
ଭୁବନେଶ୍ୱର, 15 ଏପ୍ରିଲ (ହି.ସ.) ଓଡ଼ିଶା ସରକାରଙ୍କ ମହିଳା ଓ ଶିଶୁ ବିକାଶ ବିଭାଗ ପକ୍ଷରୁ ଆଜି ପୂର୍ବାହ୍ନ ୧୦:୦୦ ଘଟିକା ସମୟରେ ଭୁବନେଶ୍ୱର ସ୍ଥିତ ରେଲୱେ ଅଡିଟୋରିୟମଠାରେ ନାରୀ ଶକ୍ତି ବନ୍ଦନ କାର୍ଯ୍ୟକ୍ରମ ଆୟୋଜିତ ହେବାକୁ ଯାଉଛି।
ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯୋଗଦେଇ କାର୍ଯ୍ୟକ୍ରମର ଶୋଭାବର୍ଦ୍ଧନ କରିବେ। ଏହାସହ ସମ୍ମାନିତ ଅତିଥି ଭାବେ ଉପ-ମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡ଼ା, ବାଚସ୍ପତି ଶ୍ରୀମତୀ ସୁରମା ପାଢ଼ୀ, ମାନ୍ୟବର ସାଂସଦ ଶ୍ରୀମତୀ ଅପରାଜିତା ଷଡ଼ଙ୍ଗୀ, ଭୁବନେଶ୍ୱର ମେୟର ଶ୍ରୀମତୀ ସୁଲୋଚନା ଦାସ, ଓଡ଼ିଶା ସରକାରଙ୍କ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗ , ପଦ୍ମଭୂଷଣ ଡଃ ପ୍ରତିଭା ରାୟ, ପଦ୍ମଶ୍ରୀ ଡଃ ଅରୁଣା ମହାନ୍ତି ଏବଂ ଜାତୀୟ ରେକର୍ଡଧାରୀ ଶ୍ରୀମତୀ ଅନୁରାଧା ବିଶ୍ୱାଳ ମଧ୍ୟ ଉପସ୍ଥିତ ରହିବେ।
---------------
ହିନ୍ଦୁସ୍ଥାନ ସମାଚାର / ସମନ୍ୱୟ