ତ୍ରୈଲୋକ୍ୟନାଥ ଖୁଂଟିଆ , କଲ୍ୟାଣ ରଥ ୟୁନିଫର୍ମ୍ଡ ସର୍ଭିସେସ୍ ଷ୍ଟାଫ୍ ସିଲେକ୍ସନ କମିଶନ ସଦସ୍ୟ ନିଯୁକ୍ତ
ଭୁବନେଶ୍ୱର, ୧୫ ଏପ୍ରିଲ (ହି.ସ.) - ତ୍ରୈଲୋକ୍ୟନାଥ ଖୁଂଟିଆ ଏବଂ କଲ୍ୟାଣ କୁମାର ରଥ ୟୁନିଫର୍ମ୍ଡ ସର୍ଭିସେସ୍ ଷ୍ଟାଫ୍ ସିଲେକ୍ସନ କମିଶନ ସଦସ୍ୟ ଭାବେ ନିଯୁକ୍ତ ହୋଇଛନ୍ତି। ଶ୍ରୀ ଖୁଂଟିଆ ହେଉଛନ୍ତି ସିଆରପିଏଫ୍ ର ପୂର୍ବତନ ଆଇ.ଜି ଏବଂ ଶ୍ରୀ ରଥ ବର୍ତମାନ ମୁଖ୍ୟ ଶାସନ ସଚିବଙ୍କ ଓଏସଡି ଭାବେ କାର୍ଯ୍ୟର
ତ୍ରୈଲୋକ୍ୟନାଥ ଖୁଂଟିଆ , କଲ୍ୟାଣ ରଥ ୟୁନିଫର୍ମ୍ଡ ସର୍ଭିସେସ୍ ଷ୍ଟାଫ୍ ସିଲେକ୍ସନ କମିଶନ ସଦସ୍ୟ ନିଯୁକ୍ତ


ଭୁବନେଶ୍ୱର, ୧୫ ଏପ୍ରିଲ (ହି.ସ.) - ତ୍ରୈଲୋକ୍ୟନାଥ ଖୁଂଟିଆ ଏବଂ କଲ୍ୟାଣ କୁମାର ରଥ ୟୁନିଫର୍ମ୍ଡ ସର୍ଭିସେସ୍ ଷ୍ଟାଫ୍ ସିଲେକ୍ସନ କମିଶନ ସଦସ୍ୟ ଭାବେ ନିଯୁକ୍ତ ହୋଇଛନ୍ତି। ଶ୍ରୀ ଖୁଂଟିଆ ହେଉଛନ୍ତି ସିଆରପିଏଫ୍ ର ପୂର୍ବତନ ଆଇ.ଜି ଏବଂ ଶ୍ରୀ ରଥ ବର୍ତମାନ ମୁଖ୍ୟ ଶାସନ ସଚିବଙ୍କ ଓଏସଡି ଭାବେ କାର୍ଯ୍ୟରତ ଅଛନ୍ତି। ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଏହି ନିଯୁକ୍ତିକୁ ଅନୁମୋଦନ ଦେଇଛନ୍ତି।

ସୂଚନାଯୋଗ୍ୟ ଯେ, ପୂର୍ବରୁ ଜାମ୍ମୁ କାଶ୍ମୀରର ପୂର୍ବତନ ପୋଲିସ ମହାନିର୍ଦ୍ଦେଶକ ଶ୍ରୀ ରଶ୍ମୀ ରଞ୍ଜନ ସ୍ୱାଇଁଙ୍କୁ ଏହି ଆୟୋଗର ଅଧ୍ୟକ୍ଷ ଭାବେ ନିଯୁକ୍ତି ଦିଆଯାଇଛି। ଏହି କମିଶନର ଅଧ୍ୟକ୍ଷ ଏବଂ ଦୁଇଟି ସଦସ୍ୟ ପଦବୀ ପୂରଣ ହେବା ଯୋଗୁ ରାଜ୍ୟର ୟୁନିଫର୍ମ ସେବା ନିଯୁକ୍ତି ପ୍ରକ୍ରିୟା ତ୍ୱରାନ୍ୱିତ ହେବ ବୋଲି ମୁଖ୍ୟମନ୍ତ୍ରୀ ଆଶା ପ୍ରକାଶ କରିଛନ୍ତି।

‘ଓଡିଶା ୟୁନିଫର୍ମ ସେବା କର୍ମଚାରୀ ଚୟନ ଆୟୋଗ’ ଜରିଆରେ ଗୃହ ବିଭାଗ, ଅବକାରୀ ବିଭାଗ, ଜଙ୍ଗଲ ପରିବେଶ ଓ ଜଳବାୟୁ ପରିବର୍ତନ ବିଭାଗ ଏବଂ ବାଣିଜ୍ୟ ଓ ପରିବହନ ବିଭାଗ ଅଧୀନରେ ଥିବା ବିଭିନ୍ନ ୟୁନିଫର୍ମ୍ଡ ସେବା ପାଇଁ ନିଯୁକ୍ତି ପ୍ରକ୍ରିୟା ପରିଚାଳନା କରାଯିବ।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande