ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷା ଭାବେ ଦାୟିତ୍ୱ ଗ୍ରହଣ କଲେ ମମିତା ନାଏକ
କେନ୍ଦୁଝର, 15 ଏପ୍ରିଲ୍ (ହି.ସ.) ଆଜି କେନ୍ଦୁଝର ଜିଲ୍ଲାର ସ୍ୱତନ୍ତ୍ର ଉନ୍ନୟନ ପରିଷଦର ଅଧ୍ୟକ୍ଷା ଭାବେ ଦାୟିତ୍ୱ ଗ୍ରହଣ କଲେ ବଶିଷ୍ଠ ବିଜେପି ନେତ୍ରୀ ମମୀତା ନାଏକ। ତାଙ୍କ ସହ ଉପାଧ୍ୟକ୍ଷ ଭାବେ ମାନସ କୁମାର ନାଏକ ମଧ୍ୟ ଦାୟିତ୍ବ ଗ୍ରହଣ କରିଛନ୍ତି। ଆଜି ସକାଳୁ ଵିଶେଷ ପୂଜାର୍ଚ୍ଚନା ପରେ ମମୀତା ନ
Mamita naik take charge


କେନ୍ଦୁଝର, 15 ଏପ୍ରିଲ୍ (ହି.ସ.) ଆଜି କେନ୍ଦୁଝର ଜିଲ୍ଲାର ସ୍ୱତନ୍ତ୍ର ଉନ୍ନୟନ ପରିଷଦର ଅଧ୍ୟକ୍ଷା ଭାବେ ଦାୟିତ୍ୱ ଗ୍ରହଣ କଲେ ବଶିଷ୍ଠ ବିଜେପି ନେତ୍ରୀ ମମୀତା ନାଏକ। ତାଙ୍କ ସହ ଉପାଧ୍ୟକ୍ଷ ଭାବେ ମାନସ କୁମାର ନାଏକ ମଧ୍ୟ ଦାୟିତ୍ବ ଗ୍ରହଣ କରିଛନ୍ତି। ଆଜି ସକାଳୁ ଵିଶେଷ ପୂଜାର୍ଚ୍ଚନା ପରେ ମମୀତା ନାଏକ ଦାୟିତ୍ବ ଗ୍ରହଣ କରିଥିଲେ। ତାଙ୍କୁ ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ତଥା ତେଲକୋଇ ବିଧାୟକ ଡ଼ ଫକିର ଚରଣ ନାୟକ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରିଥଲେ। ଏହାପରେ ବିଜେପିର ବଶିଷ୍ଠ ନେତା ବିଭିନ୍ନ ସଂଗଠନର କର୍ମକର୍ତ୍ତା ପ୍ରମୁଖ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରିଥଲେ। ପ୍ରକାଶ ଯେ ମମୀତା ନାଏକ ପୁର୍ବରୁ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଭାବେ ବେଶ ଦକ୍ଷତା ସହ କାର୍ଯ୍ୟ ନିର୍ବାହ କରିଥିଲା ବେଳେ ପରେ ବିଜେପିର ବିଭିନ୍ନ ସଙ୍ଗଠନ ଦାୟିତ୍ବ ତୁଲାଇଛନ୍ତି। ଆଗାମୀ ଦିନରେ ଜିଲ୍ଲାର ଆଦିବାସୀ ସମାଜର ବିକାଶ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା ଗ୍ରହଣ କରିବେ ବୋଲି ପତିକ୍ରିୟା ରେ ପ୍ରକାଶ କରିଛନ୍ତି।

ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA


 rajesh pande