
ଭୁବନେଶ୍ୱର, ୧୫ ଏପ୍ରିଲ (ହି.ସ.) - ଏପ୍ରିଲ ୧୬ରୁ ୧୮ ପର୍ଯ୍ୟନ୍ତ ନାରୀଶକ୍ତି ବନ୍ଦନ ଅଧିନିୟମ ଉପରେ ସଂସଦରେ ସ୍ୱତନ୍ତ୍ର ଅଧିବେଶନ ହେବାକୁ ଯାଉଛି । ନାରୀଶକ୍ତି ବନ୍ଦନ ଅଧିନିୟମ ବିଲ୍ କୁ ସମର୍ଥନ କରି ବୁଧବାର ରାଜ୍ୟ ଯୁବମୋର୍ଚ୍ଚା ଉପ ସଭାପତି ସୁଶ୍ରୀ କବିତା କଅଁରଙ୍କ ନେତୃତ୍ୱରେ ଏକ ସ୍କୁଟି ଓ ବାଇକ୍ ରାଲିର ଆୟୋଜନ କରାଯାଇଥିଲା । ଭୁବନେଶ୍ୱର ଏଜି ଛକ ଠାରୁ ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟ ପର୍ଯ୍ୟନ୍ତ ଶହ ଶହ ସ୍କୁଟି ଏବଂ ବାଇକ ଯୋଗେ ରାଲି କରି ଯୁବତୀ ଓ ମହିଳାମାନେ ଏହି ବିଲ୍?କୁ ସ୍ୱାଗତ କରିଥିଲେ । ଏହି ଅବସରରେ ରମାଦେବୀଙ୍କ ପ୍ରତିମୂର୍ତୀରେ ଫୁଲମାଳ ଦେଇ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ ।
ଏହି ରାଲିରେ ରାଜ୍ୟ ମହିଳାମୋର୍ଚ୍ଚା ସଭାନେତ୍ରୀ ଡ. ଐଶ୍ୱର୍ଯ୍ୟା ବିଶ୍ୱାଳ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ । ତାଙ୍କ ସମେତ ଶତାଧିକ ରାଜ୍ୟ ମହିଳାମୋର୍ଚ୍ଚା କାର୍ଯ୍ୟକର୍ତା ତଥା ସମସ୍ତ ମହିଳା ପଦାଧିକାରୀ ଓ ଯୁବମୋର୍ଚ୍ଚାର ଅଙ୍କିତା ଗଙ୍ଗଦେବ, ଶୀମ୍ରନ ସିଂ ରାଜପୁତ, ପ୍ରିୟଙ୍କା ଛୋଟରାୟ, ଶୁଭଶ୍ରୀ ମହାନ୍ତି, ଶର୍ମିଷ୍ଠା ଦିକ୍ଷୀତ, ଶିବାନୀ ଚୈାଧୁରୀ, ଦିପିକା ବେହେରା ପ୍ରମୁଖ ଉପସ୍ଥିତ ଥିଲେ ।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା