ଆଜି କର୍ଣ୍ଣାଟକ ଗସ୍ତରେ ପିଏମ ମୋଦି, ଆଦିଚୁଂଚନଗିରିରେ ଶ୍ରୀ ଭୈରବୈକ୍ୟ ମନ୍ଦିରର କରିବେ ଉଦଘାଟନ
ବେଙ୍ଗାଲୁରୁ, 15 ଏପ୍ରିଲ (ହି.ସ.)। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି କର୍ଣ୍ଣାଟକ ଗସ୍ତରେ ରହିବେ। ପ୍ରଧାନମନ୍ତ୍ରୀ ସକାଳ ପ୍ରାୟ 11ଟାରେ ଶ୍ରୀ କ୍ଷେତ୍ର ଆଦିଚୁଞ୍ଚନଗିରି ପହଞ୍ଚିବେ, ଯେଉଁଠାରେ ସେ ଶ୍ରୀ ଗୁରୁ ଭୈରବୈକ୍ୟ ମନ୍ଦିରର ଉଦ୍ଘାଟନ କରିବେ। ଏହି ଅବସରରେ
ଆଜି କର୍ଣ୍ଣାଟକ ଗସ୍ତରେ ପିଏମ ମୋଦି, ଆଦିଚୁଂଚନଗିରିରେ ଶ୍ରୀ ଭୈରବୈକ୍ୟ     ମନ୍ଦିରର କରିବେ ଉଦଘାଟନ


ବେଙ୍ଗାଲୁରୁ, 15 ଏପ୍ରିଲ (ହି.ସ.)। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି

କର୍ଣ୍ଣାଟକ ଗସ୍ତରେ ରହିବେ। ପ୍ରଧାନମନ୍ତ୍ରୀ ସକାଳ ପ୍ରାୟ 11ଟାରେ ଶ୍ରୀ କ୍ଷେତ୍ର

ଆଦିଚୁଞ୍ଚନଗିରି ପହଞ୍ଚିବେ, ଯେଉଁଠାରେ ସେ ଶ୍ରୀ

ଗୁରୁ ଭୈରବୈକ୍ୟ ମନ୍ଦିରର ଉଦ୍ଘାଟନ କରିବେ। ଏହି ଅବସରରେ ପ୍ରଧାନମନ୍ତ୍ରୀ ଜନସଭାକୁ ମଧ୍ୟ

ସମ୍ବୋଧନ କରିବେ। ପ୍ରଧାନମନ୍ତ୍ରୀ ମୋଦୀ ପୂର୍ବତନ ପ୍ରଧାନମନ୍ତ୍ରୀ ଏଚ୍ଡି ଦେବେଗୌଡ଼ାଙ୍କ ସହ

ଯୁଗଳ ଭାବେ “ସୌନ୍ଦର୍ଯ୍ୟ ଲହରୀ ଏବଂ ଶିବ ମହିମ୍ନ ସ୍ତୋତ୍ରମ୍” ପୁସ୍ତକର ମୋଚନ ମଧ୍ୟ କରିବେ।

ଶ୍ରୀ ଗୁରୁ ଭୈରବୈକ୍ୟ ମନ୍ଦିର, ଶ୍ରୀ ଆଦିଚୁଞ୍ଚନଗିରି ମହାସଂସ୍ଥାନ ମଠର 71ତମ

ପୀଠାଧୀଶ୍ୱର ଡା. ବାଳଗଙ୍ଗାଧରନାଥ ମହାସ୍ୱାମୀଜୀଙ୍କୁ ସମର୍ପିତ ଏକ ସ୍ମାରକ। ପାରମ୍ପରିକ

ଦ୍ରାବିଡ଼ ଶୈଳୀରେ ନିର୍ମିତ ଏହି ମନ୍ଦିର ଦିବଙ୍ଗତ ସନ୍ତଙ୍କ ଜୀବନ, ତାଙ୍କର ଅବଦାନ ଏବଂ

ଉତ୍ସର୍ଗକୁ ଉଦ୍ଦିଶ୍ୟ କରି ନିର୍ମିତ। ଏହାକୁ କେବଳ ପୂଜାସ୍ଥଳୀ ଭାବେ ନୁହେଁ, ଆଗାମୀ ପିଢ଼ି ପାଇଁ

ପ୍ରେରଣା କେନ୍ଦ୍ର ଭାବେ ମଧ୍ୟ ଉନ୍ନତ କରାଯାଇଛି।

ଡା. ବାଲଗଙ୍ଗାଧରନାଥ ମହାସ୍ୱାମୀଜୀ ଅନେକ ଶିକ୍ଷା ସଂସ୍ଥାନ ଏବଂ

ସ୍ୱାସ୍ଥ୍ୟ ସୁବିଧାର ସ୍ଥାପନା କରିଥିଲେ। ତାଙ୍କର ମତ ଥିଲା ଯେ ସମାଜ ସେବା ହିଁ ସର୍ବୋଚ୍ଚ

ପୂଜା। ତାଙ୍କର ଶିକ୍ଷା ଜାତି,

ଧର୍ମ ଓ ଅଞ୍ଚଳର

ସୀମାକୁ ଅତିକ୍ରମ କରି ଲକ୍ଷେ ଲକ୍ଷେ ଲୋକଙ୍କୁ ପ୍ରେରିତ କରିଆସିଛି।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande