
ଜୟପୁର , 15 ଏପ୍ରିଲ୍ (ହି.ସ.) ଆମେ ଓଡ଼ିଆ, ଆମ ଗୀତ ବଢ଼ିଆ କାର୍ଯ୍ୟକ୍ରମ ଜୟପୁର ରାଜାନହର ଠାରେ ଅନୁଷ୍ଠିତ ହୋଇଛି l ମୁଖ୍ୟ ଅତିଥି ଶ୍ରୀ ତାରା ପ୍ରସାଦ ବାହିନୀପତି, ସମ୍ମାନୀତ ଅତିଥି ଆକାଶବାଣୀ ର ଟପ ଗ୍ରେଡ଼ ମ୍ୟୁଜିକ କମ୍ପଜେର, ତଥା ବରିଷ୍ଠ କଳାକାର ଶ୍ରୀ ବିଜୟ କୁମାର ସାମନ୍ତରାୟ, ଇଂ. ତ୍ରିଲୋଚନ ପଣ୍ଡା, ଇଂ ଏନ. ସି. ମଲ୍ଲିକ, ଇଂ. ତ୍ରିଲୋଚନ ପଣ୍ଡା, ଇଂ. କେଦାର ବେହେରା ପ୍ରଦୀପ ପ୍ରଜ୍ୱଳନ କରିଥିଲେ l ପ୍ରଥମେ ହନୁମାନ ଙ୍କ ଭଜନ ଏବଂ ହନୁମାନ ଚାଳିଶା ଗାୟନ ପରେ l ବହୁତ ଲୋକ ପ୍ରୀୟ ପୁରୁଣା ଆଉ ନୁଆଁ ଓଡ଼ିଆ ଗୀତ ର କାର୍ଯ୍ୟକ୍ରମ ଅନେକ ରାତି ଯାଏଁ ଚାଲିଥିଲା ଏବଂ ଏଭଳି ଗୀତ ଗୁଡ଼ିକ ଆଉ ସଂଗୀତ କାର୍ଯ୍ୟକ୍ରମ ରେ ଶୁଣିବାକୁ ମିଳୁ ନଥିବାରୁ ଦର୍ଶକ ବିଳମ୍ବିତ ରାତି ଯାଏଁ ଉପଭୋଗ କରିଥିଲେ l ଆଜି ମୁଁ ଶ୍ରାବଣୀ, ସ୍ମୃତି ଏକ ରୁପା ଜହ୍ନ, ଯମୁନା ଯାଆନା, ମୁଁ ପରଦେଶୀ ଚଢେଇ, ଝିମି ଝିମି ତା ମଜା, ମୋର ମନ ଉଡି ଉଡି ଯାଏ, ସାଥିରେ ମୁଁ ଯେ, ପାଦରେ ପାଦ ଛନ୍ଦା, ଚାନ୍ଦ ନା ତୁମେ ତାରା, ଏ ବନର ଛାଇ, ଅଭିମାନିନୀ ମୁଁ, ଶାମୁକା ଶାମୁକା ଏମିତି ବହୁତ ସୁନ୍ଦର ସୁନ୍ଦର ଗୀତ କୁ ଗାଇଥିଲେ ସନାତନ ପୁରୋହିତ ଦାସ, ଡ଼ ରୁପେଶ ବେଉରିଆ, ପ୍ରଜ୍ଞା ପଣ୍ଡା, ଅସ୍ମିତା ଷଡ଼ଙ୍ଗୀ, ସୁଶ୍ରୀତା ଅଧିକାରୀ, ଲୋରୀ ଲୋପାମୁଦ୍ରା ଜେନା, ବିଶ୍ୱଜିତ ଦାସ, ଦିଲୀପ ନାୟକ, ସ୍ନେହା ମହାରଣା, ମୋନିକା ପଟନାୟକ, ଅପର୍ଣ୍ଣା ସାହୁ, ନୀହାର ପଟନାୟକ, କୁରବାନ ଅଲ୍ଲୀ ପ୍ରମୁଖ l ବାଦ୍ୟଯନ୍ତ୍ର କିବୋର୍ଡ଼ ରେ ଧିରେନ ପଟନାୟକ, ସେକ୍ସଫୋନ ରେ ରାହୁଲ ସାମନ୍ତରାୟ, ଲିଡ଼ ଗୀଟାର ରେ ଇଶ୍ୱର ସରାଫ, ବାସ ଗୀଟାର ରେ ସନାତନ ଦାସ, ଡ୍ରମ ରେ ଶ୍ରୀଶାନ୍ତ, ପେଡ଼ ରେ ପିୟୁଷ ପଟନାୟକ, ହେଣ୍ଡ ସୋନିକ ରେ ଶୁକମାନ ଶଗଡ଼ିଆ, ତବଲା ରେ ତରୁଣ ପାଣି l ମଞ୍ଚ ସଂଚାଳନ ଶ୍ରୀକାନ୍ତ ଦାସ, ପରିଚାଳନା ଜୟନ୍ତ ଦାସ l ସରୋଜ କାନ୍ତ ବେଉରିଆ ସ୍ମୃତି କମିଟି, କୋରାପୁଟିଆ କଳା ଓ କଳାକାର, ସ୍ବର ଘୁଙ୍ଗୁର ଏବଂ ରିଲ ଷ୍ଟାର ଗୃପ ଆୟୋଜନ କରିଥିଲେ l ---------------
ହିନ୍ଦୁସ୍ଥାନ ସମାଚାର / ପିକେପି