ୍ରମୁଖ ଯୋଗଦେଇ ମହାବିଷୁବ ସଂକ୍ରାନ୍ତିର ମାହାତ୍ମ୍ୟ ଏବଂ ଓଡ଼ିଆ ସାହିତ୍ୟ ସହିତ ‘ବିଷୁବ ମିଳନ’ର ନିବିଡ଼ ସମ୍ପର୍କ ଉପରେ ସଦସ୍ୟମାନେ ନିଜ ନିଜର ସୁଚିନ୍ତିତ ମତାମତ ରଖିଥିଲେ। ସାହିତ୍ୟ କିଭଳି ସମାଜର ଦର୍ପଣ ସଦୃଶ ଏବଂ ଏହା ମାଧ୍ୟମରେ ସାଂସ୍କୃତିକ ଚେତନାର ଜାଗରଣ କିପରି ସମ୍ଭବ, ସେ ନେଇ ଗଭୀର ଆଲୋଚନା ହୋଇଥିଲା। ଏଥିସହିତ ଅନୁଷ୍ଠାନକୁ ଆଗାମୀ ଦିନରେ ଅଧିକ ସକ୍ରିୟ ଓ ସୁସଂଗଠିତ କରିବା ପାଇଁ ସାଙ୍ଗଠନିକ ରୂପରେଖ ପ୍ରସ୍ତୁତ କରାଯାଇଥିଲା।କାର୍ଯ୍ୟକ୍ରମର ପ୍ରାରମ୍ଭରେ ପରିଷଦର ସମ୍ପାଦକ ମନୋଜ କୁମାର ସିଂହ ବାର୍ଷିକ ବିବରଣୀ ପାଠ କରିଥିବା ବେଳେ ଶେଷରେ ଅଭିମନ୍ୟୁ ମଲିକ ଉପସ୍ଥିତ ସମସ୍ତ ସାରସ୍ୱତ ପ୍ରେମୀଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ। ପରେ ନୂତନ ସଦସ୍ୟ ଓ ପରିଷଦ ର ଜାଗା ସମ୍ପର୍କ ରେ ଆଲୋଚନା କରାଯାଇ ଥିଲା।

ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ


 rajesh pande