ସରକାରୀ ମହାବିଦ୍ୟାଳୟ ବଲାଙ୍ଗିରରେ ନାରୀ ବନ୍ଦନା ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ
ବଲାଙ୍ଗିର, 15 ଏପ୍ରିଲ୍ (ହି.ସ) - ସରକାରୀ ମହାବିଦ୍ୟାଳୟ ବଲାଙ୍ଗିରରେ ଓଡ଼ିଶା ସରକାରଙ୍କ ଉଚ୍ଚଶିକ୍ଷା ବିଭାଗର ନିର୍ଦ୍ଦେଶ କ୍ରମେ ନାରୀ ବନ୍ଦନା ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଭାରତୀୟ ନାରୀର ସମ୍ମାନ, ମର୍ଯ୍ୟାଦା, ପ୍ରଗତି, ସ୍ୱୀକୃତି ଓ ସଂରକ୍ଷଣ ପାଇଁ ସରକାର ନେଇଥିବା ପଦକ
ସରକାରୀ ମହାବିଦ୍ୟାଳୟ ବଲାଙ୍ଗିରରେ ନାରୀ ବନ୍ଦନା ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ


ବଲାଙ୍ଗିର, 15 ଏପ୍ରିଲ୍ (ହି.ସ) - ସରକାରୀ ମହାବିଦ୍ୟାଳୟ ବଲାଙ୍ଗିରରେ ଓଡ଼ିଶା ସରକାରଙ୍କ ଉଚ୍ଚଶିକ୍ଷା ବିଭାଗର ନିର୍ଦ୍ଦେଶ କ୍ରମେ ନାରୀ ବନ୍ଦନା ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଭାରତୀୟ ନାରୀର ସମ୍ମାନ, ମର୍ଯ୍ୟାଦା, ପ୍ରଗତି, ସ୍ୱୀକୃତି ଓ ସଂରକ୍ଷଣ ପାଇଁ ସରକାର ନେଇଥିବା ପଦକ୍ଷେପ ସଂପର୍କରେ ଆଲୋଚନା କରାଯାଇଥିଲା । ମହାବିଦ୍ୟାଳୟର ଅଧ୍ୟକ୍ଷ ଡକ୍ଟର କୌତୁକ ପନ୍ଦର ଏଥିରେ ସଭାପତିତ୍ୱ କରିବା ସହିତ ଏହି କାର୍ଯ୍ୟକ୍ରମର ଅଭିଲକ୍ଷ୍ୟ ଏବଂ ପ୍ରତିକ୍ଷେତ୍ରରେ ନାରୀର ମର୍ଯ୍ୟାଦାକୁ କିଭଳି ଗୁରୁତ୍ୱ ଦିଆଯିବ ସେ ସଂପର୍କରେ ଅବଗତ କରାଇଥିଲେ । ଅଧ୍ୟାପିକା ଡକ୍ଟର ରମଣୀ ନାଏକ ଆଲୋଚିକା ଭାବରେ ଯୋଗଦେଇ ସାଂପ୍ରତିକ ପରିସ୍ଥିତିରେ ନାରୀର ପ୍ରଗତି ଓ ସୁରକ୍ଷା ସଂପର୍କରେ ଆଲୋଚନା କରିଥିଲେ । ମହାବିଦ୍ୟାଳୟର ଶକ୍ତିଶ୍ରୀ ସଂଯୋଜିକା ବନ୍ଦନା ବାର କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ । ଏଥିରେ ମହାବିଦ୍ୟାଳୟର ସମସ୍ତ ଅଧ୍ୟାପକ ଅଧ୍ୟାପିକା ଏବଂ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ । ପରିଶେଷରେ ଅଧ୍ୟାପକ ହୃଷୀକେଶ ଦାସ ଆନୁଷ୍ଠାନିକ ଭାବରେ ଧନ୍ୟବାଦ ଅର୍ପଣ କରିଥିଲେ

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande